No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଡିସେମ୍ବର ସୋମବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି କରଣ ସାହି ନିବାସୀ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ପୁଷ୍ପାବେଣୀ ପଟ୍ଟନାୟକ ଙ୍କ ପରୋଲୋକ ଘଟିଛି, ସେ ମହାରାଜ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରିବା ସହ ଉତ୍କଳ ହିତେଇସିଣୀ ସମାଜ ଡ଼ିର ସଙ୍ଗୀତ ବିଦ୍ୟାଳୟ ରେ ସଙ୍ଗୀତ ଶିକ୍ଷା ଦେଉଥିଲେ, ତାଙ୍କ ଠାରୁ ଅନେକ କଳାକାର ସଙ୍ଗୀତ ଶିକ୍ଷା ଗ୍ରହଣ କରି ଆଜି ପ୍ରତିଷ୍ଠିତ, ସେ ଅନେକ ଅନୁଷ୍ଠାନ ସହ ଜଡ଼ିତ ଥିଲେ ,କିଛି ଦିନ ହେଲା ସେ ଅସୁସ୍ଥ ଥିଲେ ଆଜି ନିଜସ୍ୱ ବାସଭବନ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି,ତାଂକ ବିୟୋଗ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ଦାଶରଥି ଗମାଙ୍ଗ, କେ ନାରାୟଣ ରାଓ,ରାଜ୍ଯ ବିଜେଡ଼ି ସମ୍ପାଦକ ମୁରୁତ ପାଳ,
ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ, ଗଣେଶ ରାଜୁ, ରଶ୍ମିରଞ୍ଜନ ମିଶ୍ର, ତାରିଣୀ ପ୍ରାସାଦ ପଣ୍ଡା, ବସନ୍ତ ପଣ୍ଡା,ଶିଶିର ଗୌଡ, ଆଦର୍ଶ ଦାସ, ରୂପେଶ ସାହୁ, ଗୋବିନ୍ଦ ଆଚାର୍ଯ୍ୟ, ବାସୁଦେବ ଦାସ, ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗୁରୁ ଗୌର ଚନ୍ଦ୍ର ପଣ୍ଡା, ଲେଖକ ନରସିଂହ ପଟ୍ଟନାୟକ, ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ, ଗୁରୁ ରଘୁନାଥ ପାତ୍ର, ଗୁରୁ କୈଳାସ ପଟ୍ଟନାୟକ, କ୍ରିଏଟିଭ ଆର୍ଟସ ର ସଭାପତି ନୃସିଂହ ଚରଣ ପଟ୍ଟନାୟକ, ବିଚିତ୍ରା ନନ୍ଦ ବେବର୍ତ୍ତା, ହରିଦାସ ପାଣିଗ୍ରାହୀ, ମନୋଜ ପାଢ଼ୀ, ଆଦର୍ଶ ଦାସ, କୁନା ହଳଧର, ମତଙ୍ଗିନି ଗୁରୁ, ହେମନ୍ତ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ପାରଳା ମାଟି ଏକ ବିଶିଷ୍ଟ କଣ୍ଠଶିଳ୍ପୀ ଙ୍କୁ ହରାଇଲା ବୋଲି କହିଛନ୍ତି । (ପାରଳାଖେମୁଣ୍ଡି /ଗରୁଡ ଧ୍ଵଜ ଚୌଧୁରୀ )
No Result
View All Result