No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଡିସେମ୍ବର ସୋମବାର) ଭୁବନେଶ୍ୱର :- ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ଚର୍ଚ୍ଚିତ ସୁର ବାବାଙ୍କ ପରଲୋକ ହୋଇଯାଇଛି । ଅସୁସ୍ଥତା ଯୋଗୁଁ କିଛି ଦିନ ହେଲା ରାଜଧାନୀର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଅଞ୍ଚଳରେ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବା ୨୦୧୫ରେ ଗିରଫ ହୋଇଥିଲେ । ଆଶ୍ରମରେ ବିଭିନ୍ନ କେଳେଙ୍କାରୀ, ହତ୍ୟା ମାମଲାରେ ତାଙ୍କୁ ୨୦୧୫ ଅଗଷ୍ଟ ୩୧ରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କର ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିଙ୍କୁ ମଧ୍ୟ ସେହି ସମୟରେ ଗିରଫ କରିଥିଲା ପୋଲିସ ।
ଆଶ୍ରମ ନାଁରେ ଜମି ଜବରଦଖଲ, ସମ୍ପତ୍ତି ହଡ଼ପ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ମହିଳାଙ୍କୁ ବ୍ଲାକ୍ମେଲ କରି ଯୌନ ନିର୍ୟାତନା ଦେବା ଭଳି ବହୁ ସଙ୍ଗୀନ ଅଭିଯୋଗ ଥିଲା ତାଙ୍କ ନାଁରେ । ଚଢାଉ ବେଳେ ତ୍ରାହି ଅଚ୍ୟୁତ ଆଶ୍ରମରୁ ୨ଟି ପିସ୍ତଲ ଓ ୩ଟି ୯ଏମ୍ଏମ୍ ଗୁଳି ଜବତ କରିଥିଲା । ସୁର ବାବା ୨୦୧୫ ରୁ ୩ ବର୍ଷରୁ ଅଧିକ ସମୟ ଧରି ଝାରପଡା ଜେଲରେ ଥିଲେ । ପରେ ତାଙ୍କୁ କୋର୍ଟ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ କୋର୍ଟ । ସୁର ବାବାଙ୍କ ପରଲୋକ ହୋଇଯାଇଛି ।
No Result
View All Result