No Result
View All Result
1. ବିଶିଷ୍ଟ ନେଫ୍ରୋଲୋଜିଷ୍ଟ ସୁବୋଧ ଦାସ କହିଛନ୍ତି ଯେ ଏକ ଶିଶୁର କିଡନୀ ନେଇ କାହା ଦେହରେ ଲଗାଇବା ଏକ ଅସମ୍ଭବ ବ୍ୟାପାର ।
2. କିଡନୀ ଦାନ କରିବା ପାଇଁ ଅନ୍ୟୁନ ୧୮ ବର୍ଷ ଦରକାର। ୧୮ ବର୍ଷ ପୂର୍ବରୁ କିଡନୀ ମ୍ୟାଚୁଅର ବା ପାକଳ ହୋଇ ନ ଥାଏ ।
3. ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଗୋଟେ ୫ ବର୍ଷର ଝିଅର ଆଖି, କିଡନୀ ତାଡ଼ି ନେଇ ତାକୁ ହତ୍ୟା କରାଯାଇଛି ।
ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ଭୁବନେଶ୍ୱର :- ନୟାଗଡ଼ ‘ପରୀ’ ମୃତ୍ୟୁକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଆଗରେ ଗର୍ଜିଛି ବିଜେପି ମହିଳା ମୋର୍ଚ୍ଚା । ଶହ ଶହ ମହିଳା ବିଜେପି କର୍ମୀମାନେ ମନ୍ତ୍ରୀଙ୍କ ବାସଭବନ ଆଗରେ ନାରାବାଜି କରିବା ସହ ତାଙ୍କର ଇସ୍ତଫା ଦାବି କରିଛନ୍ତି । “ରାଜ୍ୟ ସରକାର ଜାଣିଶୁଣି ପରୀ ମୃତ୍ୟୁକୁ ଚାପି ଦେବାକୁ ଚାହୁଁଛନ୍ତି । ଏଥିପାଇଁ ଏସ୍ଆଇଟି ଗଢ଼ି ତଦନ୍ତ ଚଳାଇଛନ୍ତି। ଏ ରାଜ୍ୟରେ କେବଳ ନେତା,ମନ୍ତ୍ରୀମାନଙ୍କୁ ସୁରକ୍ଷା ମିଳୁଛି । ତେଣୁ ପରୀ ମାମଲାର ଆମେ ସିବିଆଇ ତଦନ୍ତ ଚାହୁଁଛୁ ।
ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ମଧ୍ୟ ଆମର ଦାବି”, କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ତା’ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟେ ୫ ବର୍ଷର ଝିଅର ଆଖି, କିଡନୀ ତାଡ଼ି ନେଇ ତାକୁ ହତ୍ୟା କରାଯାଇଛି । ରାଜ୍ୟ ସରକାର କିନ୍ତୁ ଏହି ଘଟଣାର ତଦନ୍ତ ଠିକ୍ ଭାବେ କରୁନାହାନ୍ତି । ଏଥିରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ଜାଣି ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉନି ବୋଲି ସେ କହିଛନ୍ତି ।
ଅନ୍ୟପଟେ ବିଜେପି ମହିଳା ମୋର୍ଚ୍ଚାର ସଭାପତି ସ୍ମୃତି ପଟ୍ଟନାୟକ କହିଛନ୍ତି, “ଚାରି ମାସ ତଳେ ଯଦି ସେ କୁନି ଝିଅର ପରିବାରକୁ ନ୍ୟାୟ ମିଳିଥାନ୍ତା ତେବେ ଆଜି ଏପରି କିଛି ହୋଇନଥାନ୍ତା । ରାଜ୍ୟ ସରକାର ତଦନ୍ତକୁ ବାଟମାରଣା କରିବାକୁ ଚାହୁଁଛନ୍ତି । ତେଣୁ ଆମେ ସିବିଆଇ ତଦନ୍ତ ଦାବି କରୁଛୁ।”ସେହିପରି ଆଉ ଜଣେ ବିକ୍ଷୋଭକାରୀ କହିଛନ୍ତି ଯେ, ରାଜ୍ୟ ସରକାର ଏବେ ମହିଷାସୁରମାନଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି । ରାଜ୍ୟର ଝିଅ ବୋହୁମାନେ ଆଜି ଅସୁରକ୍ଷିତ ହୋଇପଡିଲେଣି ।
ଯଦି ପରୀକୁ ନ୍ୟାୟ ନମିଳେ ତେବେ ବିଜେପି ଆଗକୁ ଆହୁରି ତୀବ୍ର ଆନ୍ଦୋଳନ ଚଳେଇବ ବୋଲି ସେ କହିଛନ୍ତି । ବିଜେପି ଏହାକୁ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବା ସହିତ ସିବିଆଇ ତଦନ୍ତ ଦାବି କରିଛି । ଏଣେ ରାଜ୍ୟ ସରକାର ଏସଆଇଟି ଗଠନ କରି ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏସ୍ଆଇଟି ମଧ୍ୟ ନୟାଗଡ଼ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼େଇଛି । ପ୍ରଥମ ପର୍ଯ୍ୟାୟରେ ଏସ୍ଆଟି ବାବୁଲି ନାୟକକୁ ଆଣି ପଚରାଉଚୁରା କରିବା ସହିତ ଯଦୁପୁର ଗାଁକୁ ଯାଇ ଛାନଭିନ୍ ଚଳାଇଛି ।
No Result
View All Result