ଓଡ଼ିଶା ତାଜା ନ୍ୟୁଜ (୮ ଡିସେମ୍ବର ମଙ୍ଗଳବାର) ପୁରୀ/ଭୁବନେଶ୍ଵର/ଜମ୍ମୁ/ନୂଆଦିଲ୍ଲୀ :- ନୂଆଦିଲ୍ଲୀର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ସ୍ୱର ସମର୍ପଣ” ଦ୍ୱାରା ନିକଟରେ ପୁରୀ ଠାରେ ଆନ୍ତର୍ଜାତୀକ ଶ୍ରୀ ଜଗନ୍ନାଥ ଜାଗରଣ ପରିକ୍ରମା ଏବଂ ବିଶ୍ଵଶାନ୍ତି ମହାଯଜ୍ଞ ମହାସମାରୋହ ଉଦଘାଟିତ ହୋଇଯାଇଛି। କରୋନା ମହାମାରୀ ର ଭୟଙ୍କର ସଙ୍କଟରୁ ସମଗ୍ର ମାନବ ସମାଜକୁ ଉଦ୍ଧାର କରିବା ଏବଂ ପ୍ରତ୍ୟେକ ମଣିଷ କୁ ମାନସିକ ତଥା ଶାରୀରିକ ସୁସ୍ଥତା ,ସବଳତା ଓ ସୁରକ୍ଷା ପ୍ରଦାନ କରିବାର ଅଭିପ୍ରାୟ ନେଇ ମହାପ୍ରଭୁ ଙ୍କୁ ଆବାହନ କରିବା, ଏହି ଧାର୍ମିକ ଆସର ର ମୁଖ୍ୟ ଉଦ୍ଦେଶ୍ୟ ଥିଲା | ପ୍ରତ୍ୟକ୍ଷ ଓ ପରୋକ୍ଷ (ଭର୍ଚ୍ଚୁଆଲ୍) ଭାବରେ ଆୟୋଜିତ ଏହି ପୂଜା ଓ ଯଜ୍ଞ ରେ ଶ୍ରୀ ମନ୍ଦିରର ମୂଖ୍ୟପୂଜକ ମହାନାୟକ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ପୈ।ରୋହିତ୍ୟ କରିଥିଲେ। ଜଗତର ନାଥ ଜଗନ୍ନାଥଙ୍କର ଅପାର ଓ ଅନନ୍ୟ ମହିମା କୁ ପୃଥିବୀର କୋଣ ଅନୁକୋଣରେ ଶ୍ରୀ ଜଗନ୍ନାଥ ଜାଗରଣ ଜରିଆରେ ପହୁଞ୍ଚାଇବା ପାଇଁ ସଂକଳ୍ପବଦ୍ଧ ଉଦ୍ୟମ କରାଯିବାକୁ ବଡ଼ପଣ୍ଡା ଶ୍ରୀ ସାମନ୍ତ ଏହି ଅବସରରେ ଜଗନ୍ନାଥ ପ୍ରେମୀମାନଙ୍କୁ ଆହ୍ବାନ ଜଣାଇଥିଲେ ।
ଏହି ଡିଜିଟାଲ ଆଧ୍ୟାତ୍ମିକ ଅଧିବେଶନ ରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ଧର୍ମଗୁରୁ ଗୈାରୀ ଶଙ୍କର ସିଂହାରି ବଡ଼ ଠାକୁରଙ୍କ ର ଅଦ୍ଭୁତ ଲୀଳା ସର୍ବବ୍ୟାପି ଓ ତାଙ୍କର ଅଲୈ।କିକ ସାନିଧ୍ୟ ସର୍ବବିଦ୍ୟମାନ ବୋଲି ସୁଚାଇଥିଲେ। ପ୍ରାରମ୍ଭରେ ପୂଜା ଓ ଯଜ୍ଞ ର ମୁଖ୍ୟ ଆୟୋଜକ ଖ୍ୟାତନାମା ସଂଗୀତଜ୍ଞ ତଥା ସ୍ଵର ସମର୍ପଣ ସଂସ୍ଥା ର ସଂସ୍ଥାପକ ଆଚାର୍ଯ୍ୟ ଅଭିମନ୍ୟୁ , ଏହି ଧର୍ମ ସଂସଦ ଦ୍ବାରା ସାରା ସଂସାରରେ ଥିବା ଜଗନ୍ନାଥ ମନ୍ଦିର ଗୁଡ଼ିକୁ ଭିଡିଓ କାନଫରେନସିଂ ଜରିଆରେ ଯୋଡାଯିବାର ବ୍ୟବସ୍ଥା କରାଯାଉଥିବାର ସୂଚନା ପ୍ରଦାନ କରିଥିଲେ। ଶ୍ରୀ ଜଗନ୍ନାଥ ଜାଗରଣ ଭଳି ଅନନ୍ୟ, ଅଭିନବ ଓ ଦୂରଦୃଷ୍ଟି ସଂପନ୍ନ ଧାର୍ମିକ ଅଭିଯାନକୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ଵଭରି ଶ୍ରଦ୍ଧାଳୁ ମାନେ ସହଯୋଗର ସହିତ ସଫଳ କରାଇବାକୁ ଶ୍ରୀ ଆଚାର୍ଯ୍ୟ ନିବେଦନ ଜଣାଇଥିଲେ। ମହାପ୍ରଭୁଙ୍କର ଭକ୍ତ ମାନେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟାବଳୀ ଯଥା ବିବାହ,ବ୍ରତ, ନାମକରଣ,ଗୃହ ପ୍ରବେଶ ଓ ଜନ୍ମ ଦିନ ଆଦି ପାଳନ କରିବା ଅବସରରେ ଶ୍ରୀ ଜଗନ୍ନାଥ ଜାଗରଣ ପୂଜା ଆୟୋଜନ କରିବାକୁ ଶ୍ରୀ ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ | ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ