No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଡିସେମ୍ବର ସୋମବାର )ଜଟଣୀ :- ଭାରତ ରତ୍ନ ବାବା ସାହେବ ଭିମରାଓ ଆମ୍ବେଦକରଙ୍କର ଶ୍ରାଦ୍ଧ ଦିବସ “ମହାପରିନିର୍ବାଣ” ଦିବସ ଭାବେ ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ପାଳିତ ହୋଇଅଛି । ଶ୍ରୀଯୁକ୍ତ ଶଶି କାନ୍ତ ସିଂହ, ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀଯୁକ୍ତ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ରେଳ ପ୍ରବନ୍ଧକ (ଇନଫା),
ସମସ୍ତ ବିଭାଗୀୟ ଅଧିକାରୀ ଏବଂ ରେଳ କର୍ମଚାରୀ ବାବା ସାହେବ ଆମ୍ବେଦକରଙ୍କର ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି, ବରିଷ୍ଠ କାର୍ମିକ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । (ରିପୋର୍ଟ ଜଟଣୀ ରୁ ଇଫତେଖାର ଅଲ୍ଲୀ)
No Result
View All Result