No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ଡିସେମ୍ବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତ ଏବଂରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ଓଡିଶା’ର ମିଳିତ ଆନୁକୂଲ୍ୟ’ରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ’ଙ୍କ କାର୍ଯ୍ୟ।ଳୟ ପରିସର’ରେ “ବିଶ୍ୱ ଏଡସ ଦିବସ-୨୦୨୦ ପାଳନ ଅବସର’ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର’ରେ ଏକ ସଚେତନତା ରଥ ଓ ଶୋଭାଯାତ୍ରା ବାହାରିଥିଲା । ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ପରେ ପରେ “ବିଶ୍ୱ ଏଡସ ଦିବସ” ପାଳନ ଉପଲକ୍ଷେ ଏକ ସଚେତନତା ମୂଳକ ଦସ୍ତଖତ ଅଭିଯାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ପରେ ଜିଲ୍ଲା ମୁଖ୍ୟ ଚିକିସ୍ୟାଧିକାରୀ’ଙ୍କ କାର୍ୟ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ଜିଲ୍ଲା ଏଡସ ନିୟନ୍ତ୍ରଣ ସମିତି’ର ଶ୍ରୀ ଶକ୍ତି ପ୍ରସାଦ ପଟନାୟକ’ଙ୍କ ସଭା କାର୍ୟ୍ୟ ସଞ୍ଚାଳନ’ରେ ଜିଲ୍ଲା ମୁଖ୍ୟ ଚିକିସ୍ୟାଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର ଏବଂ ଜିଲ୍ଲା ଏଚଆଇଭି:-ଏଡସ ଅଧିକାରୀ ଡାଃ ଏନ: ରବିବାବୁ ଅତିଥି ଭାବେ ଯୋଗଦେଇ ଏଡସ ରୋଗ କଣ , ଏହାର ଭୟାବହତା , କାରଣ ଓ ନିରାକରଣ’ର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ । ଅନ୍ୟପକ୍ଷ’ରେ “ବିଶ୍ୱ ଏକତା – ସହଭାଗୀ ଦାୟିତ୍ୱ” ଶୀର୍ଷକ ବାର୍ତ୍ତା ଉପରେ ମୁଖ୍ୟତଃ ବ୍ୟାପକ ଜନସଚେତନତା , ସଂଯମତା ଓ ଦାଇତ୍ୱ-ସମ୍ପନ୍ନ ଆଚରଣ ହିଁ ଏହି ଦୁରାରୋଗ୍ୟ’କୁ ଦୁରେଇ ହେବ , ଏଥିପାଇଁ ସମସ୍ତେ ଏକତାବଦ୍ଧ ହୋଇ ସହଭାଗିତା ଭିତ୍ତିକ ଉଦ୍ୟମ ଜାରୀ ରଖିବାକୁ ଆହ୍ବାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ୟ୍ୟକ୍ରମ’ରେ ଡିଏମଓ: ଡାଃ ପ୍ରମୋଦ କୁମାର ପଣ୍ଡା ,
ଏନଆରଏଚଏମ:-ଡିପିଏମ: ସୌମ୍ୟରାଣୀ ଗୌଡ଼ ଏବଂ ପରିବାର କଲ୍ୟାଣ ବିଭାଗ ଏଡିପିଏଚଓ:-ଡାଃ ଏମ:ଏସ: ମୁନିର ପ୍ରମୁଖ ମଞ୍ଚଆସିନ ଅତିଥି ଭାବେ ଯୋଗ ଦେଇ ଏଡସ ରୋଗ ହେଲେ ଆକ୍ରାନ୍ତ ଲୋକଙ୍କ ରୋଗ ପ୍ରତିଷେଧକ ଶକ୍ତି କିଭଳି ଲୋପ ପାଇଥାଏ ଏବଂ ଏହା କିଭଳି ମୃତ୍ୟୁ’ର କାରଣ ହୋଇଥାଏ , ସଂକ୍ରମଣ’ର କାରଣ , ସାବଧାନତା , ନିରାକରଣ ,ଏଡସ ରୋଗ ଠାରୁ କିଭଳି ଦୁରେଇ ରହିବାକୁ ହେବ , ଏଡସ ସଂକ୍ରମିତ ମା’ଠାରୁ ଜନ୍ମିତ ଶିଶୁ’କୁ କିଭଳି ଉପାୟ’ରେ ଏଡସ ରୋଗ ହୋଇଥାଏ ପ୍ରଭୃତି’ର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇ ସଚେତନ କରାଇଥିଲେ ।ତେଣୁ ଏଡସ ମୁକ୍ତ ସମାଜ ଗଠନ’ରେ ସମସ୍ତ’ଙ୍କ ସହଯୋଗ’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତପ୍ରକାଶ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ’ରେ ସମନ୍ୱିତ ଏଡସ ରୋଗ ନିରୂପଣ ଏବଂ ପରୀକ୍ଷା କେନ୍ଦ୍ର (ଆଇସିଟିସି:)’ର କର୍ମଚାରୀ ଗଣ , ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ସ୍ବେଛାସେବୀ ଅନୁଷ୍ଠାନ “ଏସଡବ୍ଲୁଡବ୍ଲୁଏସ:” ର କର୍ମଚାରୀ ମାନେ ଯୋଗ ଦେଇଥିଲେ(ପାରଳାଖେମୁଣ୍ଡି/ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result