No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର ,ରବିବାର ) ଭୁବନେଶ୍ୱର :- “ଶ୍ୟାମଳ ସୁବର୍ଣ୍ଣ” ଓଡ଼ିଶାର ଏକ ଅଗ୍ରଣୀ କୃଷି ଭିତ୍ତିକ ପତ୍ରିକା ଭାବରେ ବେଶ ଜଣାଶୁଣା । ବିଗତ ୨୦୧୮ ଏପ୍ରିଲରୁ କୃଷି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରକାଶିତ ଏହି ପତ୍ରିକା ନିରନ୍ତର ଭାବେ ପ୍ରକାଶ ପାଇ ଚାଷୀକୁଳ ପାଖରେ ବେଶ ସ୍ନେହ,ଶ୍ରଦ୍ଧା ସାଉଁଟିପାରିଛି ଏଥିସହିତ କୃଷିର ବିକାଶ,କୃଷକର ଉର୍ଣ୍ଣତି ଉପରେ ଗୁରୁତ୍ୱ ଦିଆଯାଇଛି । ଏଯାବତ ପ୍ରାୟ ୬୫୦ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ପାଠପଢ଼ା ସହପ୍ରଶିକ୍ଷଣ ବି ଦେଇଛନ୍ତି ଏହି କୃଷି ଛାତ୍ରମାନେ । ତେବେ ଆଗାମୀ ଡ଼ିସେମ୍ବର ୫ ତାରିଖ ବିଶ୍ୱ ମୃତ୍ତିକା ଦିବସ ଅବସରରେ ଶ୍ୟାମଳ ସୁବର୍ଣ୍ଣ ତରଫରୁ ପ୍ରବନ୍ଧ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କରାଯାଉଛି । କୃଷି ବିଜ୍ଞାନୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ମାଟି ସହ ଜନଜୀବନର ବିଶେଷତା ଉପରେ ସଚେତନତା କରାଇବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ବୋଲି ପତ୍ରିକାର ସମ୍ପାଦକ ଯୁବସ୍ତମ୍ବକାର ଡ଼ି.ଶୁଭମ୍ କହିଛନ୍ତି । ଏହି ପ୍ରବନ୍ଧର ବିଷୟ ବସ୍ତୁ ରହିଛି ‘ମାଟି ପାଇଁ ପଦେ’ ଓ ଇଂରାଜୀ ବିଭାଗ ପାଇଁ ବିଷୟ- Soil – The root of our sustenance ।
ଛାତ୍ରଛାତ୍ରୀ ମାନେ ଉଭୟ ଓଡ଼ିଆ ଓ ଇଂରାଜୀରେ ପ୍ରବନ୍ଧ ଲେଖି ୬୦୦-୭୦୦ ଶବ୍ଦ ମଧ୍ୟରେ 0୨.୧୨.୨୦୨୦ ମଧ୍ୟରେ ପଠାଇବାକୁ ନିବେଦନ କରାଯାଇଛି । ପଠାଇବାର ଠିକଣା – ୮୦୧୮୧୦୭୮୨୫ ଓ ଇମେଲ-dshuvam97@gmail.com । ପ୍ରତିଯୋଗିତାର ଫଳାଫଳ ଆସନ୍ତା ଡିସେମ୍ବର ୫ ତାରିଖ ବିଶ୍ୱ ମୃତ୍ତିକା ଦିବସ ଅବସରରେ ଘୋଷଣା କରାଯିବା ସହ ଶ୍ରେଷ୍ଠ ତିନିଜଣଙ୍କୁ ମାନପତ୍ର ଦିଆଯିବ ବୋଲି ପତ୍ରିକା ସମ୍ପାଦନା ମଣ୍ଡଳୀ ପକ୍ଷରୁ କୁହାଯାଇଛି !
No Result
View All Result