No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ନଭେମ୍ବର ଗୁରୁବାର) ପାରଳାଖେମୁଣ୍ଡି :- ମୋଦୀ ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ କୋଡ ଓ କୃଷକ ବିରୋଧୀ କୃଷି ଆଇନ ବିରୁଦ୍ଧରେ ଶ୍ରମିକ ସଂଗଠନ ଆଇଏଫଟିୟୁ ଓ ସର୍ବଭାରତୀୟ କୄଷକ ସଂଗଠନ ଏଆଇକେଏମଏସ ପକ୍ଷରୁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ସର୍ବଭାରତୀୟ ଧର୍ମଘଟ ପାଳନ କରାଯାଇଥିଲା । ଏହି ଅବସରରେ ଆଜି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡୀ ଠାରେ ରାସ୍ତାରୋକ ଓ ବନ୍ଦ ପାଳନ ହୋଇଯାଇଛି । ଆଇଏଫଟିୟୁ:’ର ରାଜ୍ୟ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଏଆଇକେଏମଏସ୍:’ ର କାଡୁକା ଶବର’ଙ୍କ ନେତୄତ୍ଵରେ ଶହ ଶହ ଶ୍ରମିକ ଓ କୃଷକ ମିଳିତ ପଟୁଆର’ରେ ସହର ପରିକ୍ରମା କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏହି ଅବସରରେ ଶ୍ରମିକ ନେତା କାରୁକା ଶବର ଓ ଆଡଭୋକେଟ୍ ଗୌରୀ ଶଙ୍କର ମହାନ୍ତି ମଧ୍ୟ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ । ବିକ୍ଷୋଭକାରୀ ମାନେ କର୍ପୋରେଟ୍ ସପକ୍ଷବାଦୀ କୄଷି ଆଇନ ଓ ଶ୍ରମ ଆଇନକୁ ପ୍ରତ୍ୟାହାର କରିବା , ଜନବିରୋଧୀ ବିଦ୍ୟୁତ ବିଲକୁ ବାତିଲ କରିବା , ରାଷ୍ଟ୍ରାୟତ ଶିଳ୍ପ ସଂସ୍ଥାର ଘରୋଇକରଣ ବନ୍ଦ କରିବା ଆଦି ସ୍ଳୋଗାନ ଦେଇ ସହର ସାରା ବୁଲି ଲୋକ’ଙ୍କୁ ବନ୍ଦରେ ସାମିଲ ହେବା ପାଇଁ ଆହ୍ଵାନ କରିଥିଲେ ।ସେହିପରି ମୋଦି ସରକାର’ଙ୍କ କୃଷକ ବିରୋଧୀ କୃଷି ଆଇନ ବିରୁଦ୍ଧରେ ଏଆଇକେଏମଏସ୍: ପକ୍ଷରୁ ଗଜପତି ଜିଲ୍ଲା କାଶୀନଗର ଓ ଗୁମ୍ମା ବ୍ଳକ’ର ବିଭିନ୍ନ ସ୍ଥାନରେ ରାସ୍ତାରୋକ ଓ ବନ୍ଦ ପାଳନ କରା ଯାଇଥିଲା । କାଶୀନଗର ବ୍ଳକର କାଶୀନଗର ଓ ଅଲଡା ଠାରେ ଏବଂ ଗୁମ୍ମା ବ୍ଳକର ପାରଶମ୍ଵା , ଗୁମ୍ମା ଓ ଗାଇବା ଠାରେ ସଂଗଠନର କର୍ମିମାନେ ରାସ୍ତା ଉପରେ ରହି ବନ୍ଦ ପାଳନ କରିଥିଲେ । କାଶୀନଗର ଠାରେ ସଂଗଠନର ଗଜପତି ଜିଲ୍ଲା ଶାଖା ସଭାପତି କେଦାର ଶବର , ସମ୍ଵରା ଶବର ନେତୄତ୍ଵ ନେଇଥିବା ବେଳେ ଗୁମ୍ମାରେ ତିସନ ଗମାଙ୍ଗ, ମୁର୍ଷୁଦା ଶବର ନେତୄତ୍ଵ ନେଇ ବନ୍ଦ ପାଳନ କରିଥିଲେ (ପାରଳାଖେମୁଣ୍ଡି/ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result