No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଗୁରୁବାର ) ଭୁବନେଶ୍ୱର : – କୌଣସି ବ୍ୟବସ୍ଥା ସଂସ୍କାରଧର୍ମୀ ହୋଇ ପରିବର୍ତ୍ତନ ଆସିବା ଗୋଟିଏ ଜାତି ପାଇଁ ଶୁଭ ଲକ୍ଷଣ । ଉଚ୍ଚଶିକ୍ଷାରେ ଗୁଣାତ୍ମକ ଉନ୍ନତି ଆଣିବା ନିମନ୍ତେ ଅଣାଯାଇଥିବା ସଂସ୍କାରର ସୁଫଳ ମିଳୁଛି । ଶିକ୍ଷା କ୍ଷେତ୍ରରେ ଏକ ସୁସ୍ଥ ପର ̧ରା ସୃଷ୍ଟି ଦିଗରେ ଅଧ୍ୟାପକ ଅଧ୍ୟାପିକା ମାନେ ନିଷ୍ଠାର ସହିତ ଚେଷ୍ଟା କଲେ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଭୂତ ଉନ୍ନତି ସାଧିତ ହୋଇ ପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ନିମନ୍ତେ ରାଜ୍ୟ ସିଲେକ୍ସନ୍ ବୋର୍ଡ ଦ୍ୱାରା ଚୟନ କରାଯାଇଥିବା ଓଡ଼ିଆ ବିଭାଗର ଅଧ୍ୟାପକ ମାନଙ୍କର ଏକ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟ ଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ନିମନ୍ତେ ବ୍ୟାପକ ପ୍ରକ୍ରିୟା ଚାଲିଛି । ମହାବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ୱଚ୍ଛ କରାଯାଇଛି ଯେପରି କୌଣସି ମେଧାବୀ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ନହୁଅନ୍ତି । ମେଧାକୁ କେବେ ହେଲେ ଅଟକାଇ ହେବ ନାହିଁ । ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷାର ଏକ ସୁଦୀର୍ଘ ପରମ୍ପରା ରହିଛି । ଓଡ଼ିଆ ଭାଷା ସାହିତ୍ୟ ଆମ ନିଜସ୍ୱ, ବହୁ ପ୍ରାଚୀନ ଏବଂ ଅତ୍ୟନ୍ତ ଉଚ୍ଚମାନର ।
ରାଜ୍ୟ ସରକାର ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ମହିମାକୁ ଆହୁରି ଗୌରବାନ୍ୱିତ ଓ ରୁଦ୍ଧିମନ୍ତ କରିବାର ଗୁରୁଦାୟିତ୍ୱ ଓଡ଼ିଆ ବିଭାଗର ଅଧ୍ୟାପକଅଧ୍ୟାପିକା ମାନଙ୍କ ଉ ପରେ ନ୍ୟସ୍ତ ହୋଇଛି । ସେମାନେ ଏହାକୁ ସଫଳତାର ସହ ନିର୍ବାହ କରିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଅଧ୍ୟା ପକମାନେ ନିଜର ନିଷ୍ଠା, ଚେଷ୍ଟା, ଯୋଗ୍ୟତା ଓ ପରିଶ୍ରମ ବଳରେ ସମାଜର ଆଙ୍ଗିକ ଓ ସାମଗ୍ରିକ ଉନ୍ନତି ପାଇଁ କାମ କରନ୍ତୁ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଯୋଗଦେଇ କହିଲେ ଅଧ୍ୟା ପକମାନେ ସର୍ବଦା ଜ୍ଞାନ ଆହରଣରେ ବ୍ରତୀ ହୋଇ ନିଜ ନିଜର ଚିନ୍ତା ଓ ଚେତନାର ବିକାଶ କରିବା ଦରକାର । ଭଲ ଶିକ୍ଷାଦାନ ସହିତ ପ୍ରଶାସନିକ ଓ ନେତୃତ୍ୱ ନେବା କ୍ଷେତ୍ରରେ ଦକ୍ଷତା ହାସଲ କରିବା ଉଚିତ । ଜୀବନରେ ଓ କର୍ମକ୍ଷେତ୍ରରେ ସବୁ ପ୍ରକାର ସମସ୍ୟାର ସମ୍ମୁଖୀନ ହେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିଲେ ସମସ୍ୟାର ସମାଧାନ ସହଜ ହୋଇଥାଏ । ଓଡ଼ିଆ ବିଭାଗର ଅଧ୍ୟା ପକଅଧ୍ୟା ପିକା ଭାବରେ ଓଡ଼ିଆ ଭାଷାକୁ ଅଧିକ ଗ୍ରହଣୀୟ ଓ ଆଦରଣୀୟ କରିବା ଦିଗରେ ନିଷ୍ଠା ପର ଉଦ୍ୟମ କଲେ ଓଡ଼ିଆ ଭାଷା ଆହୁରି ସମୃଦ୍ଧ ହୋଇ ପାରିବ ।
ଏଥି ସହିତ ଅଧ୍ୟା ପକମାନେ ସେମାନଙ୍କର କର୍ତ୍ତବ୍ୟ ପ୍ରତି ସଂ ପୂର୍ଣ୍ଣ ଭାବେ ସମ ର୍ପିତ ହୋଇ ପାରିଲେ ସେମାନଙ୍କର ବ୍ୟକ୍ତିତ୍ୱର ପରି ପ୍ରକାଶ ହୋଇ ପାରିବ ବୋଲି ସଚିବ ଶ୍ରୀ ମିଶ୍ର କହିଥିଲେ । ପ୍ରାରମ୍ଭରେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପଣ୍ଡା ଦିଗ୍ଦର୍ଶନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟ ସିଲେକ୍ସନ୍ ବୋର୍ଡ ଦ୍ୱାରା ଚୟନ କରାଯାଇଥିବା ୧୨୦ ଜଣ ଓଡ଼ିଆ ବିଭାଗର ଅଧ୍ୟା ପକଅଧ୍ୟା ପିକାମାନଙ୍କୁ ପ୍ଲେସ୍ମେଣ୍ଟ ଅର୍ଡର ପ୍ରଦାନ କରାଯାଇଥିଲା । ଚୟନ କରାଯାଇଥିବା ପ୍ରାର୍ଥୀମାନେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ଲେସ୍ମେଣ୍ଟ ଅର୍ଡର ଅନୁସାରେ ରାଜ୍ୟର ବିଭିନ୍ନ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକ ଦ୍ୱାରା ନିଯୁକ୍ତ ହେବେ ।
No Result
View All Result