ବାଲିଗୁଡା (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହି ଗାୟତ୍ରୀ କଲୋନୀ ବାସିନ୍ଦା ସିଆରପିଏଫ୍ ଜବାନ୍ ଅଶୋକ ବେହେରା ବିଷ ପିଇ ଆତ୍ମହତ୍ୟା କରିବା ଘଟଣାକୁ ନେଇ ସାମ୍ନାକୁ ଆସିଲା ବଡ଼ ସାଙ୍ଘାତିକ ଅଭିଯୋଗ । ମୃତ ଅଶୋକଙ୍କ ସ୍ତ୍ରୀ ଦୀର୍ଘ ଦିନ ଧରି ଅଶୋକଙ୍କ ଦରମା ଟଙ୍କାକୁ ଅନୈତିକ ଉପାୟରେ ଖର୍ଚ୍ଚ କରିବା ସହ ଆଶିଷ ପାଇକରାୟ ନାମକ ଜଣେ ସିଆରପିଏଫ୍ ଅଫିସରଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ।















