No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ନଭେମ୍ବର ସୋମବାର) ପଦ୍ମପୁ :-୨୨ ବର୍ଷର ଜଣେ ଦଳିତ ବିଧବା ସ୍ତ୍ରୀକୁ ନୁଆପଡା ର ଜଣେ ପୋଲିସ ସବ୍ ଇନିସପେକ୍ଟର ଏକାକି ଆସ ଓ ପୋଲିସର ପାଉଣା ଦେଇ ତୁମ ମୋଟର ସାଇକେଲ ନିଅ ବୋଲି କହିବା ଉକ୍ତିକୁ ନେଇ ପରିବାର ଲୋକେ ନୁଆପଡା ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଘଟଣାର ବିବରଣୀ ପ୍ରକାଶ ଯେ,ଜଣେ ୨୪ ବର୍ଷର ଦଳିତ ଯୁବକ ରାଜେଶ ଦୀପ ଏକ ଘରୋଇ କାମରେ ନୁଆପଡା ଯାଇଥିବା ବେଳେ ନୁଆପଡା ରୁ ଫେରିବା ବାଟରେ ବିଜୁ ଏକ୍ସପ୍ରେସ ୱେ ରେଲୱେ ଲାଇନ୍ ପାଖରେ ମୋଟର ସାଇକେଲ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହେବା ସହ ଘଟଣା ସ୍ଥଳରେ ହିଁ ରାଜେଶ ଦୀପଙ୍କ ଦେହାନ୍ତ ହୋଇ ଯାଇଥିଲା । ପୋଲିସ ଖବର ପାଇ ଶବ ବ୍ଯବଛେଦ କରିବା ସହ ମୋଟର ସାଇକେଲ କୁ ଜବତ କରି ଥାନାକୁ ନେଇ ଯାଇ ଥିଲେ ।
ଗତ ତା ୧. ୮.୨୦୨୦ ରିଖ ଦିନ ଏହି ଘଟଣା ଘଟିଥିବା ବେଳେ ନୁଆ ମୋଟର ସାଇକେଲ ନଂ – OD ୨୬ . C – ୭୦୭୨ ଥାନାରୁ ଫେରି ପାଇବା ପାଇଁ ରାଜେଶ ଙ୍କ ବିଧବା ସ୍ତ୍ରୀ ଉର୍ମିଲା ଦୀପ ଏବଂ ତାଙ୍କ ପରିବାର ଲୋକେ ଅନେକ ଥର ନୁଆପଡା ଥାନାକୁ ଧାଁ ଧପଡ କରିଥିଲେ । ଏହି କେଶ ର ଦାୟିତ୍ୱ ନେଇଥିବା ନୁଆପଡା ଥାନାର ପୋଲିସ ସବ୍ ଇନିସପେକ୍ଟର ଶ୍ରୀ ଜିତୁ ମହାନନ୍ଦ ମୋଟର ସାଇକେଲ ଦେବା ବଦଳରେ ପରିବାର କୁ ବିଭିନ୍ନ ଆଲ ଦେଖାଉ ଥିଲେ । ପୋଲିସ ମୁତାବକ ଡେଥ୍ ସାର୍ଟିଫିକେଟ ଓ ଗାଡିର ସମସ୍ତ କାଗଜ ପତ୍ର ଥାନାରେ ଜମା ଦେଇଥିବା ସତ୍ତ୍ବେ ବାରମ୍ବାର ଥାନାକୁ ଦୌଡି ନିରାଶ ହେବା ପରେ ଗତ ତା ୧୯ .୧୧.୨୦ ରିଖରେ ଦିନ ତାଙ୍କ ପରିବାର ଲୋକେ ଓ ପଶ୍ଚିମ ଓଡିଶା ଦଳିତ ଅଧିକାର ମଞ୍ଚ ପାଇକମାଲ ବ୍ଲକ ସଭାପତି ଶ୍ରୀ ଲଳିତ ଜଗତ ନୁଆପଡା ଥାନାକୁ ଯାଇଥିଲେ । ପୋଲିସ ଅଧିକାରୀ ଶ୍ରୀ ମହାନନ୍ଦ ଏ ସମସ୍ତଙ୍କୁ ଦେଖି ବିରକ୍ତି ହେବା ସହ ଗାଳିଗୁଲଜ କରି ସମସ୍ତଙ୍କୁ ବାହାର କରିଦେଇ ରାଜେଶଙ୍କ ସ୍ତ୍ରୀ ଉର୍ମିଲା ଦୀପଙ୍କୁ ଧମକ ଚମକ ଦେବା ସହ ତୁରନ୍ତ ଥାନାକୁ ଏକାକୀ ଆସିବୁ,ପୋଲିସ ର ପାଉଣା ଦେବୁ ଓ ଗାଡି ନେଇକି ଯିବୁ ବୋଲି କହିଲେ ।
ଘଟଣା ପରିବାର ଭିତରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ନୁଆପଡା ପୋଲିସର ଏଭଲି ବ୍ଯବହାରରେ ଅତିଷ୍ଟ ହୋଇ ପରିବାର ଲୋକେ ଓ ଉର୍ମିଲା ଦୀପ ଗତ ତା ୨୧ .୧୧ .୨୦ ରିଖ ଦିନ ନୁଆପଡା ଏସପିଙ୍କ କାର୍ଯ୍ୟାଳୟ କୁ ଯାଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏକାକୀ ଆସ ପୋଲିସର ପାଉଣା ଦିଅ ଏହା କଣ ପ୍ରକୃତରେ ମା’କୁ ସମ୍ମାନ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଚର୍ଚ୍ଚା ଚାଲିଛି । ନୁଆପଡା ଏସପି ସଂପୃକ୍ତ ଅଧିକାରୀ ବିରୁଦ୍ଧରେ କି ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ, ସ୍ବର୍ଗତ ରାଜେଶ ଦୀପ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଭରୁଆମୁଣ୍ତା ଗ୍ରାମର ସ୍ଥାୟୀ ବାସିନ୍ଦା ଅଟନ୍ତି ଓ ଶ୍ରୀମତୀ ଉର୍ମିଲା ଦୀପ ମାତ୍ର ୨୨ବର୍ଷ ବୟସରେ ବିଧବା ହୋଇ ଯାଇଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result