No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଗୁରୁବାର ) କଟକ ମାଲଗୋଦାମ :-ଜଗତପୁର ପରେ ଏବେ କଟକ ସଦରଥାନା ହରିଅନ୍ତା ପଞ୍ଚାୟତ ବାଇଁଲୋହାଟ ନିକଟସ୍ଥ , ରାହୁରା ଠାରେ ଦୀର୍ଘ ଦିନ ଧରି ବିଭିନ୍ନ ବ୍ରାଣ୍ଡର ଅପମିଶ୍ରଣ ଘିଅ କମ୍ପାନୀ ଉପରେ, ମାଲଗୋଦାମ ଏବଂ କଟକ ସଦର ପୋଲିସଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ବହୁ ପରିମାଣର ଅପମିଶ୍ରଣ ଘିଅ ଜବତ କରିବା ସହ ,ଦୁଇଟି ଘରେ ମହଯୁଦ ଥିବା ଟିଣପେଟି , ଜରି , ପ୍ଲାଷ୍ଟିକ ଘିଅ ଡ଼ବାକୁ ଜବତ କରିଛି । ଏହି ଅପମିଶ୍ରଣ କମ୍ପାନୀର ମାଲିକ ନରସିଂହ ଦାସ ଏବଂ ଅନ୍ୟ ଜଣେ କର୍ମଚାରୀ କୁ ପୋଲିସ ଗିରଫ କରି ମାଲଗୋଦାମ ଥାନାକୁ ନେଇ ପଚରାଉଚରା ଚଳାଇଛି ।

ମାଲଗୋଦାମ, ଜଗତପୁର, କଟକ ସଦର ଥାନା ଅଞ୍ଚଳରେ ଅପମିଶ୍ରଣ କାରବାର ଚାଲୁଥିଲା ବେଳେ ,ଏଥିପ୍ରତି ପୋଲିସ କାହିଁକି ନଜର ଦେଉନଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାଲ ଗୋଦାମ୍ ଅଞ୍ଚଳରେ ଶ୍ରୀ ଦୁର୍ଗା ନାମରେ ଅପମିଶ୍ରଣ ଘିଅ ବିକ୍ରି ହେଉଥିବା ପୋଲିସ ଖବର ପାଇ ଏହି ଚଢାଉ କରିଥିଲା । ବେଳେ ସଂପୃକ୍ତ ବ୍ୟକ୍ତି ଠାରୁ ଠିକଣା ପାଇ ମାଲ ଗୋଦାମ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ନକଲି ଘିଅ ପ୍ରସ୍ତୁତି ର ପ୍ରମାଣ ପାଇଥିଲା ପୁଲିସ । ଏହି ଅପମିଶ୍ରଣ ଘିଅ ପ୍ରସ୍ତୁତିରେ ରୁଚି ରିଫାଇନ ଅଏଲ, ଡାଲ୍ଡା ବନସ୍ପତି, ଓ ଜୁବୁଲି ବନଷ୍କତି ଭଳି ଅନେକ ବ୍ରାଣ୍ଡ ମିଶି ଦୁର୍ଗା ଘିଅ ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଛି । ପୋଲିସର ଚଢ଼ାଉ ଅପମିଶ୍ରଣ କାରିଙ୍କୁ ଏଥିରୁ ନିବୃତ୍ତ ରହିବାକୁ ଦେଉଛି ନା କିଛି ଦିନ ପରେ ପୁଣି ଏହି କାରବାର ଚଲିବ, ସେପର୍ଯ୍ୟନ୍ତ ଲୋକେ ଅପେକ୍ଷା କରିଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )
No Result
View All Result