No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର )କୋଦଳା :- କୋଦଳା ଗଂଜାମ ଜିଲ୍ଲା କୋଦଳା ସାଉଥକୋ କାର୍ଯ୍ୟାଳୟରେ ହେଉଛି ଖୁଲମଖୁଲା ବେଆଇନ୍ କାର୍ଯ୍ୟ। ସାଧାରଣ ଲୋକଙ୍କର ବିଜୁଳି ଟେମ୍ପରିଂ ତଥା ବେଆଇନ କାର୍ଯ୍ୟ ପାଇଁ ବିଭାଗ କାର୍ଯ୍ୟନୁଷ୍ଠାନ ନେଉଛି।ଉପଭୋକ୍ତାଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯାଉଛି। ତେବେ ଖୋଦ୍ ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟାଳୟରେ ଆଇନ ତା ବାଟରେ ଯାଉ ନଥିବା ଦେଖିବାକୁ ମିଳୁଛି। କୋଦଳା ସାଉଥକୋ ମୁଖ୍ୟ କାର୍ଯ୍ଯାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।କାର୍ଯ୍ଯାଳୟ ଭିତରେ ଲାଗିଛି ଦୁଇ ଦୁଇଟି ହିଟର୍। କୌଣସି ମିଟର ନ ଲଗାଯାଇ ସିଧାସଳଖ ହୁକିଂ ଜରିଆରେ ଚାଲୁଛି ଏହି ହିଟର୍ ।
କର୍ମଚାରୀ ମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଛି ଏଇ ହିଟର୍ ମାଧ୍ୟମରେ। ଖାଲି ସେତିକି ନୁହେଁ, ବେଗୁନିଆପଡ଼ା ସାଉଥକୋ କାର୍ଯ୍ୟାଳୟରେ ମଧ୍ୟ ସମାନ ଭାବରେ ହିଟର୍ ଲାଗିଥିବା ଦେଖିବାକୁ ମିଳିଛି। ଏଠି ମଧ୍ୟ ଖୁଲମଖୁଲା ବେଆଇନ୍ କାର୍ଯ୍ୟ ହେଉଛି। କିଛି ଦିନ ହେବ ସାଉଥକୋ ଭିଜିଲାନ୍ସ ପକ୍ଷରୁ ଏହି ଏରିଆରେ ଘନ ଘନ ଚଢାଉ କରି ନିରୀହ ଲୋକଙ୍କୁ ଲୁଟୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । କୌଣସି ତ୍ରୁଟି ନଥାଇ ଗୋଟିଏ ପଟେ ଆକ୍ରୋଶ ମୂଳକ ଭାବେ ଉପଭୋକ୍ତାଙ୍କୁ ହଇରାଣ କରାଯାଉଥିବା ବେଳେ ମୋଟା ଅଙ୍କର ଅର୍ଥ ମଧ୍ୟ ଜୋର୍ ଜବରଦସ୍ତ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି ।
ଅନ୍ୟ ପଟେ ଉପଭୋକ୍ତାଙ୍କୁ କାରଣ ନ ଜଣାଇ ମନଇଛା ଜରିମାନା ଆଦାୟକୁ ବିରୋଧ କରିଛନ୍ତି ଉପଭୋକ୍ତା । କୋଦଳା ଓ ବେଗୁନିଆପଡ଼ା ସାଉଥକୋ କାର୍ଯ୍ୟାଳୟରୁ କିଛି ଦିନ ଧରି ବହୁ ବେଆଇନ୍ କାରନାମା ସାମନାକୁ ଆସୁଥିବା ବେଳେ ଏଠାକାର ଯନ୍ତ୍ରୀ ଓ ଏସ୍ ଡି ଓ ଉପରୁ ଯାହା ନିର୍ଦ୍ଦେଶ ଆସୁଛି ତାହା ଆମେ କରୁଛୁ ବୋଲି କହୁଛନ୍ତି। ଯାହାକୁ ନେଇ ବିବାଦକୁ ଆସିଛି ବ୍ରହ୍ମପୁର ସାଉଥକୋ ୟୁଟିଲିଟି ବିଭାଗ।ତେବେ ବିଭାଗର ଏଭଳି ମନମୁଖୀ କାର୍ଯ୍ଯକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ)
No Result
View All Result