No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ଡିସେମ୍ବର ମଙ୍ଗଳବାର ) ରାୟଗଡ,ଗଜପତି :- ରାୟଗଡବ୍ଲକ ସଦରମହକୁମା ମଧ୍ୟରେ ରେ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନା ରାୟଗଡ କୁମ୍ଭାରସାହି,i ଉପରମୁଣ୍ଡରେ,ଦ୍ୱିତୀୟରେ ହେଣ୍ଡିଆସାହି ନିକଟ ବସଷ୍ଟାଣ୍ଡ ଠାରେ ନିର୍ମିତ ଲୁହାଷ୍ଟାଣ୍ଡ, ପ୍ଲାଷ୍ଟିକପାଣି ଟେଙ୍କସହ ସୌରଚଳିତ ପ୍ଲେଟ ଛଡା 2012ମସିହାରେ ଖନନ ହୋଇଥିବା ପୁରୁଣା ନଳକୂପରୁ, ପାଇପ ଲଗାଇ ପାଣି ଉଠେଇନେଇଥିବା ଦେଖିବାକୁ ମିଳିଛି !ଏ ହି ପାନୀୟ ଜଳ ଯୋଗାଣ ଅଟକଳ ମୂଲ୍ୟ ଚାରିଲକ୍ଷ ଟଙ୍କା ବିନିଯୋଗ ରେ ତିଆରି ହୋଇଥିବା ବେଳେ ବର୍ତ୍ତମାନ ଅଚଳ ହୋଇରହି ଅଛି l
ଆର୍ଥିକ ବର୍ଷ 2016/2017 ଆଜକୁ ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ସାହିବାସିନ୍ଦା ଚାରିଦିନ ପାଣି ବ୍ୟବହାର କରିନଥିବା ଅଭିଯୋଗ କରିଛନ୍ତି l ସରକାର ଲକ୍ଷ ଲକ୍ଷଟଙ୍କାଖର୍ଚ୍ଚ କରି ଯଦି ଜନସାଧାରଣଙ୍କ ସୁବିଧାରେ ନଆସେ ତେବେ ଏହି ସରକାରୀ ଯୋଜନା କେବଳ ନାମକୁ ମାତ୍ର ବୋଲି ରାୟଗଡ କୁମ୍ଭାର ସାହି,ହେଣ୍ଡିଆସାହି ବାସିନ୍ଦା ଅଭିଯୋଗ କରିଛନ୍ତି ! ଉକ୍ତ ବିଷୟରେ ତିଆରୀ ବେଳେ ରହିଥିବା କନିଷ୍ଠ ଯନ୍ତ୍ରୀ ନାଗେଶ୍ୱର ସେନାପତିଙ୍କୁ ପଚାରିବାରୁ ସେ କହିଛନ୍ତି ତାହା ଖରାପ ଅଛି ବୋଲି ମୁ ଜାଣିନ ଥିଲି l ବର୍ତ୍ତମାନ 15 ଦିନ ମଧ୍ୟରେ ତିଆରି ହୋଇଯିବ ବୋଲି କହିଛନ୍ତି l ଏଠି ପ୍ରଶ୍ନ ଉଠୁଛି ରାୟଗଡ ଠାରେ ଯଦି ଏହି ଭଳି କାର୍ଯ୍ୟ ହୋଉଛି ଅନ୍ୟ ପଞ୍ଚାୟତମାନଙ୍କରେ କିଭଳି କାର୍ଯ୍ୟ ହଉଥିବ ବୋଲି ଚର୍ଚ୍ଚା ହେଉଛି l ଏହିଜଳ ଯୋଗାଣ କାର୍ଯ୍ୟରେ ବ୍ୟାପକ ଅନିମିୟତା କୁ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି ! (ଗଜପତି ରାୟଗଡ/ରିପୋର୍ଟ ,ସଂଜୀବ କୁମାର ପାଣି)
No Result
View All Result