No Result
View All Result
- ରାଜ୍ୟରେ ମୋ ସରକାରର ଡିମ୍ ଡିମ ପିଟୁଥିବା ପୋଲିସ ହତ୍ୟାକାରିକକୁ ନ ଧରିବାର କାରଣ କଣ..?
- ପୋଲିସ କଣପାଇଁ ସାଇଲେଣ୍ଟ ,ଏହାକୁ ନେଇ ରାଜନୀତିକରଣ କରାଯାଇ ନାହିଁତ..?
- ସ୍ପଷ୍ଟ ଭାବେ ଏଥିରୁ ରାଜନୀତିର ଗନ୍ଧ ବାରି ହୋଇ ପଡୁଛି..?
- କାରଣ କଣ ଥିଲା ଏକ ଛୋଟ ନିଷ୍ପାପ ଶିଶୁଟିକୁ ହତ୍ୟା କରିବାର..?
- ପୋଲିସ କାହିଁକି ନିଷ୍କ୍ରିୟ ଅବା ସ୍ଥାଣୁ ପାଲଟିଗଲା, ପୋଲିସର ହାତକୁ କିଏ ବାନ୍ଧିଦେଲା ?
- ନା ପୋଲିସ ଜାଣିଶୁଣି ଚାପିଗଲା ?
- ଜଣେ ଗୋଟିଏ ହତ୍ୟାକାଣ୍ଡ ଘଟାଇ ସାରିଲା ପରେ ସିଏ ଫେରାର ହୋଇଯିବା କଥା ମାତ୍ର ସିଏ କେମିତି ଖୁଲମଖୁଲା ବିଚରଣ କରିପାରୁଛି ..?
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ନଭେମ୍ବର ବୁଧବାର )ଭୁବନେଶ୍ୱର :- କଥା ଯାଇ ଦାଣ୍ଡ ପଡି ହାଟରେ ଗଡୁଛି । ନୟାଗଡ ପରୀର କାହାଣୀ ସାରା ଓଡିଶାକୁ ଆଚମ୍ବିତ କରିଦେଇଛି । ଏହି ଘଟଣା ନୟାଗଡର ନିପଟ ଗାଁରୁ ଆରମ୍ଭ ହୋଇ ବିଧାନସଭା ପଯ୍ୟନ୍ତ ପରିସର ମେଲାଇ ଦେଲା । କେଉଁଠି ରହିଲା ଅସୁବିଧା ଯେ ପରୀର ମାତା ପିତାଙ୍କୁ ଆତ୍ମାହୁତି ଦେବାପାଇଁ ବିଧାନସଭା ଆଗକୁ ଆସିବାକୁ ପଡିଲା । ପରୀ ରାଇଜର କାହାଣୀ ଲମ୍ବି ଲମ୍ବି ଚାଲିଛି । କାରଣ କଣ ଥିଲା ଏକ ଛୋଟ ନିଷ୍ପାପ ଶିଶୁଟିକୁ ହତ୍ୟା କରିବାର ? ପୋଲିସ କାହିଁକି ନିଷ୍କ୍ରିୟ ଅବା ସ୍ଥାଣୁ ପାଲଟିଗଲା । ପୋଲିସର ହାତକୁ କିଏ ବାନ୍ଧିଦେଲା ? ନା ପୋଲିସ ଜାଣିଶୁଣି ଚାପିଗଲା ? ଅନେକ ଅସମାହିତ ପ୍ରଶ୍ନ । ଆତ୍ମାହୁତି ଦେଲାବେଳେ ପରୀର ମାତା ପିତାଙ୍କର ବୟାନ ଅନୁସାରେ ପରୀକୁ ଯିଏ ହତ୍ୟା କରିଛି ସିଏ ନିଧଡକ ଖୁଲମଖୁଲା ରାଜରାସ୍ତାରେ ବୁଲୁଛି ।
ପୋଲିସର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଜଣେ ଗୋଟିଏ ହତ୍ୟାକାଣ୍ଡ ଘଟାଇ ସାରିଲା ପରେ ସିଏ ଫେରାର ହୋଇଯିବା କଥା ମାତ୍ର ସିଏ କେମିତି ଖୁଲମଖୁଲା ବିଚରଣ କରିପାରୁଛି ? ଏ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ଜଣେ ଭଦ୍ର ମନ୍ତ୍ରୀ । ସିଏ ଅଭଦ୍ର ନୁହଁନ୍ତି । ସିଏ ଏ ପ୍ରକାର କାମ କରି ନଥିବେ ଇଏ ଗୋଟିଏ ବଡ ଡ୍ରାମା । ନୟାଗଡ ନାଟକୀୟ ହତ୍ୟାକାଣ୍ଡର ପ୍ରକୃତ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବାପାଇଁ ସୁର ରାଉତରାୟ କହିଛନ୍ତି । ରାଜ୍ୟରେ ମୋ ସରକାରର ଡିମ୍ ଡିମ ପିଟୁଥିବା ପୋଲିସ ହତ୍ୟାକାରିକକୁ ନ ଧରିବାର କାରଣ କଣ ? ପୋଲିସ କଣପାଇଁ ସାଇଲେଣ୍ଟ । ଏହାକୁ ନେଇ ରାଜନୀତିକରଣ କରାଯାଇନାହିଁତ ? ସ୍ପଷ୍ଟ ଭାବେ ଏଥିରୁ ରାଜନୀତିର ଗନ୍ଧ ବାରି ହୋଇ ପଡୁଛି ।
No Result
View All Result