• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲଣ୍ଡନରେ ବୋଇତ ବନ୍ଦାଣ ଓ କାର୍ତ୍ତିକ ପୁର୍ଣିମା ୱେବ ଉତ୍ସବ ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
November 30, 2020
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ବିଶ୍ଵ, ହୋମ୍
0
ଲଣ୍ଡନରେ ବୋଇତ ବନ୍ଦାଣ ଓ କାର୍ତ୍ତିକ ପୁର୍ଣିମା ୱେବ ଉତ୍ସବ ଆୟୋଜନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩୦ ନଭେମ୍ବର ସୋମବାର ) ଲଣ୍ଡନରେ/ଭୁବନେଶ୍ୱର/ନୂଆଦିଲ୍ଲୀ, :- ଲଣ୍ଡନ ସ୍ଥିତ ଓଡ଼ିଆ ସାଂସ୍କୃତିକ ସଙ୍ଘ ଆନୁକୁଳ୍ୟ ରେ ଗତକାଲି ପ୍ରଥମ ଥର ପାଇଁ ୱେବ ବୋଇତ ବନ୍ଦାଣ ଓ କାର୍ତ୍ତିକ ପୁର୍ଣିମା ଉତ୍ସବ ଆୟୋଜନ କରାଯାଇଥିଲା | ସାରା ବିଶ୍ୱର ପ୍ରବାସୀ ଓଡ଼ିଆ ମାନଙ୍କର ଏକ ଡିଜିଟାଲ ମଞ୍ଚରେ ମହଯୁଦି ର ସହିତ ରାଜ୍ୟର ଏହି ଗଣପର୍ବ କୁ ଯେଭଳି ଅପୂର୍ବ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନା ର ସହିତ ପାଳନ କରାଯାଇଥିଲା, ତାର ଦୃଶ୍ୟ ଖୂବ ନିଆରା ଓ ମନୋରମ ଥିଲା | ୟୁନାଇଟେଡ଼ କିଙ୍ଗଡମ ର ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ସହଯୋଗ ରେ ମହା ସମାରୋହ ରେ ଅନୁଷ୍ଠିତ ଏହି ମହୋତ୍ସବ କୁ ମୁଖ୍ୟ ଅତିଥି ଭାବରେ ଯୋଗନେଇ ଓଡିଶା ବିଧାନସଭା ର ବାଚ୍ଚସ୍ପତ୍ତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ପାରମ୍ପରିକ ଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ |

ତାଙ୍କର ଉଦଘାଟନୀ ଭାଷଣ ରେ ଡ଼ଃ ପାତ୍ର ଓଡ଼ିଶାର ମହାନ ବୋଇତ ବନ୍ଦାଣ ପରମ୍ପରା ସଂପର୍କରେ ଉଲ୍ଲେଖ କରିବା ସହିତ ଲଣ୍ଡନ ସ୍ଥିତ ଓଡ଼ିଆ ସଂପ୍ରଦାୟ ସେମାନଙ୍କର ମାତୃ ପ୍ରଦେଶ ପାଇଁ ସାଧବ ପୁଅ ସାଜି ଧନ, ଧାନ୍ୟ ଓ ପ୍ରାଚୁର୍ଯ୍ୟ ର ବାହକ ବନିବାକୁ ଡ଼ଃ ପାତ୍ର ଆହ୍ୱାନ ଜଣାଇଥିଲେ | ସମ୍ମାନିତ ଅତିଥି ଭାବରେ ଏହି ଅନଲାଇନ ସମାବେଶକୁ ସମ୍ବୋଧନ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ୟୁରୋପ ମହାଦେଶ ର ହୃଦଭାଗରେ ବୋଇତ ବନ୍ଦାଣ ଉତ୍ସବ ଭବ୍ୟଆକାରରେ ଆୟୋଜନ କରିଥିବାରୁ ଏଠାକାର ଓଡ଼ିଆ ଅଧିବାସୀ ମାନଙ୍କୁ ବଧାଇ ଜଣାଇଥିଲେ | ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଆ, କା , ମା, ବୈ ର ମହତ୍ୱ ଏବଂ ଓଡ଼ିଶାର ସ୍ବର୍ଣ୍ଣାଭ ନୌ ବାଣିଜ୍ୟ ଇତିହାସ କୁ ବିସ୍ତୃତ ଭାବେ ବାଖ୍ୟାନ କରିଥିଲେ |ଉପସ୍ଥିତ ସମ୍ମାନୀତ ଅତିଥି ବରିଷ୍ଠ ସାମ୍ବାଦିକ କିଶୋରେ ଦ୍ବିବେଦୀ ସମଗ୍ର ବିଶ୍ୱ ର ସାଂସ୍କୃତିକ ରାଜଧାନୀ ଭାବରେ ପରିଚିତ ଲଣ୍ଡନ ରେ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ଉତ୍କୃଷ୍ଟତା କୁ ଏଭଳି ବ୍ୟାପକତା ର ସହିତ ପାଳନ କରାଯିବା, ପ୍ରତ୍ୟେକ ଓଡ଼ିଆ ପାଇଁ ନିଶ୍ଚିତ ଭାବେ ଗର୍ବ ଓ ଗୌରବ ର ବିଷୟ ବୋଲି କହିଥିଲେ |

ଅନ୍ୟତମ ସମ୍ମାନୀତ ଅତିଥି ରେଭେନସା ବିଶ୍ୱ ବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ ସଂଜୟ କୁମାର ଶତପଥୀ ସର୍ବବ୍ୟାପି ଓ ସଦାବିଦ୍ୟମାନ ଶ୍ରୀ ଜଗନ୍ନାଥଙ୍କର ଧର୍ମ, ଦର୍ଶନ ଓ ମହିମା ସଂପର୍କ ରେ ଦୀକ୍ଷାନ୍ତ ପ୍ରବଚନ ପ୍ରଦାନ କରିଥିଲେ | ହାଉସ ଅଫ କମନ୍ସ ର ସଦସ୍ୟ ଡ଼ଃ ବୀରେନ୍ଦ୍ର ଶର୍ମା ଭାରତର ପୁରାତନ ମୂଲ୍ୟବୋଧ ଓ ଐତିହ୍ୟ ଦ୍ୱାରା ଆଜି ର ଯୁବସମାଜ ପ୍ରେରିତ ହେବାକୁ ନିବେଦନ କରିଥିଲେ | ନାଇଜେରିଆ ର ରମେଶ ବିଶ୍ୱାଳ ବିଶ୍ୱଭରି ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା ଅଭିଯାନ ଉପରେ ଆଲୋକପାତ କରିଥିଲେ | ବାହାରିନ ଓଡ଼ିଆ ସମାଜ ର ସଭାପତି ଡ଼ଃ ଅରୁଣ କୁମାର ପ୍ରହରାଜ ସମାବେଶର ସଫଳତା ପାଇଁ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ |

ୟୁ.କେ. ର ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ଡ଼ଃ ଚେତନ ଶତପଥୀ ମନ୍ଦିର ନିର୍ମାଣର ବୃହତ ଯୋଜନା ସଂପର୍କରେ ପାୱାର ପଏଣ୍ଟ ଉପସ୍ଥାପନା ଜରିଆ ରେ ସୂଚନା ପ୍ରଦାନ କରିଥିଲେ | ଓଲିଉଡ଼ ଚ୍ଚିତ୍ରତାରକା ସବ୍ୟସାଚୀ ମିଶ୍ରଙ୍କର ଯାଦୁଗିରୀ ଉପସ୍ଥିତି ଯୁବଦର୍ଶକ ମାନଙ୍କୁ ବେଶ ପ୍ରଭାବିତ କରିଥିଲା | ଗୁରୁ ପ୍ରଦୀପ କୁମାର ଦାସଙ୍କର ଶିଷ୍ୟଶିଷ୍ୟା ମାନେ ସଂଗୀତ ପରିବେଷଣ କରି ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ | ଇଣ୍ଟରନେଟ ଉତ୍ସବରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀଙ୍କର ମନଲୋଭା ଗୀତ ପ୍ରସ୍ତୁତି ଏବଂ ସ୍ୱାତୀ ସ୍ଵେତା ରାଉତ ଓ ସନ୍ତୋଷ ପରିଡାଙ୍କର ମନୋରଂଜକ ଭଜନ ପରିବେଷଣ ବେଶ ଉଚ୍ଚକୋଟୀର ଥିଲା | ଭରଚୁଆଲ ସଭାର ବିଶେଷ ଆକର୍ଷଣ ବୋଇତ ବନ୍ଦାଣ ସଂପର୍କ ରେ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ବହୁ ଲୋକପ୍ରିୟ ଗୀତ ଓ ନୃତ୍ୟ ଆଧାରିତ ଭିଡିଓ କ୍ଳୀପ୍ସ, କ୍ୱିଜ କମ୍ପିଟିସନ ଏବଂ ନାନା ରଙ୍ଗବେରଙ୍ଗ ର ଡଙ୍ଗି ପ୍ରତିଯୋଗିତା ଆଦି ଥିଲା |

ସମଗ୍ର ଆୟୋଜନ କୁ ୟୁ. କେ. ସ୍ଥିତ ଓଡିଶା ସମାଜ ର ସଭାପତି ସୁମନ୍ତ ମାନସିଂହ ସୁପରିଚାଳନା କରିଥିଲେ | ଦେବୀ ପଟ୍ଟନାୟକ , ମାଷ୍ଟର ଭୀଦିପ ସାହୁ ଓ ଦୀକ୍ଷୀତା ରାଉତ ମଞ୍ଚ ସଂଚାଳନା କରିଥିଲେ | ସୁକାନ୍ତ ସାହୁ, ଅର୍ଚ୍ଚନା ମାନସିଂହ, ଉମାକାନ୍ତ ରାଉତ, ସନ୍ତୋଷ ସାହୁ , ଅମୁଲ୍ୟ ଜେନା, ସବିତା ଦାସ, ରଶ୍ମି ନନ୍ଦ, ଶୁଭକାନ୍ତ ଦାସ ଓ ବିଜୟ ସାହୁ ପ୍ରମୁଖ ସାଂଗଠନିକ ସହାୟତା ପ୍ରଦାନ କରିଥିଲେ | ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡ଼ଃ ନଳିନୀ ପତି, ୟୁ.କେ. ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ଅଧକ୍ଷ ଡ଼ଃ ସହଦେଵ ସ୍ୱାଇଁ, ସାଧାରଣ ସମ୍ପାଦକ ଡ଼ଃ ପ୍ରକାଶ ଦେ ଓ ଓସୁକ ର ସାଧାରଣ ସଂପାଦକ ଶିବରଞ୍ଜନ ବିଶ୍ୱାଳ ପ୍ରମୁଖ ଅନ୍ତର୍ଭୂକ୍ତଥିଲେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

March 10, 2026
ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

March 10, 2026
ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

March 10, 2026
ଶକ୍ତି ପଦଯାତ୍ରା ଅନୁଷ୍ଠିତ

ଶକ୍ତି ପଦଯାତ୍ରା ଅନୁଷ୍ଠିତ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

March 10, 2026
ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version