No Result
View All Result
ଓଡ଼ିଶା ତାଜାନ୍ୟୁଜ୍ (୨୪ ନଭେମ୍ବର ମଙ୍ଗଳବାର )ପଦ୍ମପୁର :- ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ଯାବତୀ ପ୍ରଧାନ ଆଜି ମଙ୍ଗଳବାର ଦିନିକିଆ ପଦ୍ମପୁର ଗ୍ରସ୍ତରେ ଆସି ପାଇକମାଲ ସ୍ଥିତ କସ୍ତୁରିବା ଗାନ୍ଧୀ ମାତୃନିକେତନ ପରିଦର୍ଶନ ରେ ଯାଇ ଅନ୍ତେବାସୀ ମାନଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିବା ସହିତ ଅନୁଷାନର ଭିତ୍ତିଭୂମି ତଦାରଖ କରିଥିଲେ । ଏହି ସଂକ୍ରାନ୍ତରେ ଏନଏଚଆରସି କେଶର ଏକ ଶୁଣାଣୀ କାର୍ଯ୍ୟକ୍ରମ ପଦ୍ମପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଥିଲା ।
ଏହି କେଶ ଶୁଣାଣୀ ସମୟରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ର ସୁପରିଟେଣ୍ତ ନିର୍ମଳ ଗିରୀ,ପାଇକମାଲ ଆଇଆଇସି ବିଶ୍ବଜିତ ମନବୋଧ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଞ୍ଜୁ ଏକ୍ମାଙ୍କ ସମେତ ଅନ୍ୟାନ୍ୟ ପକ୍ଷ ମାନଙ୍କ ଠାରୁ କେଶ ସମ୍ବନ୍ଧରେ ଶୁଣାଣୀ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result