ଓଡ଼ିଶା ତାଜା ନିୟୁଜ୍ (୨୧ ନଭେମ୍ବର ଶନିବାର) ଢେଙ୍କାନାଳ :- ବେଆଇନ କାରବାର ଓ ବେଖାତିର ନେଇ ଆଜି ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ତରଫରୁ ସହରର ଜୟଗୋପାଳ ସାହିରେ ଥିବା ଶ୍ରୀକୃଷ୍ଣ ଅଲ୍ଟ୍ରାସାଉଣ୍ଡ୍ ସେଣ୍ଟରକୁ ସିଲ୍ କରିଦିଆଯାଇଛି। ଜିଲ୍ଲାରେ ଶିଶୁ ଲିଙ୍ଗ ତାରତମ୍ୟ ଉଦବେଗ ଜନକ ଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ନର୍ସିଂହୋମ୍ ଏବଂ କ୍ଲିନିକ୍ ଗୁଡିକରେ ଚଢାଉ ଓ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଯାଞ୍ଚବେଳେ ସହରର ଜୟଗୋପାଳ ସାହିରେ ଥିବା ଶ୍ରୀକୃଷ୍ଣ ଅଲ୍ଟ୍ରାସାଉଣ୍ଡ୍ କ୍କିନିକରେ ବ୍ୟାପକ ଅନିୟମିତତା ହେଉଥିବା ଜଣାପଡିଥିଲା । ଏହି ଅନିୟମିତତାକୁ ସଜାଡ଼ିବା ପାଇଁକ୍ଲିନିକ୍ ମାଲିକ ହେମନ୍ତ ପରିଡ଼ାଙ୍କୁ ଲିଖିତ ଚିଠି ଜିଲ୍ଲା ପ୍ରଶାସନ ତରଫରୁ ଜଣାଇବା ସତ୍ୱେ ଏହାକୁ ବେଖାତିର
କରିବାରୁ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସୌଦାମିନୀ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଶ୍ରୀକୃଷ୍ଣ ଅଲ୍ଟ୍ରାସାଉଣ୍ଡ୍ କ୍କିନିକରେ ଚଢ଼ାଉ କରି ନିୟମ ଉଲ୍ଲଂଘନ ଯୋଗୁ କ୍କିନିକ୍ କୁ ସିଲ୍ କରିଦିଆଯାଇଛି।ଏଥିରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ଏବଂ ଯାଞ୍ଚ ଦଳର ସଦସ୍ୟ ଶ୍ରୀମତୀ ପୂଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ଥିତିରେ ଅଲ୍ଟ୍ରାସାଉଣ୍ଡ୍ ମେସିନ୍ କୁ ସିଲ୍ କରାଯାଇଛି। ଆଗକୁ ଏଭଳି ଚଢ଼ାଉ ଜାରି ରହିବ ଏବଂ ବେଆଇନ ଭାବେ ଅଲ୍ଟ୍ରାସାଉଣ୍ଡ୍ କ୍କିନିକ ଗୁଡ଼ିକ ଚାଲୁଥିବାର ପରିଲକ୍ଷିତ ହେଲେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ଜିଲ୍ଲା ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଶ୍ରୀମତୀ ସୌଦାମିନୀ ସାହୁ ପ୍ରକାଶ କରିଛନ୍ତି। (ରିପୋର୍ଟ୍, ଅମର ରଞ୍ଜନ ଦାସ)