No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) ବରଗଡ଼ :- ବରଗଡ଼ ସଂକଲ୍ପ ପରିବାର ତରଫରୁ ଆଜି ପିପଳମୁଣ୍ଡାରେ ଥିବା କୋଭିଡ ସ୍ୱର୍ଗଦ୍ୱାର ରେ ଏକା ସାଙ୍ଗରେ ୨ଟି ଅଚିହ୍ନା ଶବ ସତ୍କାର କରାଜାଇଅଛି । ଗତ ଦୀପାବଲୀ ଦିନ ଶନିବାର ତା ୧୪/୧୧ ରେ ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଠାରେ ଟ୍ରକ ଓ ଟେମ୍ପୁ ମଧ୍ୟରେ ହୋଇଥିବା ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଳକ ସମେତ ମୋଟ ତିନିଜଣ ବ୍ୟକ୍ତି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ ।

ଚାଳକ ଜଣକ ବଲାଙ୍ଗୀର ୱାର୍ଡ ନୁମ୍ବର ୭ର ବାସିନ୍ଦା ହୋଇଥିବା ବେଳେ ତାର ଶବ ତାଙ୍କର ପରିବାର ଲୋକେ ଆସି ନେଇଯାଇଥିଲେ । ହେଲେ ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିପାରି ନଥିବାରୁ ଶବ ବ୍ୟବଚ୍ଛେଦ ପରେ ବରଗଡ଼ ଶବ ସଂରକ୍ଷଣ ଗୃହରେ ଦୀର୍ଘ ୭୨ଘଣ୍ଟା ପର୍ଯ୍ୟନ୍ତ ରଖାଯାଇଥିଲା । ହେଲେ ତାଙ୍କର କେହି ଆତ୍ମୀୟ ସ୍ଵଜନ ଆସିନଥିବାରୁ ଆଜି ବରଗଡ଼ ପୋଲିସର ଅନୁରୋଧ କ୍ରମେ ସଂକଲ୍ପ ପରିବାର ବରଗଡ଼ ପୁପଳମୁଣ୍ଡା ଠାରେ ତାଙ୍କର ଶବ ସତ୍କାର କରିଥିଲା ।
ସଂକଲ୍ପ ପରିବାରର ସଦସ୍ୟ ଜି.ରମେଶ ମୁଖାଗ୍ନି ଦେଇଥିବା ବେଳେ ସଂକଳ୍ପର ସଭାପତି ରୋହିତ ଜସ୍ୱାଲ,କୋଷଦକ୍ଷ୍ୟ ଲିଙ୍ଗରାଜ ସାହୁ, ସୁମନ୍ତ ଭୋଇ, ସନ୍ତୋଷ ଦନ୍ତା, ନିଲେଶ ପ୍ରଧାନ ପ୍ରମୁଖ ଶବ ସତ୍କାରରେ ସାହାଯ୍ୟ କରିଥିଲେ । ସଂକଲ୍ପ ପରିବାର ସଦା ସର୍ବଦା ଅସହାୟ ସେବାରେ ସମର୍ପିତ । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result