No Result
View All Result
।। ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି ।।
୧୩ଟି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଲୋକାର୍ପିତ ଭୁବନେଶ୍ୱର ଓ ସମ୍ବଲପୁର ଠାରେ ଦୁଇଟି ରେଫରାଲ୍ ମୃତ୍ତିକା ପରୀକ୍ଷାଗାର ଉଦ୍ଘାଟିତ
ଓଡ଼ିଶା ତାଜା ନ୍ୟୁଜ (୬ ଡିସେମ୍ବର ରବିବାର )ଭୁବନେଶ୍ୱର :- ମାଟି ସମସ୍ତ ଜୀବଜଗତ ଓ ଉଦ୍ଭିଦଜଗତର ପ୍ରାଣସତ୍ତାର ଆଧାର । ସଠିକ୍ ଧ୍ୟାନ ନନେଲେ ଏହା ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଚାଷକାର୍ଯ୍ୟ ପାଇଁ ଅନୁପଯୋଗୀ ହୋଇଯାଏ । ବୈଜ୍ଞାନିକ ମାନଙ୍କ ଆକଳନ ଅନୁଯାୟୀ ୧ ଇଞ୍ଚ ମାଟି ସୃଷ୍ଟି ହେବା ପାଇଁ ପ୍ରାୟ ୧ ହଜାର ବର୍ଷ ଲାଗିଥାଏ । ତେଣୁ, ମାଟିର ସୁସ୍ଥତା କିପରି ବଜାୟ ରହିବ ସେଥି ନିମନ୍ତେ ସମସ୍ତଙ୍କୁ ସଚେତନ କରି ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ କୃଷିଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଡ. ସାହୁ କହିଲେ ବିଶ୍ୱର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ନିମନ୍ତେ ଖାଦ୍ୟ, ବାସଗୃହ, ପୋଷାକ ଆଦିର ଚାହିଦା ମେଣ୍ଟାଇବା ପାଇଁ ଅଧିକରୁ ଅଧିକ ଫସଲ ଉତ୍ପାଦନ ନିମନ୍ତେ ଅତ୍ୟଧୁକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର, ଜଙ୍ଗଲ କ୍ଷୟ, ଶିଳ୍ପ ଓ ବାସଗୃହର ବର୍ଜ୍ୟବସ୍ତୁ ମାଟିରେ ମିଶିବା ଆଦି ଅନେକ କାରଣରୁ ମାଟିର ଉର୍ବରତା ନଷ୍ଟ ହୋଇ ଚାଲିଛି । ସେ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ହେବା ଆବଶ୍ୟକ ।
ମୃତ୍ତିକାର ସ୍ୱାସ୍ଥ୍ୟ ପରିଚାଳନା ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ । ଭବିଷ୍ୟତ ବଂଶଧରଙ୍କ ଖାଦ୍ୟ ସୁରକ୍ଷା ଓ ଜୀବଜଗତର ସୁରକ୍ଷା ନିମନ୍ତେ ପ୍ରଥମେ ମୃତ୍ତିକାର ସୁରକ୍ଷା କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମାଟି ପରୀକ୍ଷା କରାଯାଇ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବିତରଣ, ଜୈବିକ କୃଷି, ନିରନ୍ତର କୃଷି, ଜୈବିକ ଖତସାର, ମାଟିର ଆବଶ୍ୟକତା ଅନୁସାରେ ଅନୁମୋଦିତ ସାର ପ୍ରୟୋଗ, ରିହାତି ଦରରେ ଜୀବାଣୁ ସାର ବଣ୍ଟନ, ଫସଲର ବିବିଧକରଣ ଓ ସଠିକ୍ ଜଳ ପରିଚାଳନା ଆଦି ଦିଗରେ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷ ବିଶ୍ୱ ମୃତ୍ତିକା ଦିବସର ବାର୍ତ୍ତା ‘ମାଟିକୁ ଜୀବନ୍ତ ରଖନ୍ତୁ, ଜୈବବିବିଧତାକୁ ସୁରକ୍ଷା ଦିଅନ୍ତୁ’ ଦିଗରେ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏହି କ୍ରମରେ ମନ୍ତ୍ରୀ ଡ. ସାହୁ ଅନ୍ତର୍ଜାତୀୟ ସଂସ୍ଥା ଇକି୍ରସାଟ୍ର ସହାୟତାରେ ଭୂଚେତନା କାର୍ଯ୍ୟକ୍ରମ ଅନ୍ତର୍ଗତ ଭୁବନେଶ୍ୱର ଓ ସଞ୍ଚଲ ପୁରଠାରେ ସ୍ଥାପନ କରାଯାଇଥିବା ଦୁଇଟି ରେଫରାଲ୍ ମୃତ୍ତିକା ପରୀକ୍ଷାଗାରକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶୁଭ ଉଦ୍ଘାଟନ କରିଥିଲେ । ଏଥି ସହିତ ମନ୍ତ୍ରୀ ଡ. ସାହୁ ପତାକା ଦେଖାଇ ଆଜି ୧୩ଟି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାରର ଲୋକାର୍ପଣ କରିଥିଲେ ।
ଉତ୍ସବରେ ଯୋଗ ଦେଇ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜକୁମାର ଶର୍ମା କହିଥିଲେ ଯେ କୃଷକ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଡିସେଞ୍ଚର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ଭାବରେ ପାଳନ କରାଯାଉ ଥିବା ବେଳେ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ମୃତ୍ତିକାର ସ୍ୱାସ୍ଥ୍ୟରକ୍ଷା କରି ପାରିଲେ ରାଜ୍ୟର ଚାଷୀମାନେ ଲାଭବାନ ହୋଇ ପାରିବେ । ମାଟିର ସ୍ୱାସ୍ଥ୍ୟ କୃଷି ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧିରେ ପ୍ରମୁଖ ଭୂମିକା ରହିଥାଏ ବୋଲି କହିଥିଲେ । କୃଷି ବିଭାଗର ସମସ୍ତ ଅଧିକାରୀ ମୃତ୍ତିକା ବିଶୋଧନ ଉପରେ ସଚେତନତା ସୃଷ୍ଟି ପାଇଁ ସେ ପରାମର୍ଶ ଦେଇଥିଲେ । ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଲେ ଯେ ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ବିଭାଗ ପକ୍ଷରୁ ମୃତ୍ତିକାର ପରୀକ୍ଷା ଉ ପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଆଜିର କାର୍ଯ୍ୟକ୍ରମରେ ଇକି୍ରସାଟ୍ର ଡାଇରେକଫର ଜେନେରାଲ୍ ଜ୍ୟାକ୍ଲିନ୍ ହୁ୍ୟଜ୍ ହାଇଦ୍ରାବାଦରୁ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ଇକି୍ରସାଟ୍ ସହାୟତାରେ ଓଡ଼ିଶାରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ ।
ଇକି୍ରସାଟ୍ ସହାୟତାରେ ବିଶ୍ୱସ୍ତରୀୟ ରେଫରାଲ ମୃତ୍ତିକା ପରୀକ୍ଷାଗାର ଭୁବନେଶ୍ୱର ଓ ସଞ୍ଚଲ ପୁରଠାରେ କାର୍ଯ୍ୟକ୍ଷମ ହୋଇଥିବାରୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ମାଟିର ଖାଦ୍ୟସାର ମାନଚିତ୍ର ସଞ୍ଚଳିତ ଏକ ପୁସ୍ତିକା ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳ ପତି ଡ. ପବନ କୁମାର ଅଗ୍ରଓ୍ୱାଲ, ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ପ୍ରମୁଖ ଯୋଗଦେଇ ମୃତ୍ତିକାର ସ୍ୱାସ୍ଥ୍ୟରକ୍ଷାରେ ନାନୋ-ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ବୈଷୟିକ ଅଧିବେଶନରେ ଇକି୍ରସାଟ୍ର କଣ୍ଟି୍ର ରି ପ୍ରଜେଣ୍ଟିଭ୍ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ କୃଷି ବୈଜ୍ଞାନିକ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଏବଂ ବହୁ କୃଷି ବୈଜ୍ଞାନିକ ଓ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶା ‘ମୃତ୍ତିକା ପୋଷକତତ୍ତ୍ୱ ସ୍ଥିତିର ମାନଚିତ୍ର’ ଏବଂ ‘ଓଡ଼ିଶାର ୫୦ ବର୍ଷର କୃଷି ପରିସଂଖ୍ୟାନ’ର ଶୁଭ ଉନ୍ମୋଚନ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ସମସ୍ତ ଜିଲ୍ଲାର କୃଷି ଅଧିକାରୀମାନେ ଯୋଗ ଦେଇଥିଲେ ।
No Result
View All Result