No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ଡିସେମ୍ବର ମଙ୍ଗଳବାର )ଭୁବନେଶ୍ୱର :- ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ କର ଫାଉଣ୍ଡେସନ୍ତ ରଫରୁ ବିଶ୍ୱ ଏଡ୍ସ୍ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କର ଫାଉଣ୍ଡେସନ୍ର ଅଧ୍ୟକ୍ଷ ତଥା ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ଚନ୍ଦନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ବିଭାଗର କମିଶନର ଶ୍ରୀମତୀ ସୁଲୋଚନା ଦାସ, ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ତେଜେଶ୍ୱର ପରିଡ଼ା, ଯୁବ ସମାଜସେବୀ ମୀର ଅହମ୍ମଦ ଅଲ୍ଲୀ ଯୋଗ ଦେଇଥିଲେ ।
ଏଡ୍ସ ରୋଗ ବ୍ୟାପିବାର କାରଣ, ଲକ୍ଷଣ ଓ ପ୍ରତିକାର ସମ୍ବନ୍ଧରେ ଶ୍ରୀଯୁକ୍ତ କର ଆଲୋଚନା କରିଥିଲେ । ଏଡ୍ସ ରୋଗୀଙ୍କ ପ୍ରତି ଲୋକଙ୍କ ମନରେ ଥିବା ଘୃଣାଭାବ ଦୂର କରିବା ସହ ବ୍ୟାପକ ସଚେତନତା ଜରୁରୀ ବୋଲି ଶ୍ରୀମତୀ ଦାସ ମତବ୍ୟକ୍ତ କରିଥିଲେ । ସମାଜରେ ଏଡ୍ସ୍ ପୀଡ଼ିତଙ୍କୁ ସ୍ନେହ, ଭଲପାଇବା ଦେବାକୁ ଶ୍ରୀଯୁକ୍ତ ପରିଡ଼ା ଅନୁରୋଧ କରିଥିଲେ ଓ ଯେତେବେଳେ ସରକାର କୌଣସି ରୋଗୀର ଅନ୍ୟାନ୍ୟ ରୋଗ ଚିକିତ୍ସା କରୁଛନ୍ତି, ସେହି ସମୟରେ ବାଧ୍ୟତାମୂଳକ ଭାବେ ଏଡସ୍ ପରୀକ୍ଷା କରାଇନେବା ଉଚିତ ବୋଲି ଶ୍ରୀଯୁକ୍ତ ପରିଡ଼ା ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶେଖର ମହାନ୍ତି, ଯୁବନେତା ନଳିନୀକାନ୍ତ ନାୟକ, ପ୍ରିୟଦର୍ଶିନୀ, ହାସ୍ୟାଭିନେତା ଜ୍ଞାନ, ଅଭିନେତ୍ରୀ ମାମା, ରିଙ୍କି, ବିନୋଦ, ୱାହିଦ, ମେହେଫୁଜ୍, ପପୁ, ଗୋବିନ୍ଦ, ଦୀପକ, ମାନସ, ସନ୍ତୋଷ, ଶୁଭଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result