ଓଡ଼ିଶା ତାଜା ନ୍ୟୁଜ୍ (୧ଡିସେମ୍ବର ମଙ୍ଗଳବାର ) କଟକ :- କଟକ ସଦର ତେଲଙ୍ଗାପେଣ୍ଠ ଗାନ୍ଧିସ୍ମୃତୀ ପୀଠର ସ୍ରଷ୍ଟା , ସମାଜସେବୀ ପୂର୍ବତନ ଶିକ୍ଷକ କୈଳାସ ବାସୀ ବରାଳଙ୍କ ସ୍ମୃତି ଚାରଣ ସଭା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ଏନେଇ ତେଲଙ୍ଗାପେଣ୍ଠ ଗାନ୍ଧିସ୍ମୃତୀ ପୀଠ ଠାରେ ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃତି ଚାରଣ ସଭାରେ ପୂର୍ବତନ ସରପଞ୍ଚ ପୀତବାସ ମହାପାତ୍ର ,ରବିନ୍ଦ୍ର ବେହେରା, ଶ୍ରୀ ସନ୍ୟାସୀ , ବିକ୍ରମ ଶତପଥୀ, ସନ୍ତୋଷ କୁମାର ଲେଙ୍କା , ତ୍ରୈଲୋକ ପ୍ରଧାନ, ପୂର୍ବତନ ପ୍ରଧାନ ଶିକ୍ଷକ ଶରତ କୁମାର ରଥ, ପ୍ରମୂଖ ଯୋଗ ଦେଇ କହିଲେ ଯେ, କୈଳାସ ସାରେ ମଣିଷ ଭିତରେ ଜଣେ ନିସ୍ୱ।ର୍ଥପର, ସମାଜସେବୀ, ପରଉପକାରୀ, ସ୍ନେହୀ ,ଆଦର୍ଶ ବ୍ୟକ୍ତି ଥିଲେ ।
ସେ ସଦାସର୍ବଦା ସମାଜର ଭଲକାମ ପାଇଁ ନିଜର ସମୟ ଅତିବାହିତ କରୁଥିଲେ । ତାଙ୍କରି ପ୍ରଚେଷ୍ଟାରେ ଗାନ୍ଧିସ୍ମୃତୀ ପୀଠର ଆଜି ଉନ୍ନତି ହୋଇ ପାରିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସେହିପର ଫୁଲନଖରାର ଲକ୍ଷେଶ୍ୱର ମନ୍ଦିର ପରିସରରେ ଆୟୋଜିତ ଗଣେଶ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତା କରିଥିଲେ ।ଏଥିରେ ଗଣେଶ ଚନ୍ଦ୍ର ବେହେରା , କାନନ ବିହାରୀ ନାୟକ , ସୁରେନ୍ଦ୍ର ନାଥ ଛୋଟରାୟ, କେଦାରନାଥ ଜେନା ପ୍ରମୁଖ ଯୋଗ ସ୍ମୃତି ଚାରଣ କରିଥିଲେ । ସେହିଭଳି ତିଙ୍କ ନିଜ ଗ୍ରାମ ପାହାଳ ନିକଟସ୍ଥ ନୂଆପାଟଣା ଗ୍ରାମରେ ସୋମବାର ଏକାଦଶାହ ଅଵସରରେ ମଧ୍ୟ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)