No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଡିସେମ୍ବର ଗୁରୁବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅଂଚଳ ପନିପରିବା ଚାଷ ସକାଶେ ସାରା ରାଜ୍ୟରେ ଖ୍ୟାତି ରହିଛି । ପାଣିପାଗର ବାରମ୍ବାର ପରିବର୍ତନ ସର୍ବଦା ଚାଷୀକୂଳ ପାଇଁ ଘାତକ ସାଜିଛି । ଚଳିତ ବର୍ଷ ପନିପରିବା ଫସଲ ପାଇଁ ପାଗ ଅନୁକୂଳ ରହିଛି । ମାତ୍ର ପରିବେଶର ତାପମାତ୍ରାରେ ପରିବର୍ତନ ଯୋଗୁଁ ପନିପରିବା ଫସଲରେ ନୂଆଁ ରେଗପୋକ ସୃଷ୍ଟି କରୁଛି । ଯାହାଙ୍କୁ ଚିହ୍ନଟ କରିବା ଚାଷୀଙ୍କ କ୍ଷେତ୍ରରେ ଅସମ୍ଭବ ହୋଇପଡ଼ିୁଛି । ଯେତେ ପ୍ରକାରରର ରୋଗର ଉପଚାର କଲେ ବି ପୋକ ମାନଙ୍କ ପ୍ରଭାବ କମିବା ନାଁ ଧରୁନି । ଫଳରେ ସ୍ଥାନୀୟ ବ୍ଳକର ବୁରୁପୋଡ଼ା, ଖଣ୍ଡରା, ଚାନ୍ଦୁଲି, ସିକିରି, ରାଳବ, ଖରିଡ଼ା, ଆଲପୁର, ଗିରିଆ ନାରାୟଣପୁର, ଶାସନଅ।।ମ୍ବଗାଁ, ବାଦିଆମ୍ବଗାଁ ପ୍ରଭୃତି ଅଂଚଳର ଚାଷ ହୋଇଥିବା ପ୍ରାୟ ୩ଶହରୁ ଉର୍ଦ୍ଧ୍ୱ ଏକର କୋବି ଫସଲ ଏବେ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି ।
ଅଜଣା ରେଗପୋକ ପ୍ରଭାବରେ କୋବି ଗଛର ପତ୍ର ଗୁଡ଼ିକ କଣା ହୋଇଯାଉଛି । ଗଛ ଗୁଡ଼ିକ ଭଲ ଭାବରେ ବଢି ପାରୁନଥିବା ବେଳେ ପତ୍ର ଗୁଡ଼ିକ ଅଳ୍ପ ଦିନ ମଧ୍ୟରେ ହଳଦିଆ ପଡ଼ିଯାଉଛି । ଦିନକୁ ଦିନ ଏଭଳି ରୋଗପୋକ ବଢିବାରେ ଲାଗିଛି । ଯଦ୍ୱାରା ଅମଳ ଚାଷକୁ ନେଇ ସ୍ଥାନୀୟ ଅଂଚଳର ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଗୋଟିଏ ଏକର ଚାଷଜମିରେ ପ୍ରାୟ ୨୫୦୦ରୁ ୩୦୦୦ କୋବି ଚାରା ଲଗାଯାଉଛି । ଗୋଟିଏ କୋବି ଚାରା ତଳିପକାଇ ଚାଷ କଲାବେଳକୁ ଗଛ ପିଛା ପ୍ରାୟ ୧ଟଙ୍କା ଖର୍ଚ୍ଚ ହେଉଛି । ଏହା ଛଡ଼ା ବେଉଷଣ ବାବଦକ୍ୁ ସାର, କୀଟନାଶକ ଔଷଧ, କୋଡ଼ାଖୁସା, ପାଣି ମଡ଼ାଇବା ବାବଦକୁ ପ୍ରାୟ ୨ରୁ ୩ଟଙ୍କା ଖର୍ଚ୍ଚ କରାଯାଉଛି । ଏହା ପରେ ଚାଷୀ ଓ ତାର ପରିବାରର ପରିଶ୍ରମର ମୂଲ୍ୟ ରହୁଛି ।
ମୋଟାମୋଟି ଭାବରେ ଦେଖିବାକୁ ଗଲେ ଗୋଟିଏ କୋବି ପିଛା ଅନୁନ୍ୟ ୫ରୁ ୬ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି । ଏହା ବାଦେ ବଜାରକୁ କୋବି ରପ୍ତାନି ପାଇଁ ଯାତାୟତ ଖର୍ଚ୍ଚ ମଧ୍ୟ ରହିଛି । ଗୋଟାଏ କୋବି ପିଛା ପ୍ରାୟ ୧୦ ଟଙ୍କାରେ ବିକ୍ରି ନକଲେ ଲାଭ ମିଳିବା ମୁସ୍କିଲ । ତେବେ ଗଛରେ ଫଳ ଫଳିବା ବେଳକୁ ପୋକ ପ୍ରଭାବରେ ଫସଲ ନଷ୍ଟ ହୋଇଯାଉଛି । ପୋକ ଗୁଡ଼ିକ ଗୁଣ୍ଡିପୋକ ଭଳି ଆଖିକୁ ଦେଖାଯାଉଛନ୍ତି । ଚାଷକୁ ରୋଗପୋକ ଦାଉରୁ ବିଭିନ୍ନ ପ୍ରକାରର କୀଟନାଶକ ଔଷଧ ବ୍ୟବହାର କରାଯାଉଥିଲେ ମଧ୍ୟ ରୋଗପୋକ ପ୍ରଭାବ କମୁନଥିବା ନେଇ ଚାଷୀ ମାନେ କହିଛନ୍ତି । ଯାହା ଫଳରେ ଚାଷୀକୂଳ ଚିନ୍ତାରେ ପଡ଼ି ଯାଇଛନ୍ତି । କୃଷି ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିବା ସହ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ପ୍ରଦାନ ଓ ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଂଚଳର ଚାଷୀ ମାନେ ଅନୁରୋଧ କରିଛନ୍ତି । (ଋିପୋର୍ଟ : ଶୁସାନ୍ତ ପ୍ରଧାନ, ହିଞ୍ଜିଳିକାଟୁ)
No Result
View All Result