No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ଡିସେମ୍ବର , ଗୁରୁବାର )ବାଲେଶ୍ୱର :- ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ସନ୍ତୋଷପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ଆଜକୁ ଦଶ ବର୍ଷ ହେବ ନିୟମିତ ରହୁ ନଥିବାର ଅଭିଯୋଗ ହୋଇଛି । ଏହି ଡାକ୍ତରଖାନାରେ ତିନି ଗୋଟି ପଞ୍ଚାୟତ ସନ୍ତୋଷପୁର, ଭେଲୋରା, କୁଳୀଦା ଓ ଆଖପାଖ ଅଞ୍ଚଳରେ ପ୍ରାୟ ଚାଳିଶ ହଜାର ଲୋକେ ଚିକିତ୍ସା ଉପରେ ନିର୍ଭର କରନ୍ତି । ଏହି ତିନି ଗୋଟି ପଂଚାୟତ ଏକ ଉପାନ୍ତ ଓ ଗରିବ, କୃଷି ଓ ଆଦିବାସୀ ଗ୍ରାମ ବହୁଳ ଜନ ବସତ lଏହି ଡାକ୍ତରଖାନାରେ ଜଣେ ହେଲେ ମଧ୍ୟ ସ୍ଥାୟୀ ଡାକ୍ତର ନାହାନ୍ତି ,ଜଣେ ଆୟୁଷ ଡାକ୍ତର,ଜଣେ ଫାର୍ମାସିଷ୍ଟ,,ଜଣେ ଏଏନଏମ ଏବଂ ଜଣେ ଏଟେଣ୍ତଡେ୍ଣ୍ଟ ଓ ଜଣେ ଲଏଚଭି ନିଯୁକ୍ତି ହୋଇ ଅଛନ୍ତି ।
ହେଲେ କେହି ମଧ୍ୟ୍ୟ ନିୟମିତ ଡିଉଟି କରୁ ନାହାନ୍ତି କିମ୍ବା ନୟମିତ ରହୁ ନାହାନ୍ତି । ନାହିଁ ନାହିଁରେ ଡାକ୍ତରଖାନା ଚାଲିଛି । ଗୋଟାଏ ଘଣ୍ଟା ଡ୍ଯୁଟି କରି ସମସ୍ତ ଷ୍ଟାଫ ଚାଲି ଯାଆନ୍ତି । ବାକି ସମୟରେ ଲୋକେ ବାହାରେ ନିର୍ଭର କରନ୍ତି ।ଯାହା ଦ୍ୱlରା ତିନି ଗୋଟ ପଂଚାୟତ ରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା ଏକ ପ୍ରକାର ଠପ୍ ହୋଇଜାଇଛି l ତେଣୁ ଲୋକମାନେ ବାଧ୍ୟ ହୋଇ କ୍ଵାକମାନଂକ ଠାରୁ ବିଭିନ୍ନ ପ୍ରକାର ଭୁଲ ମେଡ଼ିସିନ ଖାଇ ଅଧିକରୁ ଅଧିକ ରୋଗକ୍ରାନ୍ତ ହୋଉଛନ୍ତି l ସନ୍ତୋଷପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ଏନଏଚ -60 ର ନିକଟବର୍ତୀ ସ୍ଥାନରେ ଅବସ୍ଥିତ l ଏହି ତିନିଗୋଟି ପଂଚାୟତ ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥାପିତ ହୋଉଅଛି l
ସଡ଼କ ଦୁଘଟଣର ଶିକାର ହୋଉଥିବା ବ୍ୟକ୍ତି ଜରୁରୀକାଳିନ ପରିସ୍ଥିତିରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପାଇବାରୁ ମଧ୍ୟ ବଂଚିତ l ଏହି ତିନି ଗୋଟି ପଞ୍ଚାୟତ ସନ୍ତୋଷପୁର, ଭେଲୋରା, କୁଳୀଦା ଓ ଗ୍ରାମବାସୀ ମାନେ ଅତିଷ୍ଟ ହୋଇ ବାରମ୍ବାର ଅଭିଯୋଗ କରିଛନ୍ତି । ଆଜକୁ ପାଞ୍ଚ ବର୍ଷ ହେବ ବେଣlପୁରା “ଜୀବନ ସାଥୀ ସ୍ୱେଚ୍ଛାସେବୀ ସଂଗଠନ” ସ୍ଥାୟୀ ଡାକ୍ତର ପାଇଁ ବିଭିନ୍ନ ସମୟରେ ଉଚ୍ଚପଦାଧିକାରୀ ମାନଂକୁ ବାରମ୍ବାର ଲିଖିତ ଓ ସଂଗଠନ ପକ୍ଷରୁ ସାକ୍ଷାତ କରି ନିରାଶୟ ହୋଇଛୁ l ତେଣୁ ସଂଗଠନ ପକ୍ଷରୁ ଆମରଣ ଅନଶନ ପାଇଁ ଦୃଢ ନିଷ୍ପତି ନିଆଯାଇଛି l ଆଜି ସକାଳ ଆଠ ଘଟିକା ରେ ମହାତ୍ମାଗାନ୍ଧୀଙ୍କ ଫୋଟ ରଖି ଓ ସଂଗଠନର ସଂପାଦକ ଓ ଯୁବ ସମାଜସେବକ ଦୀପ୍ତିମାନ ପତି, ସଭାପତି ଓ ସମାଜସେବକ ସୁଶାନ୍ତ ସାହୁ, ଜ୍ଞାନ ରଂଜନ ଦାସ, ଗୋବର ର୍ଦ୍ଧନ ଜେନା, ସନ୍ୟାସୀ ପ୍ରଧାନ, ଦିପୁ ହlଜ଼ୀରା, ଅଜିତ ଦାଶମହାପାତ୍ର, ଫୁଲମାଳ ପିନ୍ଧି ସକ୍ରିୟ ଭାବେ ଆମରଣ ଅନଶନରେ ଅଂଶ ଗ୍ରହଣ କରିଛନ୍ତି (ରିପୋର୍ଟ –ଦୀପ୍ତିମାନ ପତି )
No Result
View All Result