No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) ଚାନ୍ଦପୁର :-ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ଜିଲ୍ଲାର ବିଭିନ୍ନ ଥାନାରେ ପୋଲିସ ଅଧିକାରୀଙ୍କ ଏକ ବଦଳି ବିଭାଗୀୟ ନିର୍ଦ୍ଦେଶନାମା କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଜିଲ୍ଲାର ବିଭିନ୍ନ ଥାନାରୁ ୭ଜଣ ଏସ.ଆଇ ଏବଂ ୧୭ଜଣ ଏ.ଏସ.ଆଇଙ୍କ ବଦଳି ହୋଇଛି । ନୟାଗଡ଼ ଟାଉନଥାନା ଏସ.ଆଇ ଏଚ୍ଏମ୍ ସାମଲଙ୍କର ଡି.ଆଇ.ଭି.କୁ ବଦଳି ହୋଇଥିବାବେଳେ ଚାନ୍ଦପୁର ଥାନା ଏସ.ଆଇ ଏସ୍.ଏସ୍ ହୋରୋଙ୍କ ରଣପୁର ଥାନାକୁ ବଦଳି ହୋଇଛି। ନୟାଗଡ଼ ଟାଉନଥାନ ଏସ.ଆଇ ସ୍ମୃତିରଞ୍ଜନ ମହାନ୍ତିଙ୍କର ସଦରଥାନା ଓ ସଦରଥାନା ଏସ.ଆଇ ସନ୍ତୋଷ ଦାଶଙ୍କର ନୟାଗଡ଼ ଟାଉନ ଥାନାକୁ ବଦଳି ହୋଇଛି ।
ରଣପୁର ଥାନା ଏସ.ଆଇ ବିଦିତା ନାୟକଙ୍କର ନୟାଗଡ଼ ଟାଉନଥାନା, ଖଣ୍ଡପଡ଼ା ଥାନା ଏସ.ଆଇ ପି.କେ. ଦେଓଙ୍କୁ କଣ୍ଟିଲୋ ଫାଣ୍ଡିକୁ ବଦଳି କରାଯାଇଛି । ଗଣିଆ ଥାନା ଏସଆଇ ଶ୍ରଦ୍ଧା ନାୟକଙ୍କୁ ସଦରକୋର୍ଟକୁ ବଦଳି କରାଯାଇଛି । ସେହିପରି ଏ.ଏସ୍.ଆଇ.ମାନଙ୍କ ମଧ୍ୟରେ ଅଶୋକ କୁମାର ମହାନ୍ତି ସଦରଥାନା, ଏନ୍ ବାହିନିପତି ମାଳିସାହି ଫାଣ୍ଡି, କେ.ବି. ମଲ୍ଲିକ ନୟାଗଡ଼ ଟାଉନଥାନା, ରାଜେନ୍ଦ୍ର କହଁର କୋସକା ଫାଣ୍ଡି, ଏ.ସି. ମିଶ୍ର ନୟାଗଡ଼ ଟାଉନଥାନା, ଶିବ ପ୍ରସାଦ ପ୍ରଧାନ ନୂଆଗାଁ, ନୂଆଗାଁ ଥାନାରେ କାର୍ଯ୍ୟରତ ପି.କେ ନନ୍ଦଙ୍କୁ ଇଟାମାଟି ଥାନା,
ଦଶପଲ୍ଲା ଥାନା ସଇନୁଲ୍ ଖାଁଙ୍କୁ କୁରାଳ, ଏସ୍.କେ ସାହୁଙ୍କୁ ଦଶପଲ୍ଲା, ଏ.ଟି ବେହେରାଙ୍କୁ ଖଣ୍ଡପଡ଼ା, ବି.କେ. ଦାଶଙ୍କୁ ଫତେଗଡ଼, ଆର୍.ସି ସାହୁଙ୍କୁ ଦଶପଲ୍ଲା, ଦଶପଲ୍ଲା ଥାନା ପି.କେ ନନ୍ଦଙ୍କୁ ଗଣିଆ, ଅନ୍ତର୍ଯ୍ୟାମୀ ଦାଶଙ୍କୁ ବାହାଡ଼ାଝୋଲା, ଆର.କେ. ବେହେରାଙ୍କୁ ଚାନ୍ଦପୁର, ଏସ୍.କେ ସୁବୁଦ୍ଧିଙ୍କୁ ସଦରଥାନା ଏନ. ମହାପାତ୍ରଙ୍କୁ ଖଣ୍ଡପଡା ଥାନାକୁ ବଦଳି ହୋଇଥିବା ଜଣାପଡ଼ିଛି ।(ଜିଲ୍ଲା ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result