No Result
View All Result
ଓଡ଼ିଶା ତାଜା ନ୍ୟୁଜ (୬ ଡିସେମ୍ବର ରବିବାର ) ଭୁବନେଶ୍ୱର :- ବେପରୁଆ ଗାଡି ଚାଳକଙ୍କୁ ଆଉ ନିସ୍ତାର ନାହିଁ । ଜାନୁଆରୀ ମାସଠୁ ପୁଣି ଥରେ ହେବ କଡ଼ା କଡ଼ି ଚେକିଂ । ବାଇକ୍ ପଛରେ ବସୁଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଯଦି ବାଇକ୍ ପଛରେ ବସିଥିବା ବ୍ୟକ୍ତି ବିନା ହେଲମେଟ୍ ରେ ଯାତ୍ରା କରୁଥିବେ, ତେବେ ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ପ୍ରାୟତଃ ବର୍ତ୍ତମାନ ଚେକିଂ ସହ ଲୋକମାନଙ୍କୁ ସଚେତନ କରାଯାଉଛି । ୨୦୧୯ ଠାରୁ କେନ୍ଦ୍ର ସରକାର ଏଇ ଆଇନ ଆଣିଛନ୍ତି । କରୋନା ପାଇଁ ଏହାକୁ କୋହଳ କରାଯାଇଥିଲା । ମାତ୍ର ସୁପ୍ରିମକୋର୍ଟଙ୍କ କମିଟି ନିର୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଏପରି ନିଷ୍ପତ୍ତି ନିଆଯାଇଛି ।
No Result
View All Result