No Result
View All Result
1. ନୟାଗଡ଼ର ଗୁରୁଜୀଗୁରୁମା ମାନଙ୍କ ଦ୍ବାରା ପବିତ୍ର କାର୍ତ୍ତିକ ପଞ୍ଚୁକ ଉପଲକ୍ଷେ ସକାଳ ୧୦ଟା ସମୟରେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ିଶା ତାଜା ନ୍ୟୁଜ (୨୬ ନଭେମ୍ବର ଗୁରୁବାର) ନୟାଗଡ଼ :- ଲେଖନପୁର ସ୍ଥିତ ସମର୍ପଣ (ବୃଦ୍ଧାଶ୍ରମ) ରେ ବାସ କରୁଥିବା ବୟସ୍କ ଅନ୍ତେବାସୀ ମାନଙ୍କୁ ନେଇ ଉକ୍ତ ଆଶ୍ରମ ପରିସରରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ଗୁରୁଜୀଗୁରୁମା ମାନଙ୍କ ଦ୍ବାରା ପବିତ୍ର କାର୍ତ୍ତିକ ପଞ୍ଚୁକ ଉପଲକ୍ଷେ ସକାଳ ୧୦ଟା ସମୟରେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ତଥା ସମର୍ପଣ ପରିଚାଳନା କମିଟିର କାର୍ଯ୍ଯନିର୍ବାହୀ ସଦସ୍ଯ ଶ୍ରୀଧର ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଭଜନ କୀର୍ତ୍ତନ କାର୍ଯ୍ୟକ୍ରମରେ ବୃଦ୍ଧାଶ୍ରମର ଅନ୍ତେବାସୀମାନେ ଅତ୍ଯନ୍ତ ଭକ୍ତି ରସରେ ଭାବବିହ୍ୱଳ ହୋଇ ଭଗବାନଙ୍କୁ ପ୍ରାର୍ଥନା କରିବା ସହିତ ଖୁବ୍ ଆନନ୍ଦ ଉଲ୍ଲାସରେ କରତାଳି ମାରି ଭଜନ କୀର୍ତ୍ତନ ଗାନ କରିଥିଲେ ।
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ତରଫରୁ ଅନ୍ତେବାସୀମାନଙ୍କ ପାଇଁ ସାତ୍ତ୍ୱିକ ଭୋଜନ ବ୍ଯବସ୍ଥା କରାଯାଇଥିଲା । ଏହି ଆଧ୍ଯାତ୍ମିକ କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରି ସଭାପତି rotarian ପ୍ରମୋଦ ପଟ୍ଟନାୟକ, ସଂପାଦକଅରୁଣ ମହାନ୍ତିଙ୍କ ସମେତ କାର୍ଯ୍ଯନିର୍ବାହୀ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ ଓ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଉପସ୍ଥିତ ଥିଲା ବେଳେ ଶିକ୍ଷାକେନ୍ଦ୍ରର ଟ୍ରଷ୍ଟି ଗାୟତ୍ରୀ ମହାପାତ୍ର, ପ୍ରିୟମ୍ବଦା ଗୁରୁମା,ଶୋଭା ଗୁରୁମା,ବିନୋଦିନୀ ଗୁରୁମା,ପୁଷ୍ପିତା ଗୁରୁମା,ସୁନିତା ଗୁରୁମା,ଅନ୍ନପୂର୍ଣ୍ଣା ଗୁରୁମା,ସଂଯୁକ୍ତା ଗୁରୁମା,ବସୁମତୀ ଗୁରୁମା,ସୁଜାତା ଗୁରୁମା ଓ ଶୁଭଶ୍ରୀ ଗୁରୁମା ଭଜନ କୀର୍ତ୍ତନ ରେ ଯୋଗ ଦେଇଥିଲେ ।

ପରିବାର ସଦସ୍ଯଙ୍କ ଠାରୁ ନିଷ୍ପେଷିତ ହୋଇ କିମ୍ବା ପରିବାର ଛାଡି ନିଃସହାୟ ହୋଇ ବୃଦ୍ଧାଶ୍ରମରେ ରହୁଥିବା ଏହି ଅନ୍ତେବାସୀ ମାନଙ୍କ ପାଇଁ ହସଖୁସି ଆନନ୍ଦ ଉଲ୍ଲାସଭରା ଏହିଭଳି କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସଦସ୍ଯ ମାନେ ଭୂୟସୀ ପ୍ରଶଂସା କରିଥିଲେ ।(ଜିଲ୍ଲା ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result