No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ଡିସେମ୍ବର ମଙ୍ଗଳବାର ) ନୟାଗଡ଼ :- ବିଶ୍ୱ ଏଡସ୍ ଦିବସ-୨୦୨୦ ପାଳନ ଅବସରରେ ଆଜି ପୂର୍ବାହ୍ନ ୧୨ଘଟିକା ସମୟରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହରେ ଜିଲ୍ଲା ସ୍ୱସ୍ଥ୍ୟ ସମିତି ଆନୁକୂଲ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାପାଳ ଡା. ଟୁଡୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ଏଡସ୍ ଏକ ସାମାଜିକ ସମସ୍ୟା ବୋଲି କହିଥିଲେ ା ବାହାରକୁ ଯାଉଥିବା ଶ୍ରମିକମାନେ ବିଶେଷ କରି ଏହି ରୋଗର ଶିକାର ହୋଇଥାନ୍ତି । ସଂଯମତା ରକ୍ଷା ନ କଲେ ଏହି ରୋଗ ବ୍ୟାପିଥାଏ । ଅସୁରକ୍ଷିତ ଛୁଂଚି ବ୍ୟବହାର କରିବା ଦ୍ୱାରା ଅଶୋଧିତ ରକ୍ତ ନେବା ଦ୍ୱାରା ଏବଂ ଅସୁରକ୍ଷିତ ଯୌନ ସଂପର୍କ ଦ୍ୱାରା ଏହି ରୋଗ ବ୍ୟାପୀ ଥାଏ । ଏପରିକି ଏଡସ୍ ରୋଗୀର ମାଆ ଠାରୁ ପିଲାକୁ ମଧ୍ୟ ଏହି ରୋଗ ବ୍ୟାପିଥାଏ ।
ତେଣୁ ଏହି ରୋଗ ନିରାକରଣ ପାଇଁ ସମସ୍ତ ମାନବ ସମାଜ ସଚେତନ ହେବା ଆବଶ୍ୟକ ଏବଂ ଏଡସ୍ ସଂକ୍ରମିତ ରୋଗୀକୁ ଘୃଣା ନ କରି ଚିକିତ୍ସାଳୟରେ ଚିକିତ୍ସା କରାଇବା ଆବଶ୍ୟକ । ତେଣୁ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ବହୁଳ ଭାବରେ ପ୍ରଚାର ପ୍ରସାର ଆବଶ୍ୟକ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ମାନ୍ୟବର ବିଧାୟକ ରଣପୁର ତଥା ଅଧ୍ୟକ୍ଷ, ଜିଲ୍ଲା ଯୋଜନା ବୋର୍ଡ, ନୟାଗଡ଼ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇ କହିଲେ ଯେ, ସଂଯମତା ଦ୍ୱାରା ଏହି ରୋଗ ନିରାକରଣ ହୋଇପାରିବ । ପ୍ରତିବର୍ଷ ଡିସେମ୍ବର ୦୧ ତାରିଖରେ ଏହି ଦିବସ ପାଳନ କରାଯାଉଛି । ଏ ବର୍ଷର ବିଷୟବସ୍ତୁ ରହିଛି ବିଶ୍ୱ ଏକତା ଏବଂ ସହଭାଗୀ ଦାୟିତ୍ୱ । ଲୋକମାନଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାରୁ ଏକ ସଚତେନତା ରଥ ବାହାରିଛି ।
ଏହା ଜିଲ୍ଲାସାରା ପରିକ୍ରମା କରି ଏଡସ୍ ସମ୍ବନ୍ଧରେ ପ୍ରଚାର କରିବ । ସେହିପରି ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ.ଡି. ଏହି ରୋଗ ଏକ ଭୂତାଣୁ ଜନିତ ରୋଗ ବୋଲି ପ୍ରକାଶ କରିଥିଲେ । ଏଚ.ଆଇ.ଭି ଭାଇରସ ଦ୍ୱାରା ଏହି ରୋଗ ସଂକ୍ରମିତ ହୋଇଥାଏ । ଏହି ରୋଗରୁ ରକ୍ଷା ପାଇବା ପାଇଁ ସଚେତନତା ହିଁ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତିପ୍ରସାଦ ମିଶ୍ର , ନୋଡାଲ ଅଧିକାରୀ ଡା. ଶରତ କୁମାର ଦାଶ ପ୍ରମୁଖ ଡାକ୍ତରମାନେ ଏଡସ୍ ରୋଗର ନିରାକରଣ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ,ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ଥିଲେ । ଶେଷରେ ଡି.ପି.ଏମ. ଶ୍ରୀ ନିତ୍ୟରଂଜନ ବରାଳ ଧନ୍ୟବାଦ ଦେଇଥିଲେ । (ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ , ନୟାଗଡ଼) (ଜିଲ୍ଲା ରିପୋର୍ଟ-ରାମ କୃଷ୍ଣ ରଥ )
No Result
View All Result