No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର )ବାଲେଶ୍ୱର:-ବାଲେଶ୍ୱର ରେମୁଣାରେ ଘଟିଛି ହୃଦୟବିଦାରକ ଘଟଣା । ବଣଭୋଜି କରିବାକୁ ଯାଇ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି ୩ ସାଙ୍ଗ, ଆଉ ଅଳ୍ପକେ ବର୍ତି ଯାଇଛନ୍ତି ୨ ଜଣ । ସମସ୍ତେ ଗୋଟିଏ ଇଂଜିନିୟରିଂ କଲେଜରେ ପଢୁଥିବା ବେଳେ ଗୋଟିଏ କ୍ଲାସରେ ମଧ୍ୟ ପଢୁଥିଲେ । ଆଉ ମୃତ୍ୟୁ ପରେ ସାମ୍ନାକୁ ଆସିଲା କେମିତି ଖୁସିର ମୁହୂର୍ତ୍ତ ବିତାଇଥିଲେ 5 ସାଙ୍ଗ ଆଉ ଖୁସିର ସେ ମିଠା ମୁହୂର୍ତ୍ତ l ରେମୁଣାର ତ୍ରୀବେଣୀ ଘାଟ । ମୃତ୍ୟୁର କିଛି ସମୟ ପୂର୍ବରୁ ବଣଭୋଜି କରିବାକୁ ଆସିଥିବା ଇଂଜିନିୟରିଂ ଛାତ୍ର ମଜା ମଜଲିସ କରୁଥିଲେ । ରେମୁଣା ଥାନା ଅଂଳର ତିନି ନଦୀ ବୁଢାବଳଙ୍ଗ, ସ୍ୱର୍ଣ୍ଣ ଓ ଗଙ୍ଗାହାର ନଦୀର ସଙ୍ଗମରେ ୫ ସାଙ୍ଗ ମଜା ନେଉଥିଲେ । ଖାଇ ସlରିବା ପରେ ସଙ୍ଗମ ଘାଟକୁ ଓହ୍ଲାଇଥିଲେ ଗାଧୋଇବା ପାଇଁ ।

ହୁଏତ ବିଧିର ବିଧାନ ଅଲଗା ଥିଲା । ହସ ଖୁସିର ପରିବେଶରେ ଦୁଃଖର କଳା ବାଦଲ ଘୋଟି ଆସିଲା । ସଙ୍ଗମ ସ୍ଥଳରେ ଗାଧୋଇବା ବେଳେ ଭୁଲରେ ଗଭୀର ଗଣ୍ଡରେ ପଡିଯାଇଥିଲେ ୫ ସାଙ୍ଗ । ତିନି ନଦୀର ସଙ୍ଗମ ସ୍ଥଳରେ ଗାଧୋଇବା ବେଳେ ଚୋରାବାଲିରେ ଗୋଡ ଖସି ଯାଇଥିଲା । ଆଉ ପାଣିର ଭଉଁରୀରୁ ବାହାରି ପାରିନଥିଲେ ୩ ସାଙ୍ଗ । ଦୁଇ ଜଣ ଜୀବନ ବିକଳରେ ପହଁରି ପହଁରି କୁଳକୁ ଫେରିଥିଲେ । ତେବେ ଖବର ପାଇ ନୀଳଗିରି ଓ ବାଲେଶ୍ୱରରୁ ଅଗ୍ନିଶମ ବାହିନୀ ପହଂଚି ନଦୀର ଗଭୀର ଗଣ୍ଡରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ମୃତକମାନେ ହେଉଛନ୍ତି ନୀଳଗିରି ଏନଏସିର ପିୟୂଷ ନାଏକ, ମୃତ୍ୟୁଞ୍ଜୟ ମିଶ୍ର ଓ ମୟୂରଭଂଜର ଅଙ୍କିତ ପତି । ଖୁସି ମନାଇବାକୁ ଯାଇ ନଦୀର ଗର୍ଭରେ ସଲୀଳ ସମାଧି ନେବା ଘଟଣା ଏବେ ସାରା ବାଲେଶ୍ୱରରେ ଶୋକର ଛାୟା ଖେଳାଇ ଦେଇଛି । (ଦୀପ୍ତିମାନ ପତି / ବାଲେଶ୍ୱର )ବାଲେଶ୍ୱର
No Result
View All Result