No Result
View All Result
ରଣପୁର ନିର୍ବାଚନ ମଣ୍ଡଳୀ ରେ ଦୁଇଟି ବ୍ଲକ । ଓଡ଼ଗାଁ ରେ ୧୮ ଟି ପଞ୍ଚାୟତ । ସେହି ପଞ୍ଚାୟତ ରେ ସାଂସଦ ପ୍ରତିନିଧି ଦିଆ ହୋଇ ସାରିଥିବା ବେଳେ ରଣପୁର ବ୍ଲକ ରେ ୩୭ ଟି ପଞ୍ଚାୟତ ଥାଇ କାହିଁକି ସାଂସଦ ପ୍ରତିନିଧି ଆସନ ଖାଲି ପଡ଼ିଛି ଏ ନେଇ ପ୍ରଶ୍ନ ଉଠୁଛି ।
ଓଡ଼ିଶା ତାଜା ନ୍ୟୁଜ (୩ ଡିସେମ୍ବର ଗୁରୁବାର )ରଣପୁର /ରିପୋର୍ଟ – ଅଭିମନ୍ୟୁ : – ରଣପୁର ନିର୍ବାଚନ ମଣ୍ଡଳୀ ଦୁଇଟି ବ୍ଲକକୁ ନେଇ ସଂଗଠିତ । ସେଥିରୁ ରଣପୁର ବ୍ଲକ ଏବଂ ଓଡ଼ଗାଁ ବ୍ଲକ କୁ ମିଶାଇ ରଣପୁର ନିର୍ବାଚନ ମଣ୍ଡଳୀ କୁ ସଂଯୋଜିତ କରାଯାଇଛି । ୨୦୦୯ ରୁ ୨୦୧୪ ମସିହା ଶ୍ରୀଯୁକ୍ତ ସତ୍ୟ ନାରାୟଣ ପ୍ରଧାନ ରଣପୁର ନିର୍ବାଚନ ମଣ୍ଡଳୀ ରେ ବିଧାୟକ ଥିବା ସମୟରେ ସାଂସଦ ପ୍ରତିନିଧି ଭାବେ ମନୋଜ ଦାସ ରଣପୁର ପ୍ରତିନିଧିତ୍ୱ କରୁଥିଲା ବେଳେ ଜିଲ୍ଲା ପାଇଁ ଧନେଶ୍ୱର ପ୍ରଧାନ ପ୍ରତିନିଧିତ୍ୱ କରୁଥିଲେ । ସେହି ସମୟରେ ମାନ୍ୟବର ସାଂସଦ ଙ୍କର ସଂମ୍ପର୍କ ରେ ନିର୍ବାଚନ ମଣ୍ଡଳୀ ରେ ଲୋକ ମଧ୍ୟରେ ଏକ ପ୍ରକାର ର ବିଶେଷ ଚର୍ଚ୍ଚା ହେଉଥିଲା ।
୨୦୧୪ ରୁ ୨୦୧୯ ମସିହା ରେ ଶ୍ରୀଯୁକ୍ତ ରବିନାରାୟଣ ମହାପାତ୍ର ବିଧାୟକ ଥିବା ସମୟରେ ରଣପୁର ବ୍ଲକ ର ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଭାବେ କିଶୋର ପଟ୍ଟନାୟକ ଦାୟିତ୍ୱ ବହନ କରୁଥିବା ବେଳେ ନୟାଗଡ଼ ଜିଲ୍ଲା ପାଈଁ ସାଂସଦ ପ୍ରତିନିଧି ଭାବରେ ଇଂ ଦେବାଶିଷ ପଟ୍ଟନାୟକ ଦାୟିତ୍ୱ ତୁଲାଉ ଥିଲେ । କିନ୍ତୁ ପୂର୍ବ ଭଳି ୨୦୧୪ ରୁ ୨୦୧୯ ମଧ୍ୟରେ ମାନ୍ୟବର ସାଂସଦ ଙ୍କ ର ରଣପୁର ନିର୍ବାଚନ ମଣ୍ଡଳୀ ରେ ଉପସ୍ଥିତି ଥିଲା ଭଲି ମନେ ହେଉନଥିଲା ତଥା ଲୋକଙ୍କ ପାଖରେ ସାଂସଦ ଙ୍କ ପାଈଁ ଏକ ପ୍ରକାର ଲୋକ ପ୍ରିୟତା ନଥିଲା ଭଳି ମନେ ହେଉଥିଲା । ଯେହେତୁ ବର୍ତ୍ତମାନ ସତ୍ୟ ନାରାୟଣ ପ୍ରଧାନ ପୁନଶ୍ଚ ବିଧାୟକ ପଦବୀ ରେ ଥିବା ବେଳେ ଖାଲି ପଡ଼ିଛି ସାଂସଦ ପ୍ରତିନିଧି ଙ୍କ ସ୍ଥାନ ।
ଓଡ଼ଗାଁ ବ୍ଲକକୁ ସାଂସଦ ପ୍ରତିନିଧି ଭାବେ ଲିଙ୍କନ ସୁବୁଦ୍ଧି ଙ୍କୁ ଦାୟିତ୍ୱ ଦିଆଯାଇଛି ହେଲେ ଏବେ ସୁଧା ରଣପୁର ବ୍ଲକ କୁ ମିଳି ନାହିଁ ସାଂସଦ ପ୍ରତିନିଧି ! ଏବେ ସୁଦ୍ଧା ରଣପୁର ବ୍ଲକ କୁ ସାଂସଦ ପ୍ରତିନିଧି ଦିଆଯାଇ ନଥିବାରୁ ରାଜନୈତିକ ବୁଦ୍ଧିଜୀବି ମହଲ ରେ ଅସନ୍ତୋଷ ପ୍ରକାଶ ପାଉଛି । ତେଣୁ ଏନେଇ ମନୋଜ ଦାସ୍ ଙ୍କୁ ସାଂସଦ ପ୍ରତିନିଧିତ୍ୱ ପାଈଁ ସେହି ଆସନ ଦିଆଯାଉ ବୋଲି ଜନ ସଧାରଣ ରେ ଜୋର ଧରିଛି । ନିର୍ବାଚନ ମଣ୍ଡଳୀ ରେ ମନୋଜ ଦାସ୍ ଙ୍କୁ ନେଇ ଚର୍ଚ୍ଚା ଉଠିଛି , ଦେଖାଯାଉ ରଣପୁର ବ୍ଲକ ରେ କେବେ ପୂରଣ ହେଉଛି ସାଂସଦ ପ୍ରତିନିଧି ଆସନ ।
No Result
View All Result