No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୬ ନଭେମ୍ବର ଗୁରୁବାର) ପାରଳାଖେମୁଣ୍ଡି :- ଆଜି ବ୍ରହ୍ମପୁର ପୁଲିସ ଏକ ବଡ ଚୋର ଗ୍ୟାଙ୍ଗ ଧରିବାରେ ସଫଳତା ମିଳିଛି। ସହର ଓ ସହର ର ଆଖପାଖ ଅଞ୍ଚଳରୁ ଚୋରି କରୁଥିବା ଗ୍ଯାଙ୍ଗ୍ କୁ ବ୍ରହ୍ମପୁର ପୁଲିସ୍ ଧରିବାରେ ସଫଳ ହୋଇଛି। ଚୋରୀ ଗ୍ୟାଙ୍ଗ ର ମୂଖ୍ଯ ସନ୍ତୋଷ ସାହୁ ଓ ଦିପକ ମହାପାତ୍ର ଙ୍କ ସମେତ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟ ରୁ ୫୪୦ ଗ୍ରାମ୍ ସୁନା ଅଳଙ୍କାର ଓ ୧୦୦ ଗ୍ରାମ୍ ରୁପା ଅଳଙ୍କାର ସହ ୩୦ ହଜାର ଟଙ୍କା ଜବତ । ତାହା ସହିତ ଗୋଟିଏ ଦାମିକା କାର୍, ତିନୋଟି ବାଇକ୍, ଗୋଟିଏ ଟି ଭି, ଗୋଟିଏ ଲ୍ଯାପଟେପ୍, ଗୋଟିଏ କ୍ଯାମେରା ଜବତ ହୋଇଥିବା ବ୍ରହ୍ମପୁର ଏସ୍ ପି ପିନାକ ମିଶ୍ର ଙ୍କ ଆଜି ର ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।

ଗିରଫ ଡକାୟତ ମାନେ ବିଭିନ୍ନ ଥାନା ଅଂଚଳ ରେ ୧୫ଟି ଅପରାଧ/ଚୋରୀ ସାମିଲ୍ ଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି। ସବୁଠାରୁ ଉଲ୍ଲେଖନୀୟ ଯେ,ଏହି ଡକାୟତ ମାନେ ୟୁଟ୍ୟୁବ ରୁ ଚୋରୀ କରିବା କୌଶଳ ଶିକ୍ଷା ନେଇଥିବା ଜଣାପଡିଛି । ଗତ ୨ ବର୍ଷ ହେଲା ଏମାନେ ବିଭିନ୍ନ ସ୍ଥାନରୁ ଚୋରି କରୁଥିଲେ। ଏମାନଙ୍କୁ କୋର୍ଟ ଚାଲାଣ ପରେ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଏସପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । (ପାରଳାଖେମୁଣ୍ଡି/ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result