ଓଡ଼ିଶା ତାଜା ନ୍ୟୁଜ (୧୦ ଡିସେମ୍ବର , ଗୁରୁବାର ) ପଦ୍ମପୁର :- ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମର ସ୍କୁଲ ଗୃହ ଭାଙ୍ଗି ପଡି ରହିଛି । ଏ ଦିଗରେ ପ୍ରଶାସନ ର ଦୃଷ୍ଟି ପଡୁନାହିଁ । ଦେଖିବାକୁ ଭୟଙ୍କର ଅବସ୍ଥା ଶ୍ରେଣୀ କୋଠରୀ । ଶିକ୍ଷା ବିଭାଗ ସଂପିଆ ସ୍କୁଲ ଗୃହ ପାଇଁ ସମ୍ପୂର୍ଣ୍ଣ ଭାବେ ଆଖିବୁଜି ଦେଇଛି । କିଛି ଦିନ ତଳେ ପଦ୍ମପୁର ବ୍ଲକ ଜେଇ ପ୍ରଶାନ୍ତ କୁମାର ସେଠୀ,କଂସର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିକାନ୍ତ ସାହୁ,ଟିସି ଟିକେନ୍ଦ୍ର ସାହୁ ସଂପିଆ ଗ୍ରାମର ଏକ ଡ୍ରେନ କାର୍ଯ୍ୟ ପାଇଁ ଆସିଥିଲେ । ଏଠାରେ ସମାଜ ସେବୀ ଯୁଧିଷ୍ଠିର ବାରିକ ଉପସ୍ଥିତ ଥିଲେ ଏବଂ ଶ୍ରୀ ବାରିକଙ୍କ ଅନୁରୋଧ କ୍ରମେ ଜେଇଙ୍କ ସହ ଅନ୍ୟ କର୍ମଚାରୀ ମାନେ ମଧ୍ୟ ସ୍କୁଲ ଭିତରକୁ ଯାଇ ଦେଖିଥିଲେ । ଜେଇ ମହୋଦୟ ତୁରନ୍ତ ଏହାର ଏକ ସ୍କୁଲ ଗୃହ କରାଯିବ ବୋଲି କହିବାରୁ ସଂପିଆ ଗ୍ରାମବାସୀ ଜେଇ ଙ୍କୁ ପ୍ରଶଂସା କରିଥିଲେ । ( ରିପୋର୍ଟ -ନିରୋଜ କୁମାର ପାଣୀ )













