• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୬୯ତମ ରାଜ୍ୟସ୍ତରୀୟ ଗୋସମ୍ଵର୍ଦ୍ଧନା ଉତ୍ସବ ସମ୍ଵର୍ଦ୍ଧନା ସଭା ସହ ଗୋ ପୂଜନ – ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

Proprietor Abhimanyu Maharana by Proprietor Abhimanyu Maharana
November 19, 2020
in ଓଡ଼ିଶା, ହୋମ୍
0
୬୯ତମ ରାଜ୍ୟସ୍ତରୀୟ ଗୋସମ୍ଵର୍ଦ୍ଧନା ଉତ୍ସବ ସମ୍ଵର୍ଦ୍ଧନା ସଭା ସହ ଗୋ ପୂଜନ – ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ
Share on FacebookShare on TwitterWhatsapp

1.‘ଗୋ ପାଳନ ପରି ଏକ ବିସ୍ତୃତ କ୍ଷେତ୍ରର ସଠିକ୍‌ ଉପଯୋଗ ପାଇଁ ଯୁବକଯୁବତୀ ଓ ଚାଷୀମାନେ ଆଗେଇ ଆସନ୍ତୁ’

2.‘ଚାଷୀଙ୍କର ଆୟକୁ ବହୁଗୁଣିତ ହେବା ଦିଗରେ ସରକାରଙ୍କ ପ୍ରଣିତ  ଯୋଜନାର ଲାଭ ଚାଷୀମାନେ ନିଅନ୍ତୁ’

3.‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗୋ ପାଳନ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ଓ ରିହାତିର ବ୍ୟବସ୍ଥା କରାଯାଇଛି’

 

ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଗୁରୁବାର ) ଭୁବନେଶ୍ୱର : – ରାଜ୍ୟରେ ଦୁଗ୍ଧ ଓ ଦୁଗ୍ଧଜାତୀୟ ଖାଦ୍ୟର ପର୍ଯ୍ୟାପ୍ତ ଚାହିଦା ରହିଥିବାରୁ ଗୋ ପାଳନ କରି ଆତ୍ମନିଯୁକ୍ତି ପାଇବା ସହିତ ଚାଷୀଙ୍କର ଆୟ ବୃଦ୍ଧିର ସୁଯୋଗ ରହିଛି । ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ଆବଶ୍ୟକତା ମେଣ୍ଟାଇବା ସହିତ ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ନିମନ୍ତେ ଗୋ ପାଳନ ଏକ ବିସ୍ତୃତ କ୍ଷେତ୍ର ଯାହାର ସଠିକ୍‌ ଉପଯୋଗ କରିବା ପାଇଁ ଯୁବକଯୁବତୀ ଓ ଚାଷୀମାନେ ଆଗେଇ ଆସନ୍ତୁ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ପ୍ରାଣୀଚିକିତ୍ସା ପରିଷଦ ପରିସରରେ ଆୟୋଜିତ ୬୯ତମ ରାଜ୍ୟସ୍ତରୀୟ ଗୋସଞ୍ଚର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଚାଷୀମାନଙ୍କର ଆୟକୁ ଦ୍ୱିଗୁଣିତ ଏବଂ ବହୁଗୁଣିତ କରିବା ଦିଗରେ ସରକାର କୃଷି ସହିତ ଆନୁଷଙ୍ଗିକ କ୍ଷେତ୍ର, ଗୋ ପାଳନ, ମତ୍ସ୍ୟଚାଷ, କୁକୁଡ଼ାଚାଷ ଆଦିର ବିକାଶ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରି ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି, ଯାହାର ଲାଭ ଚାଷୀମାନେ ପାଇବା ଦରକାର ।

କୋଭିଡ୍‌-୧୯ ସ୍ଥିତିରେ ଓଡ଼ିଶାର କୃଷକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଲୋକମାନଙ୍କର ଖାଦ୍ୟ ନିରା ପତ୍ତାକୁ ସୁଦୃଢ଼ କରାଯାଇଛି । କୋଭିଡ୍‌-୧୯ ଯୋଗୁଁ ବାହାର ରାଜ୍ୟକୁ ଫେରିଥିବା ପ୍ରବାସୀମାନେ କୃଷି ଓ ଆନୁଷଙ୍ଗିକ କୃଷି ପ୍ରତି ଆଗ୍ରହ ପ୍ରକାଶ କରୁଥିବାବେଳେ ସେମାନଙ୍କୁ ସମସ୍ତ ପ୍ରକାରର ସାହାର୍ଯ୍ୟ ଓ ସହଯୋଗ ଯୋଗାଇ ଦେବା ଦିଗରେ କ୍ଷେତ୍ରସ୍ତରର ଅଧିକାରୀମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ପଶୁ ପକ୍ଷୀ ଗଣନା ଅନୁଯାୟୀ ରାଜ୍ୟରେ ଗାଈଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୨୦୧୮-୧୯ ବର୍ଷରେ ଦୈନିକ ହାରାହାରି ୬୩ ଲକ୍ଷ ଲିଟର ଥିବାବେଳେ ୨୦୧୯-୨୦ ବର୍ଷରେ ଏହା ୬୪ ଲକ୍ଷ ଲିଟରକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗୋ ପାଳନ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ଓ ରିହାତିର ବ୍ୟବସ୍ଥା କରାଯାଇଛି ।

ଏଥି ସହିତ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ହ୍ରାସ ନିମନ୍ତେ ଚାଷୀମାନେ ସବୁଜ ଘାସ ଚାଷ କରିବା ଉ ପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ବିଗତ ବର୍ଷ ରାଜ୍ୟରେ ୧୮,୯୪୨ ଗୋଟି ଘାସ ମଞ୍ଜି କିଟ୍‌ ସବୁଜ ଘାସ ଚାଷ ନିମନ୍ତେ ଗୋ ପାଳକଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁ ପ୍ରସାଦ ଉଦ୍‌ବୋଧନ ଦେଇ କହିଲେ ରାଜ୍ୟରେ ସରକାରଙ୍କ ସୁଦୂର ପ୍ରସାରୀ ପ୍ରଜନନ କାର୍ଯ୍ୟକ୍ରମ ଦ୍ୱାରା ବିଗତ ବର୍ଷରେ ୧୪.୩୯୫ ଲକ୍ଷ କୃତିମ ପ୍ରଜନନ କରାଯାଇଥିଲା । ଏହି କୃତି୍ରମ ପ୍ରଜନନ ମାଧ୍ୟମରେ ୫.୬୩ ଲକ୍ଷ ବାଛୁରି ଜନ୍ମ ହୋଇଛନ୍ତି । ବିଗତ ବର୍ଷମାନଙ୍କରେ ରାଜ୍ୟରେ ଶଙ୍କର ଜାତୀୟ ଗାଈଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପ୍ରତିଷେଧକ ଓ ରୋଗ ନିରାକରଣ ନିମନ୍ତେ ୩୭୩.୩୪ ଲକ୍ଷ ଟୀକା ଦିଆଯାଇଛି ଏବଂ ପ୍ରାଣୀ ସ୍ୱାସ୍ଥ୍ୟସେବା ବାବଦରେ ୧୦୮.୬୮ ଲକ୍ଷ ପ୍ରାଣୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି ବୋଲି ସଚିବ ଆର୍‌. ରଘୁ ପ୍ରସାଦ କହିଥିଲେ । ଉତ୍ସବରେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରତ୍ନାକର ରାଉତ ସ୍ୱାଗତ ଭାଷଣ ପ୍ରଦାନ ସହିତ ଗୋସମ୍ବର୍ଦ୍ଧନା ସପ୍ତାହ ପାଳନର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ ।

ରାଜ୍ୟରେ ୬୯ତମ ଗୋସମ୍ଵର୍ଦ୍ଧନା ସପ୍ତାହ ନଭେମ୍ଵର ୧୬ ତାରିଖଠାରୁ ୨୨ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବାବେଳେ ପ୍ରତିଜିଲ୍ଲାରେ ସାମାଜିକ ଦୂରତ୍ୱ ରକ୍ଷା କରି ଏବଂ କୋଭିଡ୍‌-୧୯ର ମାର୍ଗଦର୍ଶିକା ପାଳନ କରି ଗୋଚିକିତ୍ସା ଶିବିର, ଗୋସଞ୍ଚର୍ଦ୍ଧନା, କୃଷକ ସଚେତନତା ଓ ପ୍ରଶିକ୍ଷଣ ଶିବିର ଆଦି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଆଜିର ରାଜ୍ୟସ୍ତରୀୟ ଗୋସଞ୍ଚର୍ଦ୍ଧନା ଉତ୍ସବ ଓ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ଗୋପାଳକ ଭାଇଭଉଣୀଙ୍କ ସମେତ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ୍‌ସ୍ତରୀୟ ଅକାରୀମାନେ ଭର୍ଚୁଆଲ୍‌ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ । ଉତ୍ସବରେ ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଶ୍ରୀ ଶଶିଭୂଷଣ ସ୍ୱାଇଁ ଧନ୍ୟବାଦ ଅ ର୍ପଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଡ. ସାହୁ ଗୋ ପାଳକ ମାନଙ୍କୁ ସଞ୍ଚର୍ଦ୍ଧିତ କରିବା ସହିତ ଗୋ ପୂଜନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସରପଞ୍ଚ ମାନଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ସରପଞ୍ଚ ମାନଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

July 10, 2026
ବ୍ଲକ ସ୍ତରୀୟ ଭିବି- ଜି ରାମଜୀ ତାଲିମ ଶିବିର

ବ୍ଲକ ସ୍ତରୀୟ ଭିବି- ଜି ରାମଜୀ ତାଲିମ ଶିବିର

July 10, 2026
Chakradhara Mallik Foundation hosts Pitha Competition in USA

ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା

July 10, 2026
Chakradhara Mallik Foundation hosts Pitha Competition in USA

Chakradhara Mallik Foundation hosts Pitha Competition in USA

July 10, 2026

Recent News

ସରପଞ୍ଚ ମାନଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ସରପଞ୍ଚ ମାନଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

July 10, 2026
ବ୍ଲକ ସ୍ତରୀୟ ଭିବି- ଜି ରାମଜୀ ତାଲିମ ଶିବିର

ବ୍ଲକ ସ୍ତରୀୟ ଭିବି- ଜି ରାମଜୀ ତାଲିମ ଶିବିର

July 10, 2026
Chakradhara Mallik Foundation hosts Pitha Competition in USA

ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା

July 10, 2026
Chakradhara Mallik Foundation hosts Pitha Competition in USA

Chakradhara Mallik Foundation hosts Pitha Competition in USA

July 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସରପଞ୍ଚ ମାନଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ସରପଞ୍ଚ ମାନଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

July 10, 2026
ବ୍ଲକ ସ୍ତରୀୟ ଭିବି- ଜି ରାମଜୀ ତାଲିମ ଶିବିର

ବ୍ଲକ ସ୍ତରୀୟ ଭିବି- ଜି ରାମଜୀ ତାଲିମ ଶିବିର

July 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version