No Result
View All Result
ସୋମବାର ଅପରାହ୍ନରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଶ୍ୟାମଳାଇ ଛକ ନିକଟରେ ଦୂର୍ଘଟଣା ଘଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ପ୍ରାଥମିକଚିକିତ୍ସା ପରେ ଆହତଙ୍କୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନ୍ତରିତ କରାଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି ଦୂର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ଅଟୋ ଓ ବାଇକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ସୋମବାର ଅପରାହ୍ନରେ ଏକ ଯାତ୍ରୀବାହୀ ଅଟୋ (ଓଆର୦୭ଆର ୮୮୫୬) ଖପରା ନୁଆଁଗା ଠାରୁ ସାରୁ ଅଭିମୁଖେ ଯାଉଥିବା ବେଳେ ସେହି ଏକା ଦଗରେ ଆସୁଥିବା ଏକ ଧଳା ରଙ୍ଗର ର୍ସ୍କପିଓ ଅଟୋକୁ ଅତିକ୍ରମ କରିବାକୁ ଯାଇ ଅଟୋ ପଛକୁ ଧକ୍କା ଦେଇଥିଲା ।
ସେହି ସମୟରେ ଜଣେ ଯୁବକ ରାସ୍ତା ପ୍ୱାଶ୍ୱର୍ରେ ଟିଭିଏସ ଏକ୍ଟଭା ସ୍କୁଟି (ଓଡ଼ି୦୭ଏଫ ୪୬୧୪)କୁ ରଖି ପରିଶ୍ରା କରୁଥିବା ବେଳେ ଅଟୋ ଆସି ସ୍କୁଟି ଓ ଯୁବକଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରୁ ର୍ସ୍କପିଓଟି ଚମ୍ପଟ ମାରିଥିଲା । ଦୂର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା ଖପରା ନୁଆଗାଁର ଅମୁଲ୍ୟ ନାହାକ, ଯମୁନା ନାହାକ, ଲଳିତା ନାହାକ, ଚନ୍ଦନ ନାହାକ ଓ ରାସ୍ତା ପ୍ୱାଶ୍ୱର୍ରେ ପରିଶ୍ରା କରୁଥିବା ତଥା ସ୍କୁଟି ଚାଳକ ହିଞ୍ଜିଳିକାଟୁ ପୌରାଂଚଳର ପ୍ରସନ ବେହେରା ଗୁରୁତର ଆହତ ହୋଇଥିଲେ । ଅନ୍ୟପକ୍ଷରେ ଦୂର୍ଘଟଣା ପରେ ଘଟଣା ସ୍ଥଳରୁ ଅଟୋ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି ।(ହିଞ୍ଜିଳିକାଟୁ /ଶୁସାନ୍ତ ପ୍ରଧାନ)
No Result
View All Result