No Result
View All Result
ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) ପଦ୍ମପୁର :- ପଦ୍ମପୁର ରାଜାଜୀ ଟାଉନ ହଲରେ, କରଣ ସମାଜର ଏକ ଜରୁରୀ ଅଧିବେଶନ, ଶ୍ରୀ ଶିରିଷ କୁମାର ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । କରଣ ସମାଜର ଚିତ୍ରଗୁପ୍ତ କଲ୍ଯାଣ ସଂଘର କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ଏଇ ଅଧିବେଶନରେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଏଇ କ୍ରମରେ ଶିରିଷ କୁମାର ବହିଦାର ସଭାପତି,ସନ୍ତୋଷ କୁମାର ମହାନ୍ତି ଉପ ସଭାପତି, ଅଶୋକ କୁମାର ବହିଦାର ସଂପାଦକ,ସୁରଂଜିତ ବହିଦାର ଯୁଗ୍ମ ସଂପାଦକ,ପ୍ରୀତେଶ ବହିଦାର ସଂଗଠନ ସଂପାଦକ ଏବଂ କାର୍ଯ୍ୟ କମିଟି ର ସଭ୍ଯ ଭାବେ ହେମନ୍ତ ପଟ୍ଟନାୟକ,ବିକାଶ କୁମାର ବହିଦାର,ରଜନୀ କୁମାର ମହାନ୍ତି, ଗଜେନ୍ଦ୍ର ମହାନ୍ତି,ଯଦୁମଣି ପଟ୍ଟନାୟକ,ପ୍ରଦୀପ୍ତ ଦାସ,ଇସାନ୍ କାନୁନ୍ଗୋ,ଈଶ୍ବର ଚନ୍ଦ୍ର ପଟ୍ଟନାୟକ ଙ୍କୁ ଚୟନ କରାଯାଇଛି ।
ଏଥି ସହିତ ସୀତାରାମ ପଟ୍ଟନାୟକ,ଆଶିଷ କୁମାର ବହିଦାର,ନିରଞ୍ଜନ ବହିଦାର,ସରୋଜ କୁମାର ବହିଦାର ଓ ସଚ୍ଚିଦାନନ୍ଦ ବହିଦାର ଙ୍କୁ ଉପଦେଷ୍ଟା ମଣ୍ଡଳୀର ସଭ୍ଯ ଭାବେ ରଖା ଯାଇଛି । ଅଧିବେଶନରେ କରଣ ସମାଜ ସଂପର୍କିତ କେତୋଟି ଗୁରୁତ୍ୱପୂର୍ଣ୍ଣ ଆହୂତ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ, ସର୍ବ ସମ୍ମତି କ୍ରମେ କାର୍ଯ୍ୟକାରୀ କରା ଯାଇଛି । ଚିତ୍ରଗୁପ୍ତ ଦେବଙ୍କ ପ୍ରସ୍ତାବିତ ନିର୍ମାଣ ମନ୍ଦିର କାର୍ଯ୍ଯକୁ ତ୍ବରାନ୍ବିତ କରିବା ପାଇଁ କରଣ ସମାଜର ଯୁବ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆଗାମୀ ଡିସେମ୍ବର ମାସରେ କରଣ ପରିବାର ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଅଧିବେଶନ ରେ କରଣ ସମାଜର ବହୁ ସଂଖ୍ୟକ ବ୍ଯକ୍ତି ବିଶେଷ ଉପସ୍ଥିତ ଥିଲେ । ପରିଶେଷରେ ଅଶୋକ କୁମାର ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result