No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଡିସେମ୍ବର ବୁଧବାର )ପଦ୍ମପୁର :- ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଚାଷୀ ମାନଙ୍କୁ ବିନା କଟନୀରେ ଧାନ ଦେବାକୁ ନିବେଦନ କରିଛନ୍ତି । କୌଣସି ବ୍ୟକ୍ତି ଅସାଧୁ ଉପାୟରେ କଟନୀ ପରେ ଧାନ ଉଠାଇବାକୁ ପ୍ରବର୍ତ୍ତିତ କଲେ,କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଅଧ୍ୟକ୍ଷା ତାଙ୍କର କାର୍ଯ୍ୟାଳୟରେ ଧାନ
ସଂଗ୍ରହରେ ସଂପୃକ୍ତ ଥିବା ଅଧିକାରୀ ମାନଙ୍କ ସହ ଆଲୋଚନା କରି ଏପରି ପଦକ୍ଷେପ ନେଇଛନ୍ତି । ଆଲୋଚନା ସମୟରେ ସି ଏସ ଓ,ଡି ଆର ସି ଏସ,ଏ ଆର ସି ଏସ ଓ ମିଲର୍ସମାନେ ଉପସ୍ଥିତ ଥିଲେ । କଟନୀ ବାଧ୍ୟ କଲେ ମୋ.୮୪୫୫୮୮୦୧୩୯ (ଅଧ୍ୟକ୍ଷା ମୁକ୍ତା ସାହୁ ) ନମ୍ବରରେ ଯୋଗାଯୋଗ କରିବାକୁ ଜଣାଇଛନ୍ତି ।(ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result