No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ଶନିବାର ) ହିଞ୍ଜିଳିକାଟୁ :- ବହୁ ଦିନ ପରେ ହିଞ୍ଜିଳି ବ୍ଳକରେ ପରିତ୍ୟକ୍ତ ପୋଖରୀର ଉନ୍ନତି କରଣ ଓ ନବୀକରଣ ଦେଖିବାକୁ ମିଳିଛି । ସ୍ଥାନୀୟ ବ୍ଳକ ପରିସର ମଧ୍ୟରେ ଏକ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ବହୁ ବର୍ଷ ଧରି ପଡି ରହିଥିଲା । ପୌର ପରିଷଦ ଓ ବ୍ଳକର ବିଭିନ୍ନ ପଂଚାୟତରେ ପୋଖରୀର ନବୀକରଣ ହୋଇଥିବା ବେଳେ ପଞ୍ଚାୟତ ସମିତି ପରିସରେ ଥିବା ପୋଖରୀଟିକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ନେତୃତ୍ୱରେ ଏହି ପୋଖରୀର ନବୀକରଣ ହୋଇପାରିଛି । ତାଙ୍କ ପ୍ରଚେଷ୍ଟାରେ ପୋଖରୀର ଦୃଶ୍ୟ ବର୍ତ୍ତମାନ ସୁନ୍ଦରତା ଦେଖିବାକୁ ମିଳିଛି । ସାଧାରଣ ଲୋକେ ବ୍ଳକ ମଧ୍ୟରେ କିଛି କାର୍ଯ୍ୟ ନେଇ ପ୍ରବେଶ କଲାପରେ ପୋଖରୀର ନବୀକରଣ ସୌନ୍ଦର୍ଯ୍ୟକରଣରେ ଦେଖି ଅଟକି ଯାଇ ତାହାର ଭରପୁର ମଜା ନିୟନ୍ତି । ବହୁ ଛାତ୍ରଛାତ୍ରୀ ମାନେ ମଧ୍ୟ ପୋଖରୀର ସୌନ୍ଦର୍ଯ୍ୟ କରଣ କଥା ଶୁଣି ଚାଲି ଆସନ୍ତି ସେଲଫୀ ଫୋଟୋ ସହ କିଛି ସମୟ ମନ ପ୍ରଫୁଲ କରନ୍ତି । ଏହିପରି ମନ ମୁଗ୍ଧ ଓ କାରୁକାର୍ଯ୍ୟ ହୋଇଛି ପୋଖରୀର ଚତୁପାର୍ଶ୍ୱରେ ପଥର ଛପା ଯାଇଛି ଦୁଇ ପାର୍ଶ୍ଵର ପଥର ଉପରେ ସୁନ୍ଦର କାରୁକାର୍ଯ୍ୟ ହୋଇଥିବା କୁମ୍ଭୀର ସତେ ଯେମିତି ଜୀବିତ ଅବସ୍ଥାରେ ପଡି ରହିଥିବା ଜଣାପଡୁଛି । ଚାରିପଟେ ଷ୍ଟିଲ ପାଇପ ସାହାଯ୍ୟରେ ବେଢା ଯାଇଛି ଗୋଟିଏ ପଟେ ପୋଖରୀ ଭିତରକୁ ଯିବା ପାଇଁ ରାସ୍ତା ରଖା ଯାଇଛି ।
ପୋଖରୀ ଚାରିପଟେ ବିଭିନ୍ନ ରକମର ଫୁଲ ଗଛ ସାଙ୍ଗକୁ ଡିଜାଇନ ଗଛ ଲଗା ଯାଇଛି । ଅନ୍ୟ ପଟେ ଗୋଟିଏ ହାତୀ ଛୁଆ ରଖାଯାଇଛି ତା ପାଖ ନିକଟରେ କିଛି ହରିଣ ଚାରୁଥିବା ରଖାଯାଇଛି । ଚାରିପାଖରେ ତଳେ ଘାସ ଲଗାଯାଇଛି । ବ୍ଳକର ପଶ୍ଚିମ ପଟେ ପୋଖରୀ ତଳୁ ପ୍ରାୟ ୭ପୁଟ ରୁ ୮ପୁଟ ଏକ କାନ୍ଥ ଟାଇଲ ଛପା ଯାଇଛି ସେଥିମଧ୍ୟରେ ପଞ୍ଚାୟତ ସମିତି ନାମ ଉଲ୍ଲେଖ କରଯାଇଛି ଏବଂ ମୟୁର କାନ୍ଥ ଦୁଇ ପାଶ୍ୱର୍ରେ ରହିଛି । ସେହି କାନ୍ଥ ତଳ ଭାଗରେ ଉପରେ କିଛି ଆଲୋକ ସହ ପାଣି ସ୍ପ୍ରେ ହୋଉଛି ପୋଖରୀ ଭିତରେ ମଧ୍ୟ୍ୟ ଏକ ପାଣି ଚକ୍ରାକାର ପାଣି ସ୍ପ୍ରେ ସହିତ ଆଲୋକ ମାଳା ଦ୍ବାରା ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛି । ଯାହା ସନ୍ଧ୍ୟାରେ ଦେଖିବାକୁ ଏକ ସୁନ୍ଦର ପୋଖରୀ ମଧ୍ୟରେ ଆଲୋକ କିରଣ ସୌନ୍ଦର୍ଯ୍ୟ ଦେଖାଦେଉଛି । ପ୍ରାୟତଃ ମୋ ସରକାର ଅଭିଯାନ ଆରମ୍ଭ ପର ଠାରୁ କୋଠା ଉପରେ ଚାଲିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମସ୍ତ କାର୍ଯ୍ୟାଳୟ ଦପ୍ତର ଉପର କୋଠାରୁ ତଳ ଭାଗକୁ ଅଣାଯାଇଛି । ଏହା ପରିବର୍ତ୍ତନ ବୟସ୍କ ଜନସାଧାରଣ ପାଇଁ ଯେଉଁ ମାନେ ନିଜର ଅଭାବ ଅସୁବିଧା ଜଣାଇବାକୁ ଆସି ଅସୁବିଧା ଭୋଗୁଥିଲେ ତାହାର ସମାଧାନ ପାଇଁ ଏକ ପ୍ରକାର ପ୍ରୟାସ ହୋଇଛି । କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ ବ୍ୟକ୍ତିବିଶେଷଙ୍କ ବିଭିନ୍ନ ବିଷୟର ସମାଧାନ ପାଇଁ କାର୍ଯ୍ୟଳୟ ଗୁଡିକରେ ସବୁପ୍ରକାର ପ୍ରଚେଷ୍ଟା କରାଯାଇଛି । ଏହି କାରଣରୁ କୋଭିଡ ଭଳି ସମୟରେ ମଧ୍ୟ ପ୍ରଶାସନକୁ ଯୋଗାଯୋଗ ରକ୍ଷା କରିବା ରେ ସହଜ ସାଧ୍ୟ ହୋଇପାରିଛି । ପ୍ରଶାସନିକ କ୍ଷେତ୍ରରେ ବିଗତ ଦିନର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ଅଜିତ ମିଶ୍ର, ଶୁଭ୍ରାଂଶୁ ମିଶ୍ରଙ୍କ ଭଳି ଚଳଚଞ୍ଚଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପରି ବର୍ତ୍ତମାନର ବିଡ଼ିଓ ହିଞ୍ଜିଳି ପ୍ରଶାସନିକ କ୍ଷେତ୍ରରେ ସାଧାରଣଙ୍କ ପ୍ରିୟ ଓ ଆସ୍ଥା ଭାଜନ ହୋଇପାରିଛନ୍ତି । (ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result