No Result
View All Result

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) ବରଗଡ଼ :- ବରଗଡ଼ ଲୋକ ସଭା ସଦସ୍ୟ ସୁରେଶ ପୂଜାରୀ ପବିତ୍ର ଗୋକୁଳାଷ୍ଟମୀ ଅବସରରେ ବରଗଡ଼ ସହର ସ୍ଥିତ ଗୋପାଳ ଗୋଶାଳା ପରିଦର୍ଶନ କରି ଗୋମାତାଙ୍କୁ ଦାନା ଖୁଆଇ ଥିଲେ । ପରେ ଗୋଶାଳା ରେ ପ୍ରତି ଆୟୋଜିତ ହେଉଥିବା ଗୋକୁଳାଷ୍ଟମୀ ଉତ୍ସବ ରେ ଯୋଗଦାନ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଗତ ୫୦ ବର୍ଷ ଅଧିକ ହେବ ଏଠାରେ ପ୍ରତିବର୍ଷ ଏଇ ତିଥି ରେ ଗୋମାତାଙ୍କୁ ପୂଜା କରାଯାଇ ଉତ୍ସବ ପାଳନ କରାଯାଏ। ଏଥିରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ଲୋକ ଆସି ଗୋମାତାଙ୍କୁ ଖାଦ୍ୟ ପଦାର୍ଥ ଦେଇ ସେବା କରିଥାନ୍ତି। ସା°ସଦଙ୍କ ସହ ବରିଷ୍ଠ ନେତା ସୁରେଶ୍ଵର ଶତପଥୀ, ଭାଜପା ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ,ପ୍ରିତମ ସିଂ ଓ ସଭ୍ୟ ମାନେ ଉପସ୍ଥିତ ଥିଲେ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result