No Result
View All Result
1. ଏସସିବି ମେଡ଼ିକାଲ କଲେଜର ଡାକ୍ତରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ହୋଇଥିଲା । ୩୪ ଜଣଙ୍କୁ ପଚରାଉଚରା ହୋଇଥିଲା । ୪ ଜଣଙ୍କର କରାଯାଇଛି ପଲିଗ୍ରାଫ ଟେଷ୍ଟ । ଏସଡିପିଓ ନୟାଗଡ଼ ତଦନ୍ତ କରୁଛନ୍ତି ।
2. ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
ଓଡ଼ିଶା ତାଜା ନ୍ୟୁଜ (୨୬ ନଭେମ୍ବର ଗୁରୁବାର)ଭୁବନେଶ୍ୱର :- ପରୀ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ତଦନ୍ତକାରୀ ସଂସ୍ଥାକୁ କୁହାଯାଇଛି । ଆଜି ବିଧାନସଭାରେ ବିବୃତି ରଖିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି, ଏସସିବି ମେଡ଼ିକାଲ କଲେଜର ଡାକ୍ତରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ହୋଇଥିଲା । ୩୪ ଜଣଙ୍କୁ ପଚରାଉଚରା ହୋଇଥିଲା । ୪ ଜଣଙ୍କର କରାଯାଇଛି ପଲିଗ୍ରାଫ ଟେଷ୍ଟ । ଏସଡିପିଓ ନୟାଗଡ଼ ତଦନ୍ତ କରୁଛନ୍ତି ।
ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବିଧାନସଭା ଆଗରେ ଦେହରେ କିରାସିନି ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ ପରୀର ବାପା-ମାଆ । ସେଠାରେ ଥିବା ପୋଲିସ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ । ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇଥିଲେ ବିରୋଧୀ । ପରେ ବାଚସ୍ପତି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିବୃତି ରଖିବା ପାଇଁ ରୁଲିଂ ଦେଇଥିଲେ । (ଚିଫ ଏଡିଟର ସ୍ବରୂପ ଦାସ)
No Result
View All Result