• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାହାରିନ ରେ ମୃତ ଓଡ଼ିଆ ମିସ୍ତ୍ରୀ ଦେବାଶିଷଙ୍କ ଶବ ଭୁବନେଶ୍ୱର ପ୍ରେରଣ

Proprietor Abhimanyu Maharana by Proprietor Abhimanyu Maharana
November 26, 2020
in ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
ବାହାରିନ ରେ ମୃତ ଓଡ଼ିଆ ମିସ୍ତ୍ରୀ ଦେବାଶିଷଙ୍କ ଶବ ଭୁବନେଶ୍ୱର ପ୍ରେରଣ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୬ ନଭେମ୍ବର ଗୁରୁବାର) ବାହାରିନ  : – ଏଠାକାର ବାଣିଜାମରାହା ଠାରେ ଗତ ନଭେମ୍ବର ୧୬ ତାରିଖ ଦିନ ଅକାଳ ମୃତ୍ୟୁ ବରଣ କରିଥିବା ଓଡ଼ିଆ ମିସ୍ତ୍ରୀ ଦେବାଶିଷ ସାହୁଙ୍କର ମୃତଶରୀରକୁ ଆଜି ବାହାରିନ ରୁ ମୁମ୍ବାଇ ପଠାଯାଇଛି। ବନ୍ଦେଭାରତ ମିସନ ଅଧୀନରେ ଏୟାର ଇଣ୍ଡିଆ ର ୧୯୪୨ ନମ୍ବର ବିମାନ ରେ ଯାଇଥିବା ଶ୍ରୀ ସାହୁଙ୍କର କଫିନ ଆସନ୍ତାକାଲି ଏୟାର ଇଣ୍ଡିଆ ର ୬୬୯ ନମ୍ବର ସଂଯୋଗକାରୀ ବିମାନ ଯୋଗେ ଅପରାହ୍ନ ୨.୨୫ ମିନିଟ ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବ ବୋଲି ଜଣାଯାଇଛି ।  ଶ୍ରୀ ସାହୁଙ୍କର ମୃତାବଶେଷ କୁ ଡାକ୍ତରଖାନା ରୁ ବିମାନ ବନ୍ଦର ରେ ପହୁଁଚାଇବା , ସେ ଚାକିରୀ କରୁଥିବା ସଂସ୍ଥା କ୍ରାଉନ ଇଲେକ୍ଟ୍ରୋମେକାନିକାଲ ସର୍ଭିସେସ ପକ୍ଷରୁ ତାଙ୍କ ପରିବାରକୁ ସନ୍ତୋଷଜନକ କ୍ଷତିପୂରଣ ଦିଆଯିବା, ଶ୍ରୀ ସାହୁଙ୍କର ଆସବାବପତ୍ର କୁ ତାଙ୍କ ଘରକୁ ପଠାଇବା ଏବଂ କମ୍ପାନୀ ସହିତ ତାଙ୍କର ପ୍ରାପ୍ୟନେଇ ଚୂଡାନ୍ତ ରାଜିନାମା କରାଇବା ତଥା ଭାରତୀୟ ଦୂତାବାସ, ବାହାରିନ ସରକାରଙ୍କର ଶ୍ରମ ମନ୍ତ୍ରଣାଳୟ ଭାରତ ସରକାର ଓ ଓଡିଶା ରାଜ୍ୟ ସରକାରଙ୍କ ସହିତ ଏହି ମାମଲାକୁ ନେଇ ଯୋଗସୂତ୍ର ରକ୍ଷାକରି ମୃତକ ପରିବାରକୁ ଆବଶ୍ୟକୀୟ ମାନବିକ ସାହାଯ୍ୟ, ସହାନୁଭୂତି ଓ ସମବେଦନା ପ୍ରଦାନ କରାଇବା ରେ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ଼ଃ ଅରୁଣ କୁମାର ପ୍ରହରାଜ ବିଶେଷ ଭୂମିକା ଗ୍ରହଣ କରିଥିଲେ । ଡ଼ଃ ପ୍ରହରାଜ ଏବଂ ଶ୍ରୀ ସାହୁଙ୍କର ସାଥୀ ଶ୍ରମିକ ମାନେ ତାଙ୍କର ମୃତ ଦେହକୁ ଆଜି ଏଠାରେ ଶେଷ ବିଦାୟ ପ୍ରଦାନ କରିଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ । ଘଟଣାରୁ ଜଣାଯାଇଛି ଯେ ଚାନ୍ଦବାଲି ର ବିଜୟନଗର ନିବାସୀ ୨୬ ବର୍ଷୀୟ ଯୁବକ ଦେବାଶିଷ ସାହୁ ୨୦୧୬ ମସିହାରେ ରୋଜଗାର ଆଶାରେ ବାହାରିନ ଆସିଥିଲେ । ଉଦ୍ଦେଶ୍ୟଥିଲା କ୍ୟାନସର ଯୋଗୁଁ ମୃତ ମାଙ୍କର ଚିକିତ୍ସା ପାଇଁ ହୋଇଥିବା ରୁଣକୁ ସେ ସୁଝିବେ ।

ଆର୍ଥିକ ବୋଝ ଓ ଅଭାବ, ଅନାଟନ ଯୋଗୁଁ ଦୀର୍ଘ ଚାରିବର୍ଷ ହେଲା କେବେ ଭାରତ ନ ଫେରି ଏଠାରେ ପଡିରହିଥିବା ଦେବାଶିଷଙ୍କର ଦୁର୍ଲଭ ଜୀବନର ଯେ ଏଭଳି ମର୍ମନ୍ତୁଦ ଅନ୍ତଘଟିବ ତାହା ଭାବିବା କଷ୍ଟକର ବୋଧ ହେଉଛି । ଭାଗ୍ୟର ବିଡ଼ମ୍ବନା ଯୋଗୁଁ ଶ୍ରୀ ସାହୁଙ୍କ ସମେତ ୩ଜଣ ଭାରତୀୟ ଶ୍ରମିକଙ୍କର ଏକ ସୁଡ଼ଙ୍ଗରେ ମରାମତି କାର୍ଯ୍ୟ କରୁଥିବା ବେଳେ ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିଲା । ତୁରନ୍ତ ମାମଲାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ବାହାରିନ ର ପ୍ରଧାନମନ୍ତ୍ରୀ ସଲମାନ ବିନ ହମଦ ଅଲ ଖଲିଫା ଆଦେଶ ଦେଇଥିଲେ । ପରିବାର ର ଏକମାତ୍ର ରୋଜଗାର କ୍ଷମ ପୁଅର ଅପମୃତ୍ୟୁ ଯୋଗୁଁ ମ୍ରିୟମାଣ ହୋଇପଡ଼ିଥିବା ତାଙ୍କର ବାପା ବସନ୍ତ ସାହୁ ଏବଂ ସଂପର୍କୀୟ ଭାଇ ଗୋଲକ ବେହେରାଙ୍କ ସହିତ ବାହାରିନ ଓଡ଼ିଆ ସମାଜ ତରଫରୁ ଡ଼ଃ ପ୍ରହରାଜ କ୍ରମାଗତ ଭାବରେ ଯୋଗାଯୋଗ ରଖି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଓ ଏହି ଦୁର୍ଘଟଣା କୁ ଅଧିକାରୀମାନେ ଖୁବ ଗମ୍ଭୀରତାର ସହିତ ଗ୍ରହଣ କରିବାକୁ ତାଙ୍କର ସକ୍ରୀୟ ପ୍ରଚେଷ୍ଟା ଚାଲୁରଖିଥିଲେ ।ବିଶେଷକରି ଶ୍ରମିକ ମାନଙ୍କୁ ଅମ୍ଳଜାନ ମାସ୍କ ବା ସିଲିଣ୍ଡର ତଥା ଗ୍ୟାସ ମପା ଯନ୍ତ୍ର ଦିଆନଯାଇ, ଏଭଳି ବିପଜ୍ଜନକ କାର୍ଯ୍ୟରେ ଲଗାଯାଇଥିବାରୁ, ସେମାନଙ୍କୁ ଜାଣିଶୁଣି ମୃତ୍ୟୁମୁଖକୁ ଠେଲି ଦିଆଯାଇଥିବା ଡ଼ଃ ପ୍ରହରାଜ ଅଭିଯୋଗ କରିଥିଲେ । ଅବଶେଷରେ କ୍ରାଉନ କମ୍ପାନୀ କର୍ତ୍ତୃପକ୍ଷ ଦେବାଶିଷଙ୍କର ପରିବାରକୁ ୧୪୯୬ ପରିମାଣର ବାହାରିନ ଦିନାର ଅର୍ଥାତ ୨ ଲକ୍ଷ ୮୪ ହଜାର ଟଙ୍କା ର କ୍ଷତିପୂରଣ ରାଶି ଦେବାକୁ ସମ୍ମତି ପ୍ରଦାନ କରିଥିବା ଖବର ମିଳିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

March 10, 2026
ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

March 10, 2026
ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

March 10, 2026
ଶକ୍ତି ପଦଯାତ୍ରା ଅନୁଷ୍ଠିତ

ଶକ୍ତି ପଦଯାତ୍ରା ଅନୁଷ୍ଠିତ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

March 10, 2026
ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version