No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) ଢେଙ୍କାନାଳ :- ଜିଲ୍ଲାରେ ପ୍ରାଇଭେଟ୍ ଫାଇନାନ୍ସ୍ କମ୍ପାନୀ ଗୁଡ଼ିକ ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି।ସୂର୍ଯ୍ୟୋଦୟ ,ବନ୍ଧନ,ସତ୍ୟମ୍,ମୁଥୁରୁ,ଭାୟା, ଭାରତ ଏଭଳି ଏନେକ ଫାଇନାନ୍ସ୍ କମ୍ପାନୀ ସହରର ଗଳିକନ୍ଦିରେ ନିଜର କାର୍ଯ୍ୟାଳୟ ଖୋଲି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଋଣ ପ୍ରଦାନ କରୁଛନ୍ତି । କିନ୍ତୁ ଋଣ ପରିଶୋଧ ସମୟରେ ଫାଇନାନ୍ସ କର୍ମଚାରୀଙ୍କ ଅସଦାଚରଣ ଓ ଦୌରାତ୍ମ୍ୟକୁ ନେଇ ବାରମ୍ବାର ଅଭିଯୋଗ ମଧ୍ୟ ଦେଖା ଯାଉଛି। ଏଥିପ୍ରତି ନା ଜିଲ୍ଲା ପ୍ରଶାସନର ସେଭଳି କିଛି ଆଖି ଦୃଶିଆ ପଦକ୍ଷେପ ନିଆଯାଉଛି ।
ବର୍ତ୍ତମାନ କରୋନା ମହାମାରୀ ଚାଲିଛି। ଅନେକ ରୋଜଗାର ହରାଇ ଘରେ ବସି ରହିଛନ୍ତି।ତା ଭିତରେ ଛନ୍ଦି ହୋଇଛନ୍ତି ଜିଲ୍ଲା ୭ନଂ ୱାର୍ଡର ଜୁବୁଲି ଟାଉନ୍ ସ୍ଥିତ ଦଣ୍ଡାସାହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ।ବାହାଘର କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ବାଜା ବଜାଇ ଲାଇଟ୍ ଧରି ଏବଂ ଭୋଜିଭାତରେ କାମ ପାଇଟି କରି ନିଜ ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ଏବେ ଏ ସବୁ ବନ୍ଦଥିବା ଯୋଗୁଁ ନିଜର ଜୀବିକା ହରାଇ ଯନ୍ତ୍ରଣାରେ ଜୀବନ କାଟୁଥିବା ବେଳେ ଅର୍ଥ ଅଭାବରୁ ପ୍ରାଇଭେଟ୍ ଫାଇନାନ୍ସ କର୍ମଚାରୀଙ୍କ ଦୌରାତ୍ମ୍ୟ ଓ ରୋଷର ଶିକାର ହେବାକୁ ପଡ଼ିଛି। ରୋଷେଇ ଶାଳରେ ବସି ରହୁଛନ୍ତି ଫାଇନାନ୍ସ କର୍ମଚାରୀ ।
ଦିନ ହେଉ କି ରାତି, ଘରେ ଜଗି ରହୁଛନ୍ତି।ନେଲା ବେଳେ ନେଇ ଯାଉଛ, ଟଙ୍କା ଦେଲେ ଯିବୁ। ଏଭଳି ଅଭିଯୋଗ କରି ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଦଣ୍ଡାସାହି ଅସହାୟ ଗରିବ ମହିଳା ଗୋଷ୍ଠୀ ଏବଂ ଏ ସମ୍ବନ୍ଧୀୟ ଏକ ଦାବିପତ୍ର ପ୍ରଦାନ କରି କରୋନା ସମୟରେ ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀ ଠାରୁ ୠଣ ଛାଡ଼ କରିବାକୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଜିଲ୍ଲାରେ ବଢି ଚାଲିଥିବା ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଦୌରାତ୍ମ୍ୟ ଏବଂ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନର ନିରବତାକୁ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। (ରିପୋର୍ଟ୍, ଅମର ରଞ୍ଜନ ଦାସ )
No Result
View All Result