No Result
View All Result
ପରିବର୍ତ୍ତିତ ଜଳବାୟୁ ଓ ଖାଦ୍ୟାଭ୍ୟାସକୁ ଦୃଷ୍ଟିରେ ରଖି କୃଷି ପଦ୍ଧତିର ବିକାଶ କରାଯିବା ଦରକାର : ମନ୍ତ୍ରୀ ଡ. ସାହୁ ଜୀବନ ଧାରଣ ପାଇଁ କୃଷି ଅପରିହାର୍ଯ୍ୟ ।
ଓଡ଼ିଶା ତାଜା ନ୍ୟୁଜ (୨୪ ନଭେମ୍ବର ମଙ୍ଗଳବାର) ଭୁବନେଶ୍ୱର :- ସାରା ବିଶ୍ୱ କୋଭିଡ୍-୧୯ ପରି ଏକ ମହାମାରୀର ସଙ୍କଟ ଦେଇ ଗତି କରୁଥିବାବେଳେ ରାଜ୍ୟର କୃଷକମାନେ ଖାଦ୍ୟ ଉତ୍ପାଦନ କରି ଲୋକମାନଙ୍କ ଖାଦ୍ୟ ନିରା ପତ୍ତାକୁ ସୁନିଶ୍ଚିତ କରି ପାରିଛନ୍ତି । ଏଥି ସହିତ କୃଷକମାନେ ରାଜ୍ୟରେ ହେଉଥିବା ବନ୍ୟା, ବାତ୍ୟା, ମରୁଡ଼ି ଓ କୀଟପୋକ ଆଦି ପ୍ରାକୃତିକ ବି ପର୍ଯ୍ୟାୟର ସଫଳ ମୁକାବିଲା କରି କ୍ରମାଗତ ଭାବରେ ଫସଲ ଉତ୍ପାଦନ ବୃଦ୍ଧି କରିଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଓୟୁଏଟି କୃଷକ ମେଳା- ୨୦୨୦କୁ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ କୃଷକର ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ସରକାର ଯେଉଁ ଆହ୍ୱାନ ଦେଇଛନ୍ତି ତାକୁ ସାକାର କରିବା ପାଇଁ ପ୍ରତ୍ୟେକ ସ୍ତରରେ ନିଷ୍ଠା ପର ଉଦ୍ୟମ ହେବା ଆବଶ୍ୟକ ।
ଜଳବାୟୁର ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ସହନଶୀଳ ଉନ୍ନତ ବିହନ, ନୂତନ ଜ୍ଞାନକୌଶଳ ଓ ଯନ୍ତ୍ରପାତିର ବ୍ୟବହାର ଆଦି ଦିଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ନିରନ୍ତର ଗବେଷଣାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ପରିବର୍ତ୍ତିତ ଜଳବାୟୁ, ଖାଦ୍ୟାଭ୍ୟାସ ତଥା ବଜାର ଚାହିଦାକୁ ଆଖିରେ ରଖି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଗଣ ରାଜ୍ୟର ବିଭିନ୍ନ କୃଷି ଜଳବାୟୁ ମଣ୍ଡଳ ନିମନ୍ତେ ଉପଯୋଗୀ କୃଷି ପଦ୍ଧତିର ବିକାଶ ଓ ପ୍ରସାର ନିମନ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ କୃଷି ପଦ୍ଧତିକୁ ଚାଷୀମାନେ ଯେପରି ବର୍ଷସାରା ଦେଖି ପାରିବେ ସେଥି ନିମନ୍ତେ ବିଶ୍ୱବିଦ୍ୟାଳୟ ପରିସରରେ ଏହାର ପରିଦର୍ଶନ ବ୍ୟବସ୍ଥା ଦିଗରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଥିଲେ । ରାଜ୍ୟରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି ଓ ବାୟୋଫ୍ଲକ୍ ପ୍ରଣାଳୀରେ ମାଛଚାଷ ଅତ୍ୟନ୍ତ ଲାଭଜନକ ବୋଲି ମନ୍ତ୍ରୀ କହିଥିଲେ । ରାଜ୍ୟରେ ଦୁଗ୍ଧ ଓ କୁକୁଡ଼ା ମାଂସ ଉତ୍ପାଦନ ବୃଦ୍ଧି ପାଇଥିଲେ ମଧ୍ୟ ଲୋକମାନଙ୍କର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଯୋଗୁଁ ଏହାର ଦିନକୁ ଦିନ ଚାହିଦା ବୃଦ୍ଧି ପାଇଛି । ଯୁବକଯୁବତୀ ମାନେ ଯେପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପ୍ରତି ଅଧିକ ମନୋନିବେଶ କରିବେ ଓ ଏଥିରେ ପୁଂଜିନିବେଶ କରିବେ ସେଥି ପ୍ରତି କୃଷି ଅଧିକାରୀମାନେ ଅଧିକ ଧ୍ୟାନ ଦେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳ ପତି ଡ. ପବନ କୁମାର ଅଗ୍ରଓ୍ୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ଚାଷୀମାନଙ୍କୁ କୃଷି କାର୍ଯ୍ୟରେ ପରାମର୍ଶ ଦେବା ପାଇଁ ପଞ୍ଚାୟତ ସ୍ତରରେ ଏବଂ ବ୍ଲକ୍ସ୍ତରରେ ନିୟମିତ ବୈଠକ କରାଯାଉଛି ବୋଲି କହିଥିଲେ । ‘ଆମ କୃଷି’ ମୋବାଇଲ୍ ଫୋନ୍ ପରାମର୍ଶ ସୂଚନା ସେବା ମାଧ୍ୟମରେ ଚାଷୀ ମାନଙ୍କୁ ପ୍ରତ୍ୟହ ଆବଶ୍ୟକୀୟ ପରାମର୍ଶ ଯୋଗାଇ ଦିଆଯାଇଛି ଯାହା ଚାଷୀମାନଙ୍କ ମଧ୍ୟରେ ଅତ୍ୟନ୍ତ ଲୋକ ପ୍ରିୟ ହୋଇପାରିଛି । ୨୦୨୦ରେ ୧୦ ଲକ୍ଷ କୃଷକ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏଥି ସହିତ କୃଷି ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପ୍ରଣୟନ କରାଯାଇଛି ବୋଲି ଡ. ଗର୍ଗ କହିଥିଲେ । ଏହି ଅବସରରେ ମନ୍ତ୍ରୀ ଡ. ସାହୁ କୃଷି ସଂ ପର୍କିତ ଦୁଇଟି ପୁସ୍ତିକାର ଶୁଭ ଉନ୍ମୋଚନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ, ଅଗ୍ରଣୀ ଚାଷୀ, କୃଷି ବୈଜ୍ଞାନିକମାନଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଉତ୍ସବ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ଲଳିତ ମୋହନ ଗଡ଼ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କେ. କେ. ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କୃଷକ ମେଳାରେ ରାଜ୍ୟର ବହୁଚାଷୀ ଓ ଅନୁଷ୍ଠାନ ଅନ୍ଲାଇନ୍ ମାଧ୍ୟମରେ ଯୋଗଦାନ କରିଥିଲେ ।
No Result
View All Result