No Result
View All Result
ଓଡ଼ିଶା ତାଜାନ୍ୟୁଜ୍ (୨୧ ନଭେମ୍ବର ଶନିବାର) ବରଗଡ଼ :- ବରଗଡ଼ ରୁ ଭେଡେନ ବିଜୁ ଏକ୍ସପ୍ରେସ ଓ୍ବେ ର ରାସ୍ତା କାମ ଦୀର୍ଘ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ନାଁ ଧରୁନି ! ବିଶେଷ କରି ବରଗଡ଼ ଘରୋଇ ବସଷ୍ଟାଣ୍ଡ ରୁ ଖଣ୍ଡ ହତା କେନାଲ ବ୍ରିଜ ପର୍ଯ୍ୟନ୍ତ ପ୍ରାୟ ୧୦ କିମି ରାସ୍ତା ର ନିର୍ମାଣ କାର୍ଯ୍ୟ ଅଧ ପନ୍ତୁରିଆ ହୋଇ ପଡ଼ି ରହିଛି। ବରଗଡ଼ ସହରରୁ ତୋରା ସୂତା ମିଲ ଛକ ପର୍ଯ୍ୟନ୍ତ ରାସ୍ତା କଡ ଜବର ଦଖଲ ଉଛେଦ ପ୍ରଶାସନ ପକ୍ଷରୁ ହୋଇପାରୁ ନଥିବାରୁ ନିର୍ମାଣ ସ°ସ୍ଥାର ମୁଣ୍ଡ ବ୍ୟଥା ର କାରଣ ହୋଇଥିବା ସ°ସ୍ଥା ପକ୍ଷରୁ କୁହାଯାଇଛି ।
ତେବେ ବର୍ତ୍ତମାନ ଧାନ ଅମଳ ହୋଇ ମୁଣ୍ଡିକୁ ଯିବା ସମୟ ହୋଇଥିବା ଏବଂ ଭେଡେନ ଅଞ୍ଚଳ ଜିଲ୍ଲା ର ଧାନ ଉତ୍ପାଦନ ର ମୁଖ୍ୟ ଅଞ୍ଚଳ ହୋଇଥିବାରୁ ଏହି ନିସ୍ତାର ଦେଇ ଦୈନିକ ଶତାଧିକ ଧାନ ଟ୍ରକ୍ ଯିବା ଆସିବା କରୁଛି। ଫଳରେ ଅଧ ପନ୍ତୁରିଆ ରାସ୍ତା ଯୋଗୁଁ ଏହି କରୋନା କାଳରେ ମେଟାଲ ଓ ବଜୁରି ଗୁଣ୍ଡ ଧୂଳି ଉଡି ପରିବେଶକୁ ଆହୁରି ପ୍ରଦୂଷିତ କରିବି ସହ ଅନେକ ଛୋଟ ବଡ଼ ଦୂର୍ଘଟଣା ମାନ ଘଟୁଛି। ଏ ସଂକ୍ରାନ୍ତରେ ଜନୈକ ଅଧିକାରୀ ଙ୍କୁ ପଚାରିବାରୁ ରାସ୍ତା କଡ଼ରେ ଥିବା ଜବର ଦଖଲ କାରୀଙ୍କୁ ବହୁ ଦିନରୁ ନୋଟିସ ହୋଇଥିଲେ ମଧ୍ୟ ଉଛେଦ ହୋଇପାରି ନାହିଁ ବୋଲି ସ୍ବୀକାର କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ , ଭେଡେନ ବ୍ଲକ ପଟରୁ ବରଗଡ଼ କୁ ଆସିଥିବା ଏହି ରାସ୍ତା ର ନିର୍ମାଣ କାର୍ଯ୍ୟ ଅଧାରୁ ଅଧିକ ଶେଷ ହୋଇଯାଇଥିବା ପରିଲକ୍ଷିତ ହୋଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ନେତୃ ବୃନ୍ଦ ଦୃଷ୍ଟି ଦେବାକୁ ଦାବି ହୋଇଛି। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result