No Result
View All Result
ଓଡ଼ିଶା ତାଜା ନ୍ୟୁଜ (୪ ଡିସେମ୍ବର,ଶୁକ୍ରବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ’ଙ୍କ ଆବାସିକ କାର୍ଯ୍ୟାଳୟ ପରିସର’ରେ ଆଜି ପୂର୍ବାହ୍ନ’ରେ ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କମିଟି’ର ବଜାର ପ୍ରାଙ୍ଗଣ ଠାରେ ଚାଷୀ’ଙ୍କ ଉତ୍ପାଦିତ କପା ବିକ୍ରେ ନିମନ୍ତେ , କପାଚାଷୀ ସଚେତନତା ଓ ପ୍ରଚାର ଅଭିଯାନ ରଥ’ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଚାର ଅଭିଯାନ ରଥ’କୁ ଜିଲ୍ଲାପାଳ ଶ୍ରୀ ଅନୁପମ ଶାହା , ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଇରେନିୟସ ପ୍ରଧାନ ଏବଂ ନନୀୟନ୍ତ୍ରିତ ବଜାର କମିଟି’ର ସେକ୍ରେଟାରୀ ଶ୍ରୀ ଲାଡ଼ି ରଘୁବାବୁ’ଙ୍କ ସମେତ ବହୁ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।
ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୁହାଯାଇଛି ଯେ , ଏହି ପ୍ରଚାର ଅଭିଯାନ ରଥ ମୁଖ୍ୟତଃ କପାଚାଷ ହେଉଥିବା ଜିଲ୍ଲା’ର ୪ ଟି ବ୍ଲକ କାଶୀନଗର , ଗୁମ୍ମା , ଗୋସାଣି ଓ ରାୟଗଡ ବ୍ଲକ’ର ପ୍ରାୟ ୫୦ ଟି ଗ୍ରାମ ପରିକ୍ରମା କରି ପ୍ରାୟ ୧୨ ଶହ କପାଚାଷୀ’ଙ୍କୁ ସଚେତନ କରାଇବ । ସଚେତନ କରାଇବା ଗୁଡିକ ମଧ୍ୟରେ ଆସନ୍ତା ୯/୧୨/୨୦୨୦ ତାରିଖ ଦିନ କମିଟି ପ୍ରାଙ୍ଗଣ’ରେ ସରକାର’ଙ୍କ ଧାର୍ଯ୍ୟ ଦର’ରେ ସିସିଆଇ: ମାଧ୍ୟମ’ରେ କିଣିବା ବ୍ୟବସ୍ଥା , କପା ବିକ୍ରେ ନିମନ୍ତେ ଚାଷୀ କିଭଳି ଓ କେବେ ସେମାନଙ୍କ ନାମ ପଞ୍ଜିକରଣ କରିବେ , କପା ବିକ୍ରୟ ପାଇଁ ଅଗ୍ରୀମ ଟୋକେନ୍ କିଭଳି ନେବେ , ଜମିର ପ୍ରମାଣ ପତ୍ର କିଭଳି ଓ କେଉଁଠାରୁ ଆଣିବେ , ଜଣେ ଚାଷୀ’ଙ୍କ ଠାରୁ ସର୍ବାଧିକ ୪୦ କ୍ୟୁଣ୍ଟାଲ ପର୍ଯ୍ୟନ୍ତ କପା କ୍ରୟ କରିବା , କପାମଣ୍ଡି ସପ୍ତାହ’ରେ ୨ ଦିନ ଅର୍ଥାତ ମଙ୍ଗଳବାର ଓ ବୁଧବାର ଦିନ ୨ ଘଣ୍ଟା ପର୍ଯ୍ୟନ୍ତ ବିକ୍ରେ ହେବା , କପା ବିକୃପାଇଁ ୨୦୨୦-୨୧ ବର୍ଷପାଇଁ ନିର୍ଦ୍ଧାରିତ କପା’ର ଗୁଣାତ୍ମକ ମାନ ଓ ସରକାର’ଙ୍କ ସର୍ବନିମ୍ନ କ୍ୟୁଣ୍ଟାଲ ପ୍ରତି ସହାୟକ ମୂଲ୍ୟ ଏବଂ କପା’ର ଉଚିତ ମୂଲ୍ୟ ପାଇବା ପାଇଁ ଶୁଖିଲା ଓ ପରିଷ୍କାର କପା ମଣ୍ଡିକୁ ବିକ୍ରେ ନିମନ୍ତେ ଆଣିବା ପାଇଁ ପ୍ରଭୃତି ଉପରେ କପାଚାଷ ହେଉଥିବା ବିଭିନ୍ନ ଗ୍ରାମାଞ୍ଚଳ’କୁ ଯାଇ କପାଚାଷୀ ମାନଙ୍କୁ ସଚେତନ କରାଇବ ବୋଲି କୁହାଯାଇଛି l (ପାରଳାଖେମୁଣ୍ଡି/ଗରୁଡ ଧ୍ଵଜ ଚୌଧୁରୀ)
No Result
View All Result