ନୟାଗଡ଼ ଜିଲ୍ଲା (ଓଡିଶା ତାଜା ନିଉଜ୍) ରଣପୁର 18.1.2020 :- ଆଜି ଏହି ପବିତ୍ର ମକର ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଶେଷ ସଂଧ୍ୟା ପାଳିତ ହୋଇଛି ।
ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ରାୟ , ପୂର୍ବତନ ସମିତି ସଭ୍ୟ ମନୋଜ କୁମାର ଦାସ , ପୂର୍ବତନ ସମିତି ସଭ୍ୟ କିଶୋର ଚନ୍ଦ୍ର ପଟ୍ଟନାୟକ ସମ୍ପାଦକ ସୁଶାନ୍ତ କୁମାର ବିଶ୍ୱାଳ, କୋଷାଧକ୍ଷ ବିରଂଚି ନାରାୟଣ ତ୍ରିପାଠୀ, ସମାଜସେବୀ ସୁଶାନ୍ତ ମିଶ୍ର, ଶିକ୍ଷକ ବୈକୁଣ୍ଠ ନାଥ ପାତ୍ର ସୁଚାରୁ ରୂପେ ଏହି ଉଦଯାପନୀ ସଂଧ୍ୟାର ସଭାକାର୍ଯ୍ୟ କୁ ସମ୍ପନ୍ନ କରାଇଥିଲେ ।
ଆସନ୍ତା ବର୍ଷ କୁ ସତ୍ୟ ନାରାୟଣ ପ୍ରଧାନ ବିଶେଷ ରୂପେ ମକର ମହୋତ୍ସବ କୁ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ମଞ୍ଚ ସଂଯୋଜନା ଦାୟିତ୍ୱ ରେ ସତ୍ୟ ନାରାୟଣ ମହାପାତ୍ର ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ର ଦାୟିତ୍ୱ ତୁଲାଇ ଥିଲେ । ଏହି ରଣପୁର ମାଟି ର ପ୍ରସିଦ୍ଧ ଦାସକାଠିଆ ଗାୟକ ଶ୍ରୀ ସତ୍ୟ ନାରାୟଣ ନାୟକ ଓ ପାଳିଆ ନବକିଶୋର ବାରିକ ଙ୍କ ଦ୍ବାରା ଦାସକାଠିଆ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ଆଜିର ଉଦଯାପନୀ ସଂଧ୍ୟା ରେ ମୁଖ୍ୟ ଆକର୍ଷଣ ଭୁବନେଶ୍ୱର ର” ତାଳ୍ ଏକ ରୂପ୍ ଅନେକ ” ଦର୍ଶକ ଙ୍କୁ ବାନ୍ଧି ରଖିଥିଲା । ଏଇ ରଣପୁର ମାଟି ପ୍ରଗତି ର ମାଟି ସମସ୍ତେ ମିଶି କରି ଏହି ମାଟି ରେ ଅନୁଷ୍ଠିତ ଏହି ଉତ୍ସବ ଗୁଡିକୁ ସୁଚାରୁ ରୂପେ ତୁଲାଇବା ଏହି ବକ୍ତବ୍ୟ ଦେଇ ସଭାକାର୍ଯ୍ୟକୁ ସୁଚାରୁ ଉଦଯାପନ କରାଗଲା । ରିପୋର୍ଟ – ସୋନାଲି