No Result
View All Result
ଓଡ଼ିଶା ତାଜାନ୍ୟୁଜ୍ (୨୪ ନଭେମ୍ବର ମଙ୍ଗଳବାର ) କଟକ :- ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥ କଡ଼ ଫୁଲନଖରା ଠାରେ ଥିବା ପୂରାତନ ବ୍ୟାଙ୍କ ୟୁବିଆଇ ବର୍ତ୍ତମାନର ପିଏନବି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ , ମଙ୍ଗଳବାର ଦିନ କଟକ ସଦର ବ୍ଲକ ଖଣ୍ଡେଏତା ପଞ୍ଚାୟତର , ଶଙ୍ଖତ୍ରାସ ସ୍ଥିତ ଗୌରେଶ୍ୱର ମନ୍ଦିରରେ ଗ୍ରାମ ସଂପର୍କ ଅଭିଯିନ ସଚେତନତା ମେଳା ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ ବ୍ୟାଙ୍କର ଶାଖା ପରିଚାଳକ ଶୁଭ୍ରଜୋତି ନିଶଙ୍କ , ବ୍ୟାଙ୍କର କ୍ୟାସିୟର ସନ୍ତୋଷ କୁମାର ପରିଡା, ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଯୋଗ ଦେଇ କହିଲେ ଯେ, ଭାରତର ଆତ୍ମା ଗ୍ରାମରେ ରହିଥାଏ ।
ଗ୍ରାମରେ ବସବାସ କରୁଥିବା ଲୋକଙ୍କର ଆର୍ଥିକ ବିକାଶ ହୋଇପାରିଲେ ଦେଶର ବିକାଶ ହୋଇ ପାରିବ । ଏଣୁ ବ୍ୟାଙ୍କ ଆଜି ଗ୍ରାମକୁ ଆସିଛି । ବ୍ୟାଙ୍କରୁ ଗ୍ରାମାଞ୍ଚଳର ଲୋକମାନେ ଅର୍ଥ ଋଣ ନେବା ଏବଂ ସଞ୍ଚୟ କଲେ , ସେମାନଙ୍କର ଆର୍ଥିକ ବିକାଶ କିପରି ହୋଇପାରିବ , ସେନେଇ ଗ୍ରାମର ଲୋକମାନଙ୍କୁ ବୁଝାଇଥିଲେ । ଏହି ସଚେତନତା ମେଳାରେ ନିହାର ରଞ୍ଜନ ନନ୍ଦ , ସଞ୍ଜୟ ସେନାପତି , ସନ୍ତୋଷ ସାମନ୍ତରାୟ , ଅଜୟ ସେନାପତି ପ୍ରମୁଖ ଉପସ୍ଥିତ ରହି ବ୍ୟାଙ୍କ କର୍ମଚାରୀ ଙ୍କୁ ସହଯୋଗ କରିଥିଲେ । ( ରିପୋର୍ଟ-ଅମୂଲ୍ୟ କୁମାର ବାରିକ )
No Result
View All Result