• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଚଳିତ ବର୍ଷ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଓଡ଼ିଶାକୁ ଜାତୀୟ ସ୍ତରରେ ସମ୍ମାନଜନକ ଦୁଇଟି ‘ମତ୍ସ୍ୟ ପୁରସ୍କାର’ ମିଳିଛି

Proprietor Abhimanyu Maharana by Proprietor Abhimanyu Maharana
November 22, 2020
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ଚଳିତ ବର୍ଷ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଓଡ଼ିଶାକୁ ଜାତୀୟ ସ୍ତରରେ ସମ୍ମାନଜନକ ଦୁଇଟି ‘ମତ୍ସ୍ୟ ପୁରସ୍କାର’ ମିଳିଛି
Share on FacebookShare on TwitterWhatsapp

‘ମତ୍ସ୍ୟ ରପ୍ତାନୀକୁ ୨୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି’ ‘ମାଛ ଚାଷ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି’ ‘ବର୍ଷସାରା ନିରୋଗ ଓ ଉନ୍ନତ ଯାଆଁଳ ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରାଯାଇଛି’ : ମନ୍ତ୍ରୀ ଡ. ସାହୁ ଭୁବନେଶ୍ୱର, 

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର)ଭୁବନେଶ୍ଵର :- ମାଛ ସହଜରେ ଉପଲବ୍ଧ ଏକ ସ୍ୱାଦଯୁକ୍ତ ଓ ପୁଷ୍ଟିକର ଖାଦ୍ୟ ହୋଇଥିବାବେଳେ ମତ୍ସ୍ୟଚାଷ ରାଜ୍ୟ ଅର୍ଥନୀତିରେ ଏକ ମହତ୍ତ୍ୱ ପୂର୍ଣ୍ଣ ଯୋଗଦାନ କରିଥାଏ । ଏହା ଏକ ଗୁରୁତ୍ୱ ପୂର୍ଣ୍ଣ ଜୀବନଜୀବିକାର ପନ୍ଥା ହୋଇଥିବାବେଳେ ଏଥିରେ ଆତ୍ମନିଯୁକ୍ତିର ଭରପୂର ସୁଯୋଗ ରହିଛି । କୃଷକମାନଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ଦିଗରେ କୃଷି ଓ ଆନୁଷଙ୍ଗିକ କୃଷିର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିବାବେଳେ ରାଜ୍ୟରେ ମତ୍ସ୍ୟଚାଷର ବିକାଶ କରି ମତ୍ସ୍ୟ ଉତ୍ପାଦନକୁ ଦ୍ୱିଗୁଣିତ କରିବା ସହିତ ମତ୍ସ୍ୟ ରପ୍ତାନୀକୁ ୨୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ କୃଷି ଭବନଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ ମାଛର ଆହରଣ, ଚାହିଦା, ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷ ୨୦୧୯-୨୦ରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୮.୧୬ ଲକ୍ଷ ମେଟି୍ରକ୍‌ ଟନ୍‌ ହୋଇ ପାରିଛି । ମାଛଚାଷ ନିମନ୍ତେ ନୂତନ ପୋଖରୀ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ‘ମୋ ପୋଖରୀ ଯୋଜନା’ ଏକ ଯୁଗାନ୍ତକାରୀ ପଦକ୍ଷେପ ।

ମତ୍ସ୍ୟଚାଷୀଙ୍କୁ ନିରୋଗ ଓ ଉନ୍ନତ ଯାଆଁଳ ବର୍ଷସାରା ଯୋଗାଇଦେବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଗ୍ରାମ ପଞ୍ଚାୟତ ପୋଖରୀ ଗୁଡ଼ିକୁ ଦୀର୍ଘମିଆଦି ସୂତ୍ରରେ ମହିଳା ସ୍ୱୟଂ ସହାୟକ ଦିଆଯାଇ ମାଛଚାଷ କରାଯିବା ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ, ଯାହାକି ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହିତ ମହିଳା ସଶକ୍ତିକରଣ ଦିଗରେ ସହାୟକ ହୋଇ ପାରିବ । ଏଥି ସହିତ ମାଛ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଜଳଭଣ୍ଡାରଗୁଡ଼ିକରେ ଉନ୍ନତ ଅଙ୍ଗୁଳିକା ଯାଆଁଳ ଛାଡ଼ିବା, ଜଳଭଣ୍ଡାରରେ ପଂଜୁରୀ ମାଧ୍ୟମରେ ମାଛଚାଷ ପାଇଁ ପ୍ରୋତ୍ସାହନ, ନୂତନ ଜ୍ଞାନକୌଶଳଯୁକ୍ତ ବାୟୋଫ୍ଲକ୍‌ ପଦ୍ଧତି, ପଲିଥିନ ଆସ୍ତରଣଯୁକ୍ତ ପୋଖରୀରେ ମାଛଚାଷ ଓ ପୁନ…ସଂଚାଳନଯୁକ୍ତ ମାଛଚାଷ ମାଧ୍ୟମରେ ମଧୁର ମାଛ ଉତ୍ପାଦନ ପାଇଁ ଗୁରୁତ୍ୱ ପ୍ରଦାନ କରାଯାଉଛି । କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟକୁ ଫେରିଥିବା ପ୍ରବାସୀମାନେ କୃଷି ସହିତ ଆନୁଷଙ୍ଗିକ କୃଷି ଓ ମତ୍ସ୍ୟଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ପରିେ ପ୍ରକ୍ଷୀରେ ସେମାନେ ସରକାରଙ୍କ ଦ୍ୱାରା ପ୍ରଣିତ ଯୋଜନା ଓ ରିହାତିର ଲାଭ ଉଠାଇ ଆତ୍ମନିଯୁକ୍ତ ହେବା ସହିତ ନୀଳବି ପ୍ଳବକୁ ସାକାର କରିବା ପାଇଁ ଆଗେଇ ଆସନ୍ତୁ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଚଳିତ ବର୍ଷ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଓଡ଼ିଶାକୁ ଜାତୀୟ ସ୍ତରରେ ସମ୍ମାନଜନକ ଦୁଇଟି ‘ମତ୍ସ୍ୟ ପୁରସ୍କାର’ ମିଳିଛି ।

ଓଡ଼ିଶା ଶ୍ରେଷ୍ଠ ସାମୁଦ୍ରିକକ ରାଜ୍ୟ ଏବଂ କଳାହାଣ୍ଡି ଜିଲ୍ଲାକୁ ଶ୍ରେଷ୍ଠ ଆଭ୍ୟନ୍ତରିଣ ମତ୍ସ୍ୟ ଜିଲ୍ଲା ଭାବରେ ପୁରସ୍କୃତ କରାଯାଇଥିବାରୁ ମନ୍ତ୍ରୀ ଡ. ସାହୁ ସମସ୍ତ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ ଏବଂ ବିଭାଗୀୟ ଅଧିକାରୀ, କର୍ମଚାରୀ ତଥା ମତ୍ସ୍ୟ ଉଦ୍ୟୋଗୀ ଓ ମତ୍ସ୍ୟଚାଷ ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଉତ୍ସବରେ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜକୁମାର ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଉପକୂଳ ରାଜ୍ୟ ଭାବେ ଓଡ଼ିଶାରେ ପ୍ରାକୃତିକ ସଂପଦ ଭର ପୂର ରହିଛି ଏବଂ ରାଜ୍ୟରେ ମତ୍ସ୍ୟ ସଂପଦ ବିକାଶର ପ୍ରଚୁର ସମ୍ଭାବନା ରହିଛି । ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବାବେଳେ ରୋଜଗାର ସୃଷ୍ଟି ଓ ଆୟ ବୃଦ୍ଧି ଦିଗରେ ଏହା ଏକ ମହତ୍ତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଥିଲେ । ଉତ୍ସବରେ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୁତିରଞ୍ଜନ ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ଅବସରରେ ବିଶ୍ୱ ମତ୍ସ୍ୟ ଦିବସ ପାଳନର ଗୁରୁତ୍ୱ ସଂପର୍କରେ ଆଲୋକ ପାତ କରିବା ସହ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ରାଜ୍ୟର ମତ୍ସ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିବିଶେଷ ଓ ସଂଗଠନଗୁଡ଼ିକୁ ସଞ୍ଚର୍ଦ୍ଧିତ କରାଯାଇଥିଲା ।

ଏହି କ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦୁଇଟି ଜିଲ୍ଲା, ଅନ୍ତର୍ଦେଶୀୟ ଓ ଖାରିଜଳ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଦୁଇଜଣ ମତ୍ସ୍ୟଚାଷୀ, ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଦୁଇଟି ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଓ ଦୁଇଜଣ ସଫଳ ମତ୍ସ୍ୟ ଉଦ୍ୟୋଗୀଙ୍କୁ ସଞ୍ଚର୍ଦ୍ଧିତ କରାଯାଇଥିଲା । ଏଥି ସହିତ ମାଛ ଯାଆଁଳ ଉତ୍ପାଦନରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା କୌଶଲ୍ୟାଗଙ୍ଗ ମତ୍ସ୍ୟ ଫାର୍ମର ମତ୍ସ୍ୟ ଅଧିକାରୀଙ୍କୁ ମଧ୍ୟ ସଞ୍ଚର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମନ୍ତ୍ରୀ ଡ. ସାହୁ ମତ୍ସ୍ୟ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରକାଶିତ ମୁଖ ପତ୍ର ‘ମତ୍ସ୍ୟଦର୍ପଣ’ର ସ୍ୱତନ୍ତ୍ର ସଂଖ୍ୟା ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟସଂ ପଦ ଯୋଜନାର ମାର୍ଗଦର୍ଶିକା ପୁସ୍ତିକାର ଶୁଭ ଉନେ୧ଭବନଠାରେନ୍ତ୍ର ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉ ପସ୍ଥିତ ଥିବାବେଳେ ଭିଡ଼ିଓ କନ୍‌ଫରେନ୍ସ ଓ ସୋସିଆଲ୍‌ ମିଡ଼ିଆ ମାଧ୍ୟମରେ ସମସ୍ତ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ମତ୍ସ୍ୟ ବିଭାଗର ଅଧିକାରୀ ଓ ମତ୍ସ୍ୟଜୀବୀ ତଥା ମତ୍ସ୍ୟଚାଷୀମାନେ ଯୋଗଦେଇଥିଲେ । ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ଭଂଜ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

June 10, 2026
କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

June 10, 2026
ଅନାସ୍ଥା କାର୍ଯ୍ୟକାରୀ କରିବାକୁ ଜନପ୍ରତିନିଧିଙ୍କ ଧାରଣା ଏସ୍‌ଆଇଆର୍ ବାହାନା କଲା ପ୍ରଶାସନ ୧୭ରୁ ଅହୋରାତ୍ର ଧାରଣା ପାଇଁ ଚେତାବନୀ

ଅନାସ୍ଥା କାର୍ଯ୍ୟକାରୀ କରିବାକୁ ଜନପ୍ରତିନିଧିଙ୍କ ଧାରଣା ଏସ୍‌ଆଇଆର୍ ବାହାନା କଲା ପ୍ରଶାସନ ୧୭ରୁ ଅହୋରାତ୍ର ଧାରଣା ପାଇଁ ଚେତାବନୀ

June 10, 2026
ପୂର୍ଣ୍ଣିମା ତ୍ରିପାଠୀ ହେଲେ ଗୋବିନ୍ଦପୁର ହାଇସ୍କୁଲର ନୂତନ ପ୍ରଧାନଶିକ୍ଷୟିତ୍ରୀ

ପୂର୍ଣ୍ଣିମା ତ୍ରିପାଠୀ ହେଲେ ଗୋବିନ୍ଦପୁର ହାଇସ୍କୁଲର ନୂତନ ପ୍ରଧାନଶିକ୍ଷୟିତ୍ରୀ

June 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

June 10, 2026
କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

June 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version