No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ନଭେମ୍ବର ବୁଧବାର ) ଢେଙ୍କାନାଳ :- ଭାରତ ସରକାରଙ୍କ ଦ୍ଵାରା ମନୋନୀତ କେନ୍ଦ୍ର ପ୍ରତିରକ୍ଷା ବିଭାଗର ଯୁଗ୍ମ ସଚିବ ତଥା ଢେଙ୍କାନାଳ ଆକାଂକ୍ଷା ଜିଲ୍ଲାର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଶ୍ରୀ ବିଶାଳ ଗଗନ ଆଜି ପ୍ରଥମ ଥର ପାଇଁ ଦିନିକିଆ ଢେଙ୍କାନାଳ ଗସ୍ତକରି ଜିଲ୍ଲାରେ ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟଜଳ ଯୋଗାଣ, କୃଷି ଉଦ୍ୟାନ ଏବଂ ମତ୍ସ୍ୟ ଅଧିନରେ ଥିବା ପ୍ରକଳ୍ପ, କାଠଗଡା ଆଶ୍ରମ ବିଦ୍ୟାଳୟ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସପ୍ତଶଯ୍ୟା ଉଦ୍ୟାନ କୃଷି ବିଭାଗ,ବିମ୍ବୋଳର ମତ୍ସ୍ୟ ପୋଖରୀ, ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ଅପରାହ୍ନରେ ମାନ୍ୟବର ସାଂସଦଙ୍କ ସହ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ ।

ସିଏସ୍ଆର୍ ଫଣ୍ଡରେ ଓଏନଜିସି ସଂସ୍ଥାକୁ ଦିଆଯାଇଥିବା ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁଁ ନୀତି ଆୟୋଗର ଦୃଷ୍ଟି ଆକର୍ଷଣ କରିବାକୁ ସାଂସଦ ଶ୍ରୀ ମହେଶ ସାହୁ ଅନୁରୋଧ କରିଥିଲେ । ପରିଶେଷରେ ପ୍ରଭାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ସମେତ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ । ( ରିପୋର୍ଟ – ଅମର ରଞ୍ଜନ ଦାସ )
No Result
View All Result