No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ଡିସେମ୍ବର ଶୁକ୍ରବାର) କଟକ : – ଲୋକେ ପିଲାଙ୍କ ଜନ୍ମ ଦିନ ଧୁମଧାମରେ ପାଳନ କରନ୍ତି । ହେଲେ ଅନେକ ବ୍ୟକ୍ତି ଅଛନ୍ତି ସେମାନଙ୍କ ପରିବାରର ଜନ୍ମ ଦିନକୁ ସାଧାରଣ ଅସହାୟ , ନିରାଶୟ, ଭିନ୍ନକ୍ଷମ ଲୋକଙ୍କ ଗହଣରେ ପାଳନ କରିବାକୁ ପସନ୍ଦ କରିଥାନ୍ତି । ଏହିପରି ଏକ ନିଆରା ଜନ୍ମ ଦିନ ଶୁକ୍ରବାର ଦିନ କଟକ ମହାନଗର ନିଗମ ( ସିଏମସି ) ର ୫୯ ନମ୍ବର ୱ।ର୍ଡ଼ ନୂଆ କାଚରାମାଳ ଗ୍ରାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ନୂଆ କାଚରାମାଳ ଗ୍ରାମର ନଟବର ସାହୁଙ୍କ ପରିବାର ଲୋକେ , ନିଜ ନାତୁଣୀ ” ସୁହାନୀ ” ର ଜନ୍ମ ଦିନକୁ ଅସହାୟ, ନିରାଶୟ, ଭିନ୍ନକ୍ଷମ, ଦାରିଦ୍ର୍ୟ ଲୋକଙ୍କ ସହିତ ପାଳନ କରିବା ପାଇଁ ନିଷ୍ପତି ନେଇଥିଲେ ।
ଶୁକ୍ରବାର ଦିନ ଭୋଜିଭାତ କରି ଶତାଧିକ ଅସହାୟ, ଭିନ୍ନକ୍ଷମ, ନିରାଶୟ ବୃଦ୍ଧ, ବୃଦ୍ଧ।ଙ୍କୁ ନିଜ ଘରକୁ ନିମନ୍ତ୍ରଣ କରି ଅନ୍ନ ଭୋଜନ ଖାଇବାକୁ ଦେବା ସହିତ ଶୀତ ବସ୍ତ୍ର ପ୍ରଦାନ କରିଥିଲେ । ପରିବାରର ସଦସ୍ୟ ମାନେ ଏହି ଲୋକଙ୍କ ସହିତ ସୁହାନୀର ଜନ୍ମ ଦିନ ପାଳନ କରି ଖୁସି ଅନୁଭବ କରିଥିଲେ । ସୁହାନୀର ଜେଜେ ପୁରାତନ ପଢ଼ିର ହୋଇ ଥିବାରୁ ତାଙ୍କ ସମୟରେ ଏପରି ଜନ୍ମ ଦିନ ପାଳନ ଖୁବ କୋଚିତ ଲୋକେ ପାଳନ କରୁଥିଲେ ।
ହେଲେ ସୁହାନୀ ବର୍ତ୍ତମାନ ପିଢ଼ିର ହୋଇ ଥିବାରୁ ତା ଜନ୍ମ ଦିନ ଠାରୁ ପରିବାର ଅନ୍ୟ ଯେକୌଣସି ଉସ୍ଚବକୁ ଏହି ପରି ପରିବାର ପକ୍ଷରୁ ପାଳନ କରାଯିବ ବୋଲି ପରିବାର ଲୋକେ ନଷ୍ପତ୍ତି ନେଇଥିଲେ । ଏହି ଉସ୍ଚବରେ ପରିବାର ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରିଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )
No Result
View All Result