ନୟାଗଡ଼ ଜିଲ୍ଲା (ଓଡିଶା ତାଜା ନିଉଜ୍) ରଣପୁର 16.1.2929 :- ରଣପୁର ବାଲୁଙ୍କେଶ୍ୱର ସାହି ଶ୍ରୀ ଶ୍ରୀ ଦଣ୍ଡା ବାଲୁଙ୍କେଶ୍ୱର ମକର ମହୋତ୍ସବ ଦ୍ଵିତୀୟ ଦିନରେ ବାବା ଦଣ୍ଡା ବାଲୁଙ୍କେଶ୍ୱର ପରିଚାଳନା ସମିତିର ସଭାପତି ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍ର, ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ ରଣପୁର ର ଆଇ.ଆଇସି ଶ୍ରୀ ରଶ୍ମି ରଞ୍ଜନ ଦାଶ, ଉପସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ର ଓ କୋଷାଧକ୍ଷ ଶ୍ରୀଯୁକ୍ତ ବିରଂଚି ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ବିଜୟ କୁମାର ଜେନା ଓ ଏନେସି ଅଧକ୍ଷା ଶ୍ରୀମତୀ ଅର୍ଚନା ନାୟକ , ସମିତି ସଭ୍ୟ ପ୍ରିୟବ୍ରତ ପ୍ରହରାଜ ଓ ମନୋଜ ଦାସ ,ଶ୍ରୀ ସ୍ୱର୍ଣ୍ଣ ପ୍ରକାଶ ରାଉତ ରାୟ , ଶ୍ରୀ ନିତ୍ୟାନନ୍ଦ ପରିଡା , ଶ୍ରୀ କାଶୀନାଥ ପ୍ରଧାନ ଙ୍କ ଉପସ୍ଥିତି ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
ପବିତ୍ର ମକର ସଂକ୍ରାନ୍ତି ଅବସରରେ ବାବା ବାଲୁଙ୍କେଶ୍ୱର ଦେବଙ୍କ ପଡିଆରେ ମକର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ପାଳିତ ହୋଇଛି । ଏହି ମହୋତ୍ସବ ରେ ଖୋର୍ଦ୍ଧାର ‘ଚିଲିକା ରାଣୀ’ ପାଇକ ଆଖଡା଼ , ଗଡ଼ ବାଣିକିଲୋରୁ ଆସିଥିବା ବାବା କମଳେଶ୍ୱର ‘ଚଢେୟା ନୃତ୍ୟ ‘ ରେ ବହୁ ସଂଖ୍ୟାରେ ଜନ ସମାରୋହ ହୋଇଥିଲା ।
ଏହି ପବିତ୍ର ମକର ଉତ୍ସବ ରେ ଏହି ବାଲୁଙ୍କେଶ୍ୱର କମିଟି ପକ୍ଷରୁ ସଡ଼କ ସଚେତନ ଉପରେ ଏକ ସାବଧାନତା ଶିବିର ଆୟୋଜନ କରାଯାଇଥିଲା ଓ ନିୟମ ମାନି ଯାତାୟତ କରୁଥିବା ଲୋକଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଥିଲା । ଏହି ସଭାରେ ବରିଷ୍ଠ ନେତୃବୃନ୍ଦ ଙ୍କ ସମାରୋହରେ ନାରୀର ସୁରକ୍ଷା ଓ ନିଶ୍ଚିତ ଭାବେ ରାତ୍ରି ଯାତାୟତ କରିବା ଅତ୍ୟନ୍ତ ସୁରକ୍ଷିତ ଅଟେ ଏହାର ସ୍ୱୀକୃତି ଦେଇ ନିଜର ଉଦ୍ଭାଷଣ ରେ ରଣପୁର ଆଇ.ଆଇସି ରଶ୍ମି ରଞ୍ଜନ ଦାସ୍ କହିଛନ୍ତି ।
ଏହା ପରେ ପରେ ନୃତ୍ୟ ଶିଳ୍ପୀ ମାନଙ୍କ ର ନୃତ୍ୟ ପରିବେଷଣ କରାଯାଇ ଲୋକ ମାନଙ୍କ ମଧ୍ୟରେ ଏକ ବେଶ ଆଧ୍ୟାତ୍ମିକ ଭାବ ପ୍ରବଣ ପରିବେଶ ସୃଷ୍ଟି କରିପାରିଛି । ରିପୋର୍ଟ – ସୋନାଲି